ଖେଳ ଖବର

ଆଇପିଏଲ୍ : ରାଜସ୍ଥାନ ରୟାଲ୍ସକୁ ୫ ଓ୍ବିକେଟରେ ହରାଇଲା ଚେନ୍ନାଇ – Kalinga News

[ad_1]

ଚେନ୍ନାଇ: ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୪ର ୬୧ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୫ ଓ୍ବିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗସ । ରାଜସ୍ଥାନ ଦ୍ବାରା ରଖାଯାଇଥିବା ୧୪୨ ରନର ଲକ୍ଷ୍ୟକୁ ଚେନ୍ନାଇ ୧୮.୨ ଓଭରରେ ୫ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଋତୁରାଜ ଗାଏକ୍ବାଡ ୪୨ ରନ କରିଥିବାବେଳେ ରାଚିନ ରବୀନ୍ଦ୍ର ୨୭ ରନ ଓ ଡାରିଲ ମିଚେଲ ୨୨ ରନ କରିଥିଲେ ।

ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ଦଳର  ଦୁଇ ଓପନର ଯଶସ୍ବୀ ଜୟସ୍ବାଲ ଓ ଜସ ବଟଲର ସତର୍କତାର ସହ ବ୍ୟାଟିଂ ଆରମ୍ଭ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଭଲ ଆରମ୍ଭ କରିଥିଲେ ବି ଉଭୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଜୟସ୍ବାଲ ୨୪ ରନ ଓ ବଟଲର ୨୧ ରନ କରି ଆଉଟ ହୋଇଥିଲେ । ସେହିପରି ଅଧିନାୟକ ସଂଜୁ ସାମସନ ୧୫ ରନ କରି ଆଉଟ ହୋଇଥିଲେ । ତେବେ ରିୟାନ ପରାଗ ଓ ଧ୍ରୁବ ଜୁରେଲଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ପରାଗ ଅପରାଜିତ ୪୭ ଓ ଜୁରେଲ ୨୮ ରନ କରିଥିଲେ । ମାତ୍ର ଶୁଭମ ଦୁବେ ଖାତା ଖୋଲିପାରିନଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୪୧ ରନ କରିଥିଲା । ଚେନ୍ନାଇ ପକ୍ଷରୁ ସିମରଜିତ ସିଂ ୩ଟି ଓ ତୁଷାର ଦେଶପାଣ୍ଡେ ୨ଟି ଓ୍ବିକେଟ ନେଇଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button