ବିଜେଡି-ବିଜେପି ଫୋକସ୍ରେ ଅନୁଗୁଳ: ୨୦ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ – Kalinga News

[ad_1]
୧୫ ଓ ୧୭ରେ ଆସିବେ ମୁଖ୍ୟମନ୍ତ୍ରୀ
ଅନୁଗୁଳ: ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଥିଲାବେଳେ ଅନୁଗୁଳକୁ ଫୋକସ୍ କରିଛନ୍ତି ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି। ଅନୁଗୁଳକୁ ଆସନ୍ତା ୧୫ ଓ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଆସି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ଏପଟେ ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁଗୁଳ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ଏଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ। ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ବିଜେପି ଓ ବିଜେଡି ଶିବିର ଏବେ ଉତ୍ସାହିତ ହୋଇପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଅନୁଗୁଳ ଜିଲ୍ଲାରେ ୫ଟି ବିଧାନସଭା ସହ ପଡ଼ୋଶୀ ଢେଙ୍କାନାଳର ୪ଟି ବିଧାନସଭା ଆସନ ଏବେ ବିଜେଡି ହାତରେ ରହିଛି। ବିଜେଡିର ଏହି ଗଡ଼କୁ ଭାଙ୍ଗିବା ପାଇଁ ବିଜେପି ଏଥର ଜୋରଦାର୍ ପ୍ରୟାସ ଚଳାଇଥିଲା ବେଳେ ଏହାର ନେତୃତ୍ବ ନେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଏଠାରେ ଡେରା ପକାଇବା ସହ ପ୍ରଚାରର ମଙ୍ଗ ଧରିଛନ୍ତି। ସେ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହୋଇଥିଲା ବେଳେ ଅନୁଗୁଳ ଜିଲ୍ଲାର ଦୁଇଟି ବିଧାନସଭା ଆସନ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖରେ ଅନୁଗୁଳରେ ଏକ ବିରାଟ ସାଧାରଣ ସଭାର ଆୟୋଜନ କରାଯାଇଛି। ଏଥିରେ ଢେଙ୍କାନାଳ ଓ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ବିଜେପି କର୍ମକର୍ତ୍ତା ଓ କର୍ମୀ ଯୋଗଦେବେ। ଏହାସହିତ ସାଧାରଣ ଲୋକ ମଧ୍ୟ ଆସିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଚୂଡ଼ାନ୍ତ ହେବା ପରେ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଜେପି ଭୋଟ୍ବ୍ୟାଙ୍କକୁ ମଜଭୁତ କରିବ ବୋଲି ସେମାନେ ଆଶା ରଖିଛନ୍ତି।
ମୋଦୀ ହାୱା ପ୍ରଭାବରେ ବିଜେଡି ଗଡ଼ ଦୋହଲାଇବା ପାଇଁ ବିଜେପି ପ୍ରୟାସ କରୁଥିଲା ବେଳେ ଗଡ଼ ହାତଛଡ଼ା କରିବାକୁ ଚାହୁଁନି ବିଜେଡି। ସେଥିପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରିଛି। ଏଥିପାଇଁ ଆସନ୍ତା ସପ୍ତାହରେ ନବୀନଙ୍କର ଏକାଧିକ ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମ ରହିଛି। ଦଳ ତରଫରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୫ ତାରିଖରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଛେଣ୍ଡିପଦାରେ ଦୁଇଟି ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ସାଙ୍ଗରେ ଦଳର ସଂଗଠନ ସଂପାଦକ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହିବେ। ଏପଟେ ୧୭ ତାରିଖରେ ପୁଣି ଥରେ ଅନୁଗୁଳ ଆସିବେ ନବୀନ। ଅନୁଗୁଳ ଷ୍ଟାଡିୟମ୍ରେ ହେବାକୁ ଥିବା ଏହି ବିଶାଳ ସମାବେଶରେ ସେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ନବୀନଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଗୁଳ ସମେତ ଆଠମଲ୍ଲିକ ଓ ଛେଣ୍ଡିପଦାରେ ଜୋରଦାର ପ୍ରସ୍ତୁତି ଚାଲିଛି। ନବୀନଙ୍କ ପ୍ରଚାର ଦଳକୁ ଯଥେଷ୍ଟ ବଳ ଦେବା ସହ ଗଡ଼କୁ ମଜଭୁତ କରିବାରେ ସହାୟକ ହେବ ବୋଲି ବିଜେଡି ଆଶା କରିଛି। ଦୁଇଦିନ ବ୍ୟବଧାନରେ ବିଜେଡି ଓ ବିଜେପିର ଦୁଇ ହେଭିୱେଟ୍ ନେତା ଅନୁଗୁଳ ଗସ୍ତରେ ଆସୁଥିବାର ଜିଲ୍ଲାର ରାଜନୈତିକ ପାଣିପାଗ ଉଷ୍ମ ହୋଇଛି। ଦୁଇ ନେତାଙ୍କ ଗସ୍ତ ଅନୁଗୁଳର ଜନମତକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ଥିବାରୁ ଏହା ଉପରେ ଦୁଇ ଦଳର ନେତାଙ୍କ ଭାଗ୍ୟ ନିର୍ଭର କରୁଥିବା କୁହାଯାଉଛି।
[ad_2]