ବରୁଣଙ୍କ ଟିକେଟ କାହିଁକି କଟିଲା: କାରଣ କହିଲେ ମେନକା ଗାନ୍ଧୀ – Kalinga News

[ad_1]
ନୂଆଦିଲ୍ଲୀ: ବିଜେପି ନେତା ତଥା ସୁଲତାନପୁର ସାଂସଦ ମେନକା ଗାନ୍ଧୀ ତାଙ୍କ ପୁଅ ବରୁଣ ଗାନ୍ଧୀଙ୍କ ଲୋକସଭା ଟିକେଟ୍ କଟିକାର କାରଣ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବରୁଣ ଗାନ୍ଧୀ ବେଳେବେଳେ ସରକାରଙ୍କୁ ସମାଲୋଚନା କରିଥିଲେ, ବୋଧହୁଏ ଏଥର ସେ ଟିକେଟ୍ ପାଇ ନ ଥିବାର କାରଣ ତାହା ହୋଇପାରେ। ଏହା ନିଶ୍ଚିତ ବିଜେପି ବରୁଣଙ୍କ ବିନା ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିବ। ସେ କହିଛନ୍ତି ବରୁଣ ସୁଲତାନପୁର ଆସି ମୋ ପାଇଁ ପ୍ରଚାର କରିବାକୁ ଚାହୁଁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ ଶନିବାର ଏକ ସାକ୍ଷାତକାର ଦେଇଛନ୍ତି। ସେ କହିଛନ୍ତି ମୁଁ ମୋର ନିର୍ବାଚନରେ କେବଳ ସ୍ଥାନୀୟ ପ୍ରସଙ୍ଗ ନେଇ ଆଲୋଚନା କରୁଛି। ମୁଁ କରିଥିବା କାର୍ଯ୍ୟ ଏବଂ ଭବିଷ୍ୟତରେ ମୁଁ ଯାହା କରିବି ତାହା ଉଲ୍ଲେଖ କରୁଛି। ଲୋକମାନେ ଜାତୀୟ ପ୍ରସଙ୍ଗ ଅପେକ୍ଷା ସ୍ଥାନୀୟ ପ୍ରସଙ୍ଗ ନେଇ ଅଧିକ ଆଗ୍ରହୀ। ରାମ ମନ୍ଦିର ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ରାମ ମନ୍ଦିରକୁ ନେଇ ଲୋକମାନେ ବହୁତ ଖୁସି ଅଛନ୍ତି। କିନ୍ତୁ ନିର୍ବାଚନରେ ଏହା ନାହିଁ। ରାମ ଲୋକଙ୍କ ହୃଦୟରେ ଅଛନ୍ତି।
ଉତ୍ତରାଧିକାର ଟିକସ ପ୍ରସଙ୍ଗ ଉଠାଇଥିବା ନେଇ ମେନକା ଗାନ୍ଧୀ କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କୁ ଟାର୍ଗେଟ କରିଛନ୍ତି। ଏହା ଅନୁଚିତ ବୋଲି ସେ କହିଛନ୍ତି। ମୁଁ ଉତ୍ତରାଧିକାର ଟିକସର ସମ୍ପୂର୍ଣ୍ଣ ବିରୋଧୀ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଯୋଜନା ରହିଛି, ଯାହା ତୃଣମୂଳସ୍ତରରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ରାସନ ପ୍ରଦାନ ନିଶ୍ଚିତ ଭାବରେ ଦେଶର କୋଟି କୋଟି ଲୋକଙ୍କୁ ସାହାଯ୍ୟ କରିଛି। ଲୋକମାନେ ସ୍ଥାୟୀ ଘର ପାଇଛନ୍ତି। ଏହାର ବହୁତ ପ୍ରଭାବ ପଡିଛି । ଏନଡିଏ ୪୦୦ ରୁ ଅଧିକ ସିଟ୍ ଜିତିବ କି ନାହିଁ ସେ ସମ୍ପର୍କରେ ସେ କହିଛନ୍ତି ଯେ ହଁ ଏହା ଲାଗୁଛି। ଯଦି ଏନଡିଏ କ୍ଷମତାକୁ ଆସେ ତେବେ ସେ ପୁନର୍ବାର ମନ୍ତ୍ରୀ ହେବେ କି ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଏସମ୍ପର୍କରେ ମୋର କୌଣସି ଧାରଣା ନାହିଁ। ମୁଁ ଏହି ନିଷ୍ପତ୍ତି ନେଇ ପାରିବି ନାହିଁ।
ସୂଚନାଯୋଗ୍ୟ, ମେନକା ଗାନ୍ଧୀ ଦୀର୍ଘ ଦିନ ଧରି ସୁଲତାନପୁରର ସାଂସଦ ରହିଆସିଛନ୍ତି। ଏଥର ମଧ୍ୟ ସେ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କ ବିରୋଧରେ ସମାଜବାଦୀ ପାର୍ଟିର ରାମ ଭୁଆଲ ନିଶାଦ ଅଛନ୍ତି। ୨୦୧୯ରେ ସେ ବିଏସପିର ଚନ୍ଦ୍ରଭଦ୍ର ସିଂଙ୍କୁ ପରାସ୍ତ କରିଥିଲେ। ମେ’୨୫ ରେ ଷଷ୍ଠ ପର୍ଯ୍ୟାୟରେ ସୁଲତାନପୁରରେ ଭୋଟ୍ ଅନୁଷ୍ଠିତ ହେବ ।
[ad_2]




