ମନୋରଞ୍ଜନ

ଚୁମ୍ବନ ଦୃଶ୍ୟ ସିନେମାକୁ ସୋନାକ୍ଷୀଙ୍କ ନା – Kalinga News

[ad_1]

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜର ୱେବ ସିରିଜ ‘ହୀରାମଣ୍ଡି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ସିରିଜରେ ସୋନାକ୍ଷୀ ଫରଦିନଙ୍କ ଭୂମିକାକୁ ଜୀବନ୍ତ କରି ପରଦାରେ ତୋଳି ପାରିଛନ୍ତି।

‘ହୀରାମଣ୍ଡି’ରେ ଅଭିନୟ ପାଇଁ ସୋନାକ୍ଷୀଙ୍କୁ ଦର୍ଶକ ଖୁବ ଭଲ ପାଇବା ଦେଉଛନ୍ତି। ତେବେ ସୋନାକ୍ଷୀ ‌ଯେଉଁ ସିନେମାରେ ଅଭିନୟ କରନ୍ତୁ ନା କାହିଁକି ସବୁବେଳେ ଦର୍ଶକ ରୁଚିକୁ ଦେଖି କାମ କରିଥାଆନ୍ତି।

ବଲିଉଡରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ନୋ ଇଣ୍ଟିମେଟ ଓ କିସିଂ ସିନ ଆଧାରରେ କାମ କରିଥାଆନ୍ତି। ଏହି ତାଲିକାରେ ସୋନାକ୍ଷୀଙ୍କ ନାମ ବି ସାମିଲ ଅଛି।

ସୋନାକ୍ଷୀ ନିକଟରେ ଏକ ସାକ୍ଷାତକାର ଦେଇ କହିଛନ୍ତି, ‘ମୁଁ ସର୍ବଦା ନିଜର ନିର୍ଦ୍ଦେଶକଙ୍କୁ ଆଗରୁ କହି ରଖିଥାଏ କି ମୋତେ ଇଣ୍ଟିମେଟ ସିନ କିମ୍ବା ଚୁମ୍ବନ ଦୃଶ୍ୟ ଦେବାକୁ କହିବ ନାହିଁ। କାରଣ ଏହାକୁ ମୁଁ କରି ପାରିବି ନାହିଁ। ଯଦ୍ବାରା ଅନ୍ୟ ଚରିତ୍ର ଉପରେ ବି ଏହାର ପ୍ରଭାବ ପଡ଼ିବ। ତେଣୁ ଆପଣମାନେ ଯଦି ଇଣ୍ଟିମେଟ କିମ୍ବା ଚୁମ୍ବନ ସିନ ପାଇଁ ମୋ ସ୍ଥାନରେ ଅନ୍ୟ କୌଣସି ଅଭିନେତ୍ରୀଙ୍କୁ ନେବା ପାଇଁ ଚାହିଁବେ ସେଥିରେ ମୋର କିଛି ଆପତ୍ତି ନାହିଁ।

ମୁଁ ଜାଣିଛି ଏଭଳି ନିଷ୍ପତ୍ତି ପାଇଁ ଇଣ୍ଡଷ୍ଟ୍ରିକୁ ବେଶୀ ସଫଳ ସିନେମା ଦେଇ ପାରିନାହିଁ। କିନ୍ତୁ ଘରେ କେ‌ବେ ଖାଲି ହାତ‌ରେ ବସି ନାହିଁ। କିଛି ନା କିଛି କାମରେ ନିଜକୁ ବ୍ୟସ୍ତ ରଖିଛି।  ‘ହୀରାମଣ୍ଡି’ ଭଳି ସିନେମାରେ ସଞ୍ଜୟ ଲିଲା ଭନସାଲି ମୋତେ ସାଇନ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଦେବାକୁ ଚାହିଁବି। କାରଣ ଜଣେ କଳାକାର ପାଇଁ ଭଲ ରୋଲ ଟେ ମିଳିବା ସୌଭାଗ୍ୟର କଥା ହୋଇଥାଏ। ଯାହା ‘ହୀରାମଣ୍ଡି’ ଜରିଆରେ ମୋତେ ମିଳି ଯାଇଛି।

‘ହୀରାମଣ୍ଡି’ ସିରିଜରେ ସୋନାକ୍ଷୀ ସିହ୍ନାଙ୍କ ବ୍ୟତୀତ ଏଥିରେ ମନୀଷା କୋଇରାଲା, ସଞ୍ଜିତା ଶେଖ, ଫରିଦା ଜଲାଲ, ଅଦିତି ରାୱ ହୈଦରି, ଶେଖର ସୁମନ ଓ ଫରଦିନ ଖାନ ଭଳି କଳାକାର ଏଥିରେ ସାମିଲ ଅଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button