ଖେଳ ଖବର

‘‘ରୋହିତଙ୍କ ନେତୃତ୍ବରେ ଭାରତ ବିଶ୍ବକପ୍‌ ଜିତୁ’’ – Kalinga News

[ad_1]

‌ରୋହିତଙ୍କ ଫର୍ମକୁ ନେଇ ଚିନ୍ତା

ନୂଆଦିଲ୍ଲୀ: ଚାପ ସମୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବହୁତ ଭଲ ନିଷ୍ପତ୍ତି ନେଇପାରନ୍ତି। ମ୍ୟାଚ୍‌ରେ ତାଙ୍କ ଉପସ୍ଥିତି ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ପୂର୍ବତନ କ୍ରିକେଟର୍‌ ଯୁବରାଜ ସିଂହ କହିଛନ୍ତି। ଆସନ୍ତା ମାସରୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳାଯିବ। ରୋହିତଙ୍କ ନେତୃତ୍ବରେ ଭାରତୀୟ ଦଳ ଗୋଟିଏ ବର୍ଷ ବ୍ୟବଧାନରେ ପୁଣି ଥରେ ଆଇସିସି ଟ୍ରଫି ପାଇଁ ପ୍ରତିଦ୍ବନ୍ଦ୍ବିତା କରିବ। ଗତବର୍ଷ ଦିନିକିଆ ବିଶ୍ବକପ୍‌ରେ ଭାରତ ଅପରାଜେୟ ରହି ଫାଇନାଲ୍‌ରେ ପହଞ୍ଚିଥିଲା। କିନ୍ତୁ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇ ଉପବିଜେତା ହୋଇଥିଲା। ଏବେ ପୁଣି ଥରେ ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଟ୍ରଫି ଦାବିଦାର ରହିଛି। ତେଣୁ ବିଶ୍ବକପ୍‌ରେ ରୋହିତଙ୍କ ସହିତ ତାଙ୍କ ଭଳି ଚିନ୍ତାଧାରା ରଖୁଥିବା ଆଉ ଜଣେ ଖେଳାଳି ସାଥି ପାଇଲେ ଭାରତ ସଫଳତା ପାଇପାରିବ। ରୋହିତଙ୍କ ନେତୃତ୍ବରେ ଗତବର୍ଷ ଦିନିକିଆ ବିଶ୍ବକପ୍‌ରେ ଭାରତ ଚମତ୍କାର ପ୍ରଦର୍ଶନ ଦେଇଥିଲା। ତାଙ୍କ ଅଧୀନରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ୍‌ ଟ୍ରଫି ଜିତିଥିଲା। ତେଣୁ ତାଙ୍କ ନେତୃତ୍ବ ଉପରେ ଭରସା ରଖିବାକୁ ଯୁବରାଜ କହିଛନ୍ତି। ୨୦୦୭ ମସିହାରେ ରୋହିତ ଭାରତୀୟ ଦଳରେ ପଦାର୍ପଣ କରିବା ଦିନଠୁ ତାଙ୍କ ଉତ୍‌ଥାନ ପତନର ସାକ୍ଷୀ ଅଛନ୍ତି ଯୁବରାଜ। ପୁରୁଣା କଥା ମନେପକାଇ ଯୁବରାଜ କହିଛନ୍ତି ‘‘ପ୍ରଥମେ ଯେତେବେଳେ ରୋହିତ ଆସିଥିଲେ, ସେତେବେଳେ ବହୁତ ଖରାପ ଇଂରାଜୀ କହୁଥିଲେ। ବହୁତ ମଜାଳିଆ ଥିଲେ। ବୋରିଭଲିରୁ ଆସିଥିବାରୁ ଆମେ ତାଙ୍କୁ ସବୁବେଳେ ଚିଡ଼ାଉଥିଲୁ। କିନ୍ତୁ ତାଙ୍କ ହୃଦୟ ସଂପୂର୍ଣ୍ଣ ନିର୍ମଳ। ଜଣେ ବ୍ୟକ୍ତିତ୍ବ ଭାବରେ ରୋହିତ ଏବେ ବି ବଦଳି ନାହାନ୍ତି। କ୍ରିକେଟ୍‌ରେ ସେ ମୋର ନିକଟତମ ବନ୍ଧୁମାନଙ୍କ ଭିତରେ ଅନ୍ୟତମ ବୋଲି ଯୁବରାଜ କହିଛନ୍ତି। ତେଣୁ ରୋହିତ ବିଶ୍ବକପ୍‌ ଜିତନ୍ତୁ ବୋଲି ଯୁବରାଜ ଆଶା ରଖିଛନ୍ତି।

ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆଉ କିଛି ଦିନ ଥିଲା ବେଳେ ‌ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମ ନେଇ ପୂର୍ବତନ କ୍ରିକେଟର୍‌ ତଥା ଭାଷ୍ୟକାର ଆକାଶ ଚୋପ୍ରା ଚିନ୍ତା ପ୍ରକଟ କରିଛନ୍ତି। ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୧୭୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା ବେଳେ ରୋହିତ ମାତ୍ର ୫ ବଲ୍‌ ଖେଳି ୪ ରନ୍‌ରେ ଆଉଟ୍‌ ହୋଇଥିଲେ। ଏପ୍ରିଲ୍ ୧୪ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶତକ ଅର୍ଜନ କରିବା ପରେ ଏହି ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକଙ୍କ ଆଉ ବଡ଼ ସ୍କୋର୍‌ କରିପାରି ନାହାନ୍ତି। ରୋହିତ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୬, ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୮, ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷରେ ୪, କୋଲ୍‌କାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ୧୧ ଏବଂ ଗତ ମ୍ୟାଚ୍‌ରେ ୪ ରନ୍‌ କରିଥିଲେ। ଲଗାତାର ଏକ ଅଙ୍କରେ ରହିବା ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି। ଏହାକୁ ନେଇ ଆକାଶ ଚୋପ୍ରା ନିଜ ୟୁଟ୍ୟୁବ ଚ୍ୟାନେଲ୍‌ରେ କହିଛନ୍ତି, ‘‘ନୂଆ ବଲ୍‌ ଘୁରିବାରୁ ଈଶାନ କିଶନ ଆଉଟ୍‌ ହେଲେ। ମାର୍କୋ ୟାନସେନ ତାଙ୍କୁ ଆଉଟ୍‌ କଲେ। ପ୍ୟାଟ୍‌ କମିନ୍ସ ଆସିଲେ ରୋହିତଙ୍କୁ ଆଉଟ୍‌ କଲେ। ପ୍ରକୃତରେ ରୋହିତଙ୍କ ପ୍ରଥମ ୬ ମ୍ୟାଚ୍‌ ଏବଂ ଗତ ୫ ମ୍ୟାଚ୍‌ରେ ବହୁତ ପାର୍ଥକ୍ୟ ରହୁଛି। ଶେଷ ୫ ମ୍ୟାଚ୍‌ରେ ସେ ଏକ ଅଙ୍କରେ ରହିବା ବଡ଼ ଚିନ୍ତାର ବିଷୟ। ରୋହିତ ଫର୍ମକୁ ଫେରିବା ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ଓ ଭାରତ ପାଇଁ ଫଳପ୍ରଦ ହେବ’’।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button