ଖେଳ ଖବର

ଟସ୍ ଜିତିଲା ଭାରତ: ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି – Kalinga News

[ad_1]

ବାର୍ବୋଡାସ୍: ଟି-୨୦ ବିଶ୍ୱକପର ଫାଇନାଲରେ ଶନିବାର ବାର୍ବୋଡାସ୍‌ର ବ୍ରିଜ୍‌ଟୋନର କେସିଙ୍ଗଟୋନ୍ ଓଭାଲରେ ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଛନ୍ତି। ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାର୍କ୍ରାମଙ୍କ ନେତୃତ୍ବରେ ବୋଲିଂ ଆରମ୍ଭ କରିଛି।

ଟିମ୍ ଇଣ୍ଡିଆ ସ୍କ୍ବାଡ୍‌ରେ ରୋହିତ ଶର୍ମା (ଅଧିନାୟକ) , ଋଷଭ ପନ୍ତ (ୱିକେଟ କିପର) , ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ , ଶିବମ୍ ଦୁବେ , ହାର୍ଦ୍ଦିକ ପାଣ୍ଡ୍ୟା , ରବିନ୍ଦ୍ର ଜାଡେଜା , ଅକ୍ଷର ପଟେଲ , ଅର୍ଶଦୀପ ସିଂ , କୁଲଦୀପ ଯାଦବ , ଜସପ୍ରୀତ ବୁମରା , ଯୁଜବେନ୍ଦ୍ର ଚହଲ, ସଞ୍ଜୁ ସାମସନ ପ୍ରମୁଖ ରହିଛନ୍ତି।

ଦକ୍ଷିଣ ଆଫ୍ରିକା ସ୍କ୍ବାଡ୍‌ରେ କ୍ୱିଣ୍ଟନ୍ ଡି କକ୍ (ୱିକେଟ କିପର) , ଆଡେନ ମାର୍କ୍ରାମ (ଅଧିନାୟକ) , ରେଜା ହେଣ୍ଡ୍ରିକ୍ସ , ଟ୍ରାଇଷ୍ଟ ଷ୍ଟବ୍ସ , ହେନରିଚ୍ କ୍ଲାସେନ୍, ଡେଭିଡ ମିଲର, ମାର୍କୋ ଜାନସେନ୍ , କେଶବ ମହାରାଜ , କାଗିସୋ ରାବାଡା , ଅନରିଚ୍ ନର୍ଟେଜେ , ଟାବ୍ରାଇଜ୍ ଶାମସି , ଓଟନେଲ ବାର୍ଟମ୍ୟାନ୍ , ଜେରାଲ୍ଡ କୋଟଜେ , ବୋଜର୍ନ ଫୋର୍ଟୁଇନ୍,ରାୟନ ରିକେଲଟନ୍ ପ୍ରମୁଖ ଅଛନ୍ତି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button