ଅପରାଧ

ଆମାଜନରୁ ଲକ୍ଷେ ଟଙ୍କା ଦେଇ ଅର୍ଡର କରିଥିଲେ ଲାପଟପ, ଭିତରେ ସମାନ ଜିନିଷ ଥିଲା ହେଲେ… – Kalinga News

[ad_1]

ନୂଆଦିଲ୍ଲୀ: ଅନଲାଇନ୍ ସପିଂ ଆପ୍ସର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ଅନଲାଇନ୍ ଆପଗୁଡ଼ିକର ବିଶ୍ୱସନୀୟତା ଧୀରେ ଧୀରେ ହ୍ରାସ ପାଉଛି । ଏହାର କାରଣ ଉପଭୋକ୍ତାମାନଙ୍କୁ ସଠିକ୍ ଉତ୍ପାଦ ପ୍ରଦାନ ନକରିବା ଏବଂ ସେମାନଙ୍କୁ ପ୍ରତାରଣା କରିବା। ଅନେକ ସମୟରେ ସୋସିଆଲ ମିଡିଆରେ ଖବର ଆସୁଛି ଯେ, ଅନଲାଇନ ଜିନିଷ ଅର୍ଡର କରି ଠକାମିର ଶିକାର ହେଉଛନ୍ତି ଲୋକେ। ଏବେ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ମାମଲା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି, ଯାହା ଏବେ ଭାଇରାଲ ହେଉଛି।

ଜଣେ ବ୍ୟକ୍ତି ଅନଲାଇନ୍ ସପିଂ ଆପ୍ ଆମାଜନରୁ ୧ଲକ୍ଷ ଟଙ୍କା ମୂଲ୍ୟର ଏକ ଲାପଟପ୍ କିଣିଥିଲେ। ଯେତେବେଳେ ଅର୍ଡର ଡେଲିଭର ହେଲା, ଭିତରେ ଥିବା ଜିନିଷ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଲକ୍ଷେ ଟଙ୍କା ଦେଇଥିବାରୁ ତାଙ୍କୁ ଏକ ନୂଆ ଲାପଟପ ମିଳିବ ବୋଲି ସେ ଭାବିଥିଲେ। ‌ହେଲେ ନୂଆ ବଦଳରେ ତାଙ୍କୁ ବ୍ୟବହୃତ ହୋଇଥିବା ଲାପଟପ୍ ମିଳିଥିଲା। ଏଭଳି ଠକାମିର ଶିକାର ହେବା ପରେ ବ୍ୟକ୍ତିଜଣକ ଏକ ଭିଡିଓ ପ୍ରସ୍ତୁତ କରି କମ୍ପାନିକୁ ଟ୍ୟାଗ୍ କରିଛନ୍ତି ଏବଂ ଏହାର ଅଭିଯୋଗ କରିଛନ୍ତି।

ଏକ୍ସ ପୋଷ୍ଟରେ ଉପଭୋକ୍ତା ଲେଖିଛନ୍ତି ଯେ, ସେ ଏପ୍ରିଲ ୩୦ରେ ଆମାଜନରୁ ଏକ ଲେନୋଭୋ ଲାପଟପ୍ ଅର୍ଡର କରିଥିଲେ ଏବଂ ଏହା ମେ ୭ରେ ଡେଲିଭର ହୋଇଥିଲା। କିନ୍ତୁ ଯେତେବେଳେ ସେ ଲେନୋଭୋର ଅଫିସିଆଲ୍ ସାଇଟରେ ୱାରେଣ୍ଟି ଅବଧି ଯାଞ୍ଚ କଲେ, ସେତେବେ‌ଳେ ଜଣାପଡ଼ିଲା ଯେ, ଡିସେମ୍ବର ୨୦୨୩ରୁ ଏହାର ୱାରେଣ୍ଟି ଅବଧି ଆରମ୍ଭ ହୋଇସାରିଛି। ଏହା ଦେଖିବା ପରେ ସ୍ପଷ୍ଟ ହେଲା ଯେ, ଲାପଟପ୍ ପୂର୍ବରୁ ବ୍ୟବହୃତ ହୋଇସାରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button