ଖେଳ ଖବର

ପ୍ରତିଶୋଧ ନେଲା ଟାଇଟନ୍ସ: ସୁପର୍‌ କିଙ୍ଗ୍ସ ୩୫ରନ୍‌ରେ ପରାସ୍ତ – Kalinga News

[ad_1]

ଅହମଦାବାଦ: ‘କର ବା ମର’ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ)କୁ ୩୫ ରନ୍‌ରେ ପରାସ୍ତ କରି ଗୁଜରାଟ ଟାଇଟନ୍ସ ଚଳିତ ଆଇପିଏଲ୍‌ରେ ତାହାର ପ୍ରତିଶୋଧ ନେଇପାରିଛି। ଚଳିତ ସଂସ୍କରଣରେ ଗତଥରର ବିଜେତା ଓ ଉପବିଜେତାଙ୍କ ମଧ୍ୟରେ ହୋଇଥିବା ପ୍ରଥମ ମ୍ୟାଚ୍‌ରେ ସିଏସ୍‌କେ ୬୩ ରନ୍‌ରେ ବିଜୟୀ ହୋଇଥିଲା। ଶୁକ୍ରବାର ଘରୋଇ ମ୍ୟାଚ୍‌ରେ ଟାଇଟନ୍ସ ଏହି ବିଜୟ ସହିତ ପ୍ଲେଅଫ୍‌ ଆଶା ମଧ୍ୟ ଉଜ୍ଜୀବିତ ରଖିଛି। ଘରୋଇ ଦଳ ପକ୍ଷରୁ ଦିଆଯାଇଥିବା ୨୩୨ରନ୍‌ର ଲକ୍ଷ୍ୟକୁ ପିଛା କରି ସିଏସ୍‌କେ ୧୯୬/୮ରେ ସୀମିତ ରହିଥିଲା। ପ୍ରଥମ ତିନି ଓଭର ଭିତରେ ଅଜିଙ୍କ୍ୟ ରାହାଣେ (୧), ରାଚିନ୍‌ ରବୀନ୍ଦ୍ର (୧) ଓ ଋତୁରାଜ ଗାଏକ୍ବାଡ ଖାତା ଖୋଲିବା ଆଗରୁ ଆଉଟ୍‌ ହୋଇଯାଇଥିଲେ। ଡାରିଲ ମିଚେଲ୍‌ ଓ ମୋଇନ୍ ଅଲ୍ଲୀ ମଙ୍ଗ ସମ୍ଭାଳିବା ସହ ଚତୁର୍ଥ ୱିକେଟ୍‌ରେ ୫୭ ବଲ୍‌ରୁ ୧୦୯ ରନ୍‌ ଯୋଗକରି ସିଏସ୍‌କେ ଶିବିରରେ ଆଶା ସଂଚାର କରିଥିଲେ। କିନ୍ତୁ ମୋହିତ ଶର୍ମା ଗୋଟିଏ ଓଭର ବ୍ୟବଧାନରେ ଉଭୟଙ୍କୁ ଆଉଟ୍‌ କରିବାରୁ ଦଳ ପୁଣି ଥରେ ବିପର୍ଯ୍ୟୟ ଭିତରକୁ ଆସିଯାଇଥିଲା। ଶିବମ୍‌ ଦୁବେ (୨୧), ରବୀନ୍ଦ୍ର ଜାଡ଼େଜା (୧୮), ମହେନ୍ଦ୍ର ସିଂହ ଧୋନି (୨୬*) ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରିପାରି ନଥିଲେ।

ଏଥିପୂର୍ବରୁ ଋତୁରାଜ ଗାଏକ୍ବାଡ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ସବୁକିଛି ଯୋଜନା ବିପରୀତ ଦିଗରେ ଯାଇଥିଲା। ତୁଷାର ଦେଶପାଣ୍ଡେ, ଶାର୍ଦ୍ଦୁଳ ଠାକୁର, ମିଚେଲ ସାଣ୍ଟନର ଓ ସିମରଜୀତ ସିଂହ ପାୱାରପ୍ଲେ ଭିତରେ ଶୁବମନ ଓ ସୁଦର୍ଶନଙ୍କୁ ଅଧିକ ଆକ୍ରମଣାତ୍ମକ ଖେଳିବାକୁ ଦେଇ ନଥିଲେ। ଯେଉଁଥିପାଇଁ ଟାଇଟନ୍ସ ୫୮ ରନ୍‌ ସଂଗ୍ରହ କରିପାରିଥିଲା। କିନ୍ତୁ ଏହାପରଠୁ ସିମରଜୀତଙ୍କ ସହ ରବୀନ୍ଦ୍ର ଜାଡ଼େଜା ଓ ଡାରେଲ୍‌ ମିଚେଲ୍‌ଙ୍କୁ ନିର୍ଧୁମ୍‌ ପ୍ରହାର କରି ଉଭୟ ବ୍ୟାଟର୍‌ ୧୭ ଓଭର ପର୍ଯ୍ୟନ୍ତ ‌ଗୁଜରାଟକୁ କୌଣସି କ୍ଷତି ପହଞ୍ଚାଇବାକୁ ଦେଇ ନଥିଲେ। ଉଭୟ ୫୦ ଲେଖାଏଁ ବଲ୍‌ରୁ ଶତକ ଅର୍ଜନ କରିବା ପରେ ଦ୍ରୁତ ଖେଳିବାକୁ ଯାଇ ଗୋଟିଏ ଓଭରରେ ଆଉଟ୍‌ ହୋଇଯାଇଥିଲେ। ଅଷ୍ଟାଦଶ ଓଭରରେ ଦେଶପାଣ୍ଡେ ଦ୍ବିତୀୟ ଓ ଷଷ୍ଠ ବଲ୍‌ରେ ଏହି ଯୁଗଳ ସଫଳତା ଦେଇଥିଲେ। ଉଭୟ ପ୍ରଥମ ୱିକେଟ୍‌ରେ ୧୦୪ ବଲ୍‌ରୁ ୨୧୦ ରନ୍‌ର ଭାଗୀଦାରି ଗଢ଼ିଥିଲା ବେଳେ ଗୁଜରାଟ ପାଇଁ ଆଇପିଏଲ୍‌ରେ ଏହା ସର୍ବାଧିକ ସ୍କୋର ଥିଲା। ଶୁବମନ (୧୦୪ରନ୍‌, ୫୦ ବଲ୍‌, ୯ଚୌକା, ୬ଛକା) ଓ ସୁଦର୍ଶନ (୧୦୩ରନ୍‌, ୫୧ ବଲ୍‌, ୫ଚୌକା, ୭ଛକା)ଙ୍କ ପରେ ଡେଭିଡ୍‌ ମିଲର (୧୬*) ଡେଥ୍‌ ଓଭରରେ ଅଧିକ ରନ୍‌ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେତେଟା ସଫଳ ହୋଇପାରି ନଥିଲେ। ତଥାପି ସିଏସ୍‌କେ ବିପକ୍ଷରେ ଏହା ଟାଇଟନ୍ସର ସର୍ବୋଚ୍ଚ ସ୍କୋର ହୋଇପାରିଥିଲା।

ସଂକ୍ଷିପ୍ତ ସ୍କୋର: ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୨୩୧/୩ (ଶୁବମନ ଗିଲ୍‌-୧୦୪, ‌ସାଇ ସୁଦର୍ଶନ-୧୦୩, ଡେଭିଡ୍‌ ମିଲର-୧୬*, ତୁଷାର ଦେଶପାଣ୍ଡେ-୨/୩୩)। ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୯୬/୮ (ଡାରିଲ ମିଚେଲ-୬୩, ମୋଇନ୍‌ ଅଲ୍ଲୀ-୫୬, ମୋହିତ ଶର୍ମା-୩/୩୧, ରସିଦ ଖାନ୍‌-୨/୩୮)

ଆଇପିଏଲ୍‌ରେ ୧୦୦୦ରନ୍‌ ମାଇଲ୍‌ଖୁଣ୍ଟରେ ପହଞ୍ଚିବାରେ ସାଇ ସୁଦର୍ଶନ କିଂବଦନ୍ତି କ୍ରିକେଟର୍‌ ସଚିନ୍‌ ତେନ୍ଦୁଲକର ଓ ଋତୁରାଜ ଗାଏକ୍ବାଡଙ୍କୁ ପଛରେ ପକାଇଛନ୍ତି। ସଚିନ୍‌ ଓ ଋତୁରାଜ ୩୧ତମ ପାଳିରେ ଏହି ମାଇଲ୍‌ଖୁଣ୍ଟରେ ପହଞ୍ଚିଥିଲା ବେଳେ ସୁଦର୍ଶନ ୨୫ତମ ପାଳିରେ ଏହା କରିଦେଖାଇଛନ୍ତି। ‌ପୁଣି ଏହି ମାଇଲ୍‌ଖୁଣ୍ଟରେ ପହଞ୍ଚିବାରେ ମାଥ୍ୟୁ ହେଡେନ୍‌ଙ୍କ ସହ ସୁଦର୍ଶନ ଯୁଗ୍ମ ତୃତୀୟ ଦ୍ରୁତତମ ହୋଇଛନ୍ତି। ତାଙ୍କ ପୂର୍ବରୁ ସନ ମାର୍ସ ୨୧ ପାଳି ଓ ଲେଣ୍ଡଲ ସିମନ୍ସ ୨୩ ପାଳିରେ ଏହି ମାଇଲ୍‌ଖୁଣ୍ଟରେ ପହଞ୍ଚିଥିଲେ। ଜନି ବେୟାରଷ୍ଟୋ, କ୍ରିସ୍‌ ଗେଲ୍‌, କେନ୍‌ ୱିଲିୟମସନ୍‌, ମାଇକେଲ୍‌ ହସି ଏମାନଙ୍କ ପଛକୁ ଯଥାକ୍ରମେ ୨୬, ୨୭, ୨୮ ଓ ୩୦ତମ ପାଳିରେ ୧୦୦୦ ରନ୍‌ ପୂରଣ କରିଥିଲେ। ଏଥିସହିତ ସୁଦର୍ଶନ ଏହି ମ୍ୟାଚ୍‌ରେ ପ୍ରଥମ ଆଇପିଏଲ୍‌ ଶତକ ବି ଅର୍ଜନ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button