ଦେଶ- ବିଦେଶ

ତୃତୀୟ ପର୍ଯ୍ୟାୟରେ ୬୧ ପ୍ରତିଶତ ମତଦାନ,ଆସାମରେ ମତଦାନ ସର୍ବାଧିକ ୭୪.୮୬ ପ୍ରତିଶତ – Kalinga News

[ad_1]

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ତୃତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଛି। ତୃତୀୟ ପର୍ଯ୍ୟାୟରେ ୧୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ନିର୍ବାଚନମଣ୍ଡଳୀରେ ଆଜି ଭୋଟ୍ ଗ୍ରହଣ ହୋଇଛି। ସନ୍ଧ୍ୟା ୬ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛି। ଆସାମରେ ସର୍ବାଧିକ ୭୪.୮୬ ପ୍ରତିଶତ ମତଦାନ ହୋଇଛି। ସାମାନ୍ୟ ବର୍ଷା ସତ୍ତ୍ବେ ଆଜି ଆସାମରେ ସର୍ବାଧିକ ମତଦାନ ରେକର୍ଡ କରାଯାଇଛି। ଆସାମ ପଛକୁ ପଶ୍ଚିମବଙ୍ଗରେ ୭୩.୯ ପ୍ରତିଶତ ଏବଂ ଛତିଶଗଡ଼ରେ ୬୬.୮୭ ପ୍ରତିଶତ ମତଦାନ ହୋଇଛି। ଜମ୍ମୁ କାଶ୍ମୀରର ଅନନ୍ତନାଗ-ରାଜୌରୀ ନିର୍ବାଚନମଣ୍ଡଳୀରେ ଆଜି ଭୋଟ୍ ଥିଲା। କିନ୍ତୁ ଖରାପ ପାଗ ପାଇଁ ଉକ୍ତ ଆସନରେ ଆଜି ଭୋଟ୍ ଗ୍ରହଣ ସ୍ଥଗିତ ରହିଛି। ମେ’ ୨୫ ତାରିଖରେ ଏହି ଆସନରେ ଭୋଟ୍ ଗ୍ରହଣ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମଦାବାଦର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଆଜି ଭୋଟ୍ ଦେଇଛନ୍ତି। ବିଜେପିର ପ୍ରଭାବ ଥିବା ଅନେକ ଆସନରେ ଆଜି ତୃତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେଉଛି। ଆଜି ଭୋଟ୍ ଗ୍ରହଣ ହୋଇଥିବା ଆସନ ଗୁଡ଼ିକରୁ ୭୨ଟି ଆସନରେ ବିଜେପି ୨୦୧୯ ଲୋକସଭା ନିର୍ବାଚନରେ ଜିତିଥିଲା। ଏହି ଆସନ ଗୁଡ଼ିକରୁ କେବଳ ୨୬ଟି ଆସନ ଗୁଜରାଟରେ ଅଛି। ବିଜେପି ଭଲ କରିଥିବା ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ଅଛି। କିନ୍ତୁ ବିଜେପିର ସହଯୋଗୀ ଦଳ ଜେଡିଏସ୍ (ଜନତା ଦଳ ସେକ୍ୟୁଲାର) ନେତାଙ୍କ ସମ୍ପୃକ୍ତି ଥିବା ଯୌନ କେଳେଙ୍କାରୀ ମାମଲା ବିଜେପି ପାଇଁ ଚଳିତ ଥର ସାମାନ୍ୟ ଅଡ଼ୁଆ ସୃଷ୍ଟି କରିପାରେ। କିନ୍ତୁ ବିଜେପି ଏହି ମାମଲାଠାରୁ ନିଜକୁ ଦୂରେଇ ରଖିଛି। ତୃତୀୟ ପର୍ଯ୍ୟାୟରେ ଆସାମରେ ୪ ଆସନ, ବିହାରରେ ୫, ଛତିଶଗଡ଼ରେ ୭, ଗୋଆରେ ୨, ଗୁଜରାଟରେ ୨୬, କର୍ଣ୍ଣାଟକରେ ୧୪, ମଧ୍ୟପ୍ରଦେଶରେ ୮, ମହାରାଷ୍ଟ୍ରରେ ୧୧, ଉତ୍ତରପ୍ରଦେଶରେ ୧୦, ପଶ୍ଚିମବଙ୍ଗରେ ୪, ଦାଦ୍ରା ଏବଂ ନଗର ହାବେଳି ଓ ଡାମନ ଏବଂ ଡିୟୁରେ ୨ ଆସନରେ ଭୋଟ୍ ଗ୍ରହଣ ହୋଇଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button