ମନୋରଞ୍ଜନ

‘ଦି ଫ୍ୟାମିଲି ମ୍ୟାନ୍-୩’ ପାଇଁ ଅନେକ ବଲିଉଡ ଅଭିନେତାଙ୍କଠାରୁ ଅଧିକ ପାରିଶ୍ରମିକ ନେଉଛନ୍ତି ମନୋଜ – Kalinga News

[ad_1]

ନୂଆଦିଲ୍ଲୀ: ପ୍ରାଇମ୍ ଭିଡିଓର ସବୁଠାରୁ ଲୋକପ୍ରିୟ ୱେବ୍ ସିରିଜ୍ ‘ଦି ଫ୍ୟାମିଲି ମ୍ୟାନ୍-୩’ର ସୁଟିଂ ଆରମ୍ଭ ହୋଇଛି। ପୁଣି ଥରେ ମନୋଜ ବାଜପେୟୀ ଶ୍ରୀକାନ୍ତ ତିୱାରୀ ଭୂମିକାରେ ଫେରୁଛନ୍ତି। ରାଜ ଏବଂ ଡି.କେ ଆମାଜନ୍ ପ୍ରାଇମ୍ ଭିଡିଓର ଏହି ୱେବ୍ ସିରିଜ୍ ପାଇଁ ନିର୍ଦ୍ଦେଶନା ଦେଉଛନ୍ତି। ଏହି ସିରିଜର ପ୍ରଥମ ଓ ଦ୍ବିତୀୟ ଭାଗ ଓଟିଟିରେ ବହୁତ ଲୋକପ୍ରିୟ ହୋଇଥିବା ବେଳେ ଲୋକେ ଏହାର ସିଜିନ୍-୩କୁ ଅପେକ୍ଷା କରିଛନ୍ତି। ଦ୍ବିତୀୟ ଭାଗରେ ସାମନ୍ଥ‌ା ଖଳନାୟିକା ହୋଇ ଚର୍ଚ୍ଚାକୁ ଆସିଥିଲେ। ‌ଏବେ ତୃତୀୟ ଭାଗରେ କ’ଣ ସରପ୍ରାଇଜ୍ ରହିଛି ତାକୁ ଦର୍ଶକ ଅପେକ୍ଷା କରିଛନ୍ତି। ୱେବ୍ ସିରିଜରେ ମୁଖ୍ୟ ଭୂମିକାରେ ମନୋଜ ବାଜପେୟୀ ଥିବା ବେଳେ ସେ ଏଥିପାଇଁ କେତେ ପାରିଶ୍ରମିକ ନେଉଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ମନୋଜ ବାଜପେୟୀଙ୍କୁ ‘ଦି ଫ୍ୟାମିଲି ମ୍ୟାନ୍-୨’ ପାଇଁ ପ୍ରାୟ ୧୦କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ବର୍ତ୍ତମାନ କୁହାଯାଉଛି ଯେ ସିଜିନ୍ ୩ ପାଇଁ ତାଙ୍କ ପାରିଶ୍ରମିକ ଦ୍ୱିଗୁଣିତ ହୋଇଛି ଏବଂ ସେ ପ୍ରାୟ ୨୦କୋଟି ଟଙ୍କା ନେଉଛନ୍ତି। ଏହି ସିରିଜ୍ ବ୍ୟତୀତ ମନୋଜ ଆହୁରି ଅନେକ ଲୋକପ୍ରିୟ ସିରିଜରେ କାମ କରିଛନ୍ତି, ଯାହା ତାଙ୍କୁ ଲୋକପ୍ରିୟ କରିଛି। ଓଟିଟିକୁ ଆସିବା ପରେ ମନୋଜଙ୍କୁ ଲୋକପ୍ରିୟତା ସହ ତାଙ୍କ ସମ୍ପତ୍ତିରେ ମଧ୍ୟ ବୃଦ୍ଧି ଘଟିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button