ମନୋରଞ୍ଜନ

ନମସ୍କାର ନିର୍ଦ୍ଦେଶକ: ‘ଟେଲି ସିନେମା’କୁ ଦିଲୀପଙ୍କ ନା – Kalinga News

[ad_1]

ଓଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ ଏସ୍ ଦିଲୀପ ପଣ୍ଡା ଇତିମଧ୍ୟରେ ସିନେଜଗତରେ ପ୍ରାୟ ୩୦ ବର୍ଷ ବିତେଇ ସାରିଲେଣି। ଏହି ସମୟ ମଧ୍ୟରେ ସେ ୨୦ରୁ ଅଧିକ ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇସାରିଲେଣି। ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ଛବି ‘ସୁନାଭାଉଜ’ରେ ଦିଲୀପ ସହକାରୀ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ମହମ୍ମଦ ମହସୀନ, ରବି କିନ୍ନାଗୀ, ପାର୍ବତୀ ଘୋଷ, ସଂଗ୍ରାମ ବିଶ୍ବାଳ, ବସନ୍ତ ସାହୁ, ତରୁଣ ମଜୁମଦାର, ସୁଧାଂଶୁମୋହନ ସାହୁ, ସଞ୍ଜୟ ନାୟକ ଓ ସୂରଜ ମିଶ୍ରଙ୍କ ପରି ଦକ୍ଷ ନିର୍ଦ୍ଦେଶକଙ୍କ ସହଯୋଗୀ ଭାବେ ୩୫ରୁ ଅଧିକ ଓଡ଼ିଆ ଛବିରେ କାମ କରିଥିଲେ।

ନିର୍ଦ୍ଦେଶକ ଭାବେ ଦିଲୀପଙ୍କ ପ୍ରଥମ ଓଡ଼ିଆ ଛବି ହେଲା ସିଦ୍ଧାନ୍ତ ମହାପାତ୍ର ଅଭିନୀତ ‘ରସିକ ନାଗର’। ଏହା ୨୦୦୭ରେ ମୁକ୍ତିଲାଭ କରିଥିଲା। ତା’ପରେ ସେ ‘ଧୀରେଧୀରେ ପ୍ରେମ ହେଲା’, ‘ହିରୋ ଏକ ପ୍ରେମ କଥା’, ‘କ୍ରିମିନାଲ୍’, ‘ହରି ଓମ୍ ହରି’, ‘ଧର୍ମ-ଦି ଫାଇଟର୍’, ‘ଟାଇଗର୍’, ‘ତୁ ଥିଲେ ମୋ ଡର କାହାକୁ’, ‘ମେଣ୍ଟାଲ୍’, ‘ଦିଲକା ରାଜା’, ‘ତୁ ମୋ ହିରୋ’, ‘ଲେଖିଛି ନାଆଁ ତୋର’, ‘ତୁ ମୋ ସୁନା ଚଢ଼େଇ’, ‘ଓମ୍ ସ୍ବାହା’ ଓ ‘ଲାଗେ ପ୍ରେମ ନଜର’ ଆଦି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି। ଏଣେ ‘ଚାଲ ଟିକେ ପ୍ରେମ କରିବା’, ‘ମୁଁ ତୁମକୁ ଭଲ ପାଏ’, ‘ଶମ୍ଭୁ’, ‘ତୁ ଲୈଲା ମୁଁ ମଜନୁ’ ଓ ‘ଦିଲ୍’ ସମେତ ତାଙ୍କର ବେଶ୍ କେତେଟି ଫିଲ୍ମ ମୁକ୍ତି ପ୍ରତୀକ୍ଷାରେ ରହିଛି। ଦିଲୀପ ସିଦ୍ଧାନ୍ତ, ଅନୁଭବ, ଅରିନ୍ଦମ, ସବ୍ୟସାଚୀ, ବୁଦ୍ଧାଦିତ୍ୟ, ଆକାଶ, ଜ୍ୟୋତି, ସମ୍ବିତ, ଆକାଶ, ବର୍ଷା ପ୍ରିୟଦର୍ଶିନୀ, ରୀୟା, ପ୍ରିୟା ଓ ତମନ୍ନାଙ୍କ ଭଳି ଲୋକପ୍ରିୟ ନାୟକନାୟିକାଙ୍କୁ ନେଇ ସିନେମା ନିର୍ମାଣ କରିଛନ୍ତି।

ଏବେ ଓଲିଉଡ୍‌ର ଅଧିକାଂଶ ଆଗଧାଡ଼ିର ନିର୍ଦ୍ଦେଶକ ବିଭିନ୍ନ ଚ୍ୟାନେଲ୍ ପାଇଁ ଟେଲିସିନେମା ନିର୍ମାଣ କରୁଥିବା ବେଳେ ଏସ୍ ଦିଲୀପ ପଣ୍ଡା ଏଯାଏ ଖାତା ଖୋଲି ନାହାନ୍ତି। ଏହାର କାରଣ ସଂପର୍କରେ ଦିଲୀପ କହନ୍ତି, ‘‘ବଡ଼ ପରଦା, ବଡ଼ ପରଦା। ବଡ଼ ପରଦା ଲାଗି ସିନେମା ତିଆରି କରିବାରେ ଯେଉଁ ଆତ୍ମସନ୍ତୋଷ ମିଳେ, ତାହା ଟେଲି ସିନେମାରେ ମିଳେନାହିଁ। ଏଣୁ ମୁଁ ଟେଲି ସିନେମା ଦିଗକୁ ମନ ବଳାଇନାହିଁ। ବଡ଼ କାନଭାସର ସିନେମା କରି ଆସିଛି, ଆଉ ଆଗକୁ ତାହା ଜାରି ରଖିବି।’’
– ଶିବଶଙ୍କର ଓଝା



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button