ଦେଶ- ବିଦେଶ

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ଭୋଟ୍ – Kalinga News

[ad_1]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ଚତୁର୍ଥ ପର୍ଯ୍ୟାୟରେ ୧୭୧୭ ଜଣ ପ୍ରାର୍ଥୀ ଭାଗ୍ୟ ନିର୍ଦ୍ଧାରଣ ହେବ। ଚତୁର୍ଥ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ (୨୫) ଏବଂ ତେଲେଙ୍ଗାନା (୧୭)ର ସମସ୍ତ ଆସନ ସମେତ ଉତ୍ତରପ୍ରଦେଶର ୧୩, ମହାରାଷ୍ଟ୍ରର ୧୧ , ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗ ୮ ଟି ଲେଖାଏଁ , ବିହାରରେ ୫ , ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ୪ ଟି ଲେଖାଏଁ ଏବଂ ଜମ୍ମୁ-କଶ୍ମୀରର ଗୋଟିଏ ଆସନରେ ସୋମବାର ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟ ଭୋଟ୍ ସହିତ ମୋ୍ଟ ୩୮୧ଟି ଆସନରେ ମତଦାନ ପ୍ରକ୍ରିୟା ଶେଷ ହେବ। ଲୋକସଭା ନିର୍ବାଚନ ସହ ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଚତୁର୍ଥ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ସପା ସୁପ୍ରିମୋ ଅଖିଳେଶ ଯାଦବ (କନୌଜ), ଏନ୍ସି ନେତା ଓମାର ଅବଦୁଲ୍ଲା (ଶ୍ରୀନଗର), ବିଜେପି ନେତା ଗିରିରାଜ ସିଂହ (ବେଗୁସରାଇ), କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ (ବାହାରମପୁର), ଟିଏମ୍ସି ନେତ୍ରୀ ମହୁଆ ମୋଇତ୍ରା (କୃଷ୍ଣନଗର), ଶତ୍ରୁଘନ ସିହ୍ନା (ଆସାନସୋଲ), ଏଆଇଏମ୍ଆଇଏମ୍ ନେତା ଅସଉଦ୍ଦିନ ଅୱେସି (ହାଇଦ୍ରାବାଦ) ଏବଂ କଂଗ୍ରେସ ନେତ୍ରୀ ୱାଇଏସ୍ ଶର୍ମିଲା (କଡ଼ପ୍ପା)। ସୋମବାର ମତଦାନ ହେବାକୁ ଥିବା ୯୬ଟି ଆସନ ମଧ୍ୟରୁ ବିଜେପି ୨୦୧୯ରେ ୪୨ଟି ଆସନରେ ବିଜୟୀ ହୋଇଥିବା ବେଳେ ୱାଇଏସଆର କଂଗ୍ରେସ (ଆନ୍ଧ୍ରପ୍ରଦେଶରେ)୨୨ ଆସନ, ବିଆରଏସ ୯ ଆସନ (ତେଲେଙ୍ଗାନା), କଂଗ୍ରେସ ୬ଟି ଆସନ, ତୃଣମୂଳ କଂଗ୍ରେସ ୪ଟି ଆସନ , ଟିଡିପି ୩ଟି, ବିଜେଡି, ଏଆଇଏମ୍ଆଇଏମ୍ ଓ ଶିବସେନା ୨ଟି ଲେଖାଏଁ ଏବଂ ଏନସିପି, ଏଲଜେପି, ଜେଡିୟୁ ଓ ଏନ୍ସି ଗୋଟିଏ ଲେଖାଏ ଆସନରେ ବିଜୟୀ ହୋଇଥିଲେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button