ଖେଳ ଖବର

ଯେତେ ପ୍ରସ୍ତୁତି କଲେ ବି ଅଲିମ୍ପିକ୍‌ ଗ୍ରାମରେ ପ୍ରକୃତ ଚାପ ଜଣାପଡ଼ିଥାଏ: ନୀରଜ – Kalinga News

[ad_1]

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ କିଛି ବି ହୋଇପାରେ। ଦିନଥିଲା ବିଶ୍ବ ଚାମ୍ପିଅନ୍‌ସିପ୍‌କୁ ଯୋଗ୍ୟତା ଅର୍ଜନ କରିପାରିବି କି ନାହିଁ ସନ୍ଦେହରେ ଥିଲି। କିନ୍ତୁ ଏବେ ସମୟ କିଭଳି ଭାବେ ବଦଳି ଯାଇଛି ତାହା ସମସ୍ତେ ଦେଖୁଛନ୍ତି ବୋଲି ଭାରତୀୟ ଜାଭଲିନ୍‌ ତାରକା ନୀରଜ ଚୋପ୍ରା କହିଛନ୍ତି। ଶୁକ୍ରବାର ଦୋହା ଡାଏମଣ୍ଡ ଲିଗ୍‌ରେ ଭାଗ ନେବା ପୂର୍ବରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ଦେଇଥିବା ଏକ ସାକ୍ଷତକାରରେ ଭାରତର ଅଲିମ୍ପିକ୍ସ ପଦକ ସମ୍ଭାବନା ଉପରେ ନୀରଜ କହିଛନ୍ତି, ବିଶ୍ବ ଚାମ୍ପିଅନ୍‌ସିପ୍‌ ଓ ଏସୀୟ କ୍ରୀଡ଼ାରେ ଯେମିତି ଆମ ଉପରେ ପ୍ରଶଂସକମାନେ ବିଶ୍ବାସ ରଖିଥିଲେ, ସେହି ବିଶ୍ବାସ ଅଲିମ୍ପିକ୍ସ ବେଳେ ମଧ୍ୟ ରହିବା ଦରକାର। କାରଣ ପୂର୍ବରୁ ବିଶ୍ବ ଜାଭଲିନ୍‌ରେ ୟୁରୋପୀୟ ଦେଶର ‌କ୍ରୀଡ଼ାବିତ୍‌ମାନେ ଆଧିପତ୍ୟ ବିସ୍ତାର କରୁଥିଲେ। କିନ୍ତୁ ଗତ ବୁଦାପେଷ୍ଟ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ୬ଜଣଙ୍କ ମଧ୍ୟରୁ ଭାରତରୁ ତିନିଜଣ ଥିବାରୁ, ଏବେ ଭାରତୀୟମାନେ ମଧ୍ୟ ଏହି କ୍ରୀଡ଼ାରେ ଦବ୍‌ଦବା ରଖୁଛନ୍ତି ବୋଲି ପ୍ରମାଣିତ ହେଉଛି।

ନୀରଜ କହିଛନ୍ତି, ଅଲିମ୍ପିକ୍ସ ପୂର୍ବରୁ ଯେତେ‌ ବି ପ୍ରସ୍ତୁତି କରିଥାଅ ନା କାହିଁକି, ଏମିତିକି ବିଦେଶରେ ବିଭିନ୍ନ ସମୟରେ ପ୍ରଶିକ୍ଷଣ ନେଇଥିଲେ ମଧ୍ୟ ଯେତେବେଳେ ଆମେ ଅଲିମ୍ପିକ୍‌ ଗ୍ରାମରେ ପାଦ ଦେଇଥାଉ ପରିସ୍ଥିତି ବଦଳିଯାଇଥାଏ। ସେଠାରୁ ହିଁ ପ୍ରକୃତ ଚାପ ପଡ଼ିଆରେ ଆରମ୍ଭ ହୋଇଥାଏ। ତଥାପି ଏଭଳି ସମୟ ପାଇଁ ମଧ୍ୟ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଅଲିମ୍ପିକ୍ସରେ ସଫଳତା କେବଳ ଜଣଙ୍କ ଉଦ୍ୟମରେ ନୁହେଁ, ବରଂ ଦଳଗତ କାମରୁ ଆସିଥାଏ। ମୋ ପ୍ରଶିକ୍ଷକ ଓ ଫିଜିଓ ପ୍ରତ୍ୟେକ ଆହ୍ବାନ ପାଇଁ ମୋତେ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ କରିଥାନ୍ତି। ପ୍ରତ୍ୟେକ ପ୍ରତିଯୋଗିତା ପୂର୍ବରୁ ସଠିକ୍‌ ଯୋଜନା ହିଁ ଆମକୁ ଗୋଟିଏ ପାଦ ଆଗରେ ରଖିପାରିବ ବୋଲି ନୀରଜ କହିଛନ୍ତି। ସୂଚନାଯୋଗ୍ୟ, ଏସୀୟ କ୍ରୀଡ଼ାରେ ନୀରଜ ଓ ଓଡ଼ିଆ ତାରକା କିଶୋର ଜେନା ଯଥାକ୍ରମେ ସ୍ବର୍ଣ୍ଣ-ରୌପ୍ୟ ପଦକ ଜିତି ଅଲିମ୍ପିକ୍ସ ଟିକେଟ ପାଇଛନ୍ତି। ଏବେ ଡାଏମଣ୍ଡ ଲିଗ୍‌ରେ ପ୍ରତିଦ୍ବନ୍ଦ୍ବିତା କରିବା ପରେ ୧୨ ତାରିଖରୁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଥିବା ଫେଡେରେସନ୍‌ କପ୍‌ ଦୌଡ଼କୁଦରେ ଏମାନେ ଭାଗ ନେବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button