ଦେଶ- ବିଦେଶ

ଗିରଫରୁ କେଜ୍ରିୱାଲଙ୍କୁ ଆଶ୍ବସ୍ତି ମିଳିବନି , ଗିରଫ ବିରୋଧରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୯ରେ – Kalinga News

[ad_1]

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ ୨୧ ତାରିଖରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ସୁପ୍ରିମକୋର୍ଟରେ ଆଶ୍ବସ୍ତି ମିଳିଲାନି। ଗିରଫକୁ ଚାଲେଞ୍ଚ କରି କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏପ୍ରିଲ ୨୯ ତାରିଖରେ ଉକ୍ତ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆପ୍ ସୁପ୍ରିମୋଙ୍କ ଆବେଦନ ପୂର୍ବରୁ ଗତ ଏପ୍ରିଲ ୯ ତାରିଖରେ ଦିଲ୍ଲୀ ହାଇକୋର୍ଟ ରଦ୍ଦ କରିଦେଇଥିଲେ। ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଦିପଙ୍କର ଦତ୍ତଙ୍କ ୨ ଜଣିଆ ଖଣ୍ଡପୀଠ ଆଜି କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିଥିଲେ। ଅନ୍ୟପକ୍ଷେ ଗିରଫ ବିରୋଧରେ କେଜ୍ରିୱାଲଙ୍କ ଆବେଦନ ଉପରେ କୋର୍ଟ ଇଡିକୁ ନୋଟିସ କରିଛନ୍ତି। ଇଡି ଏପ୍ରିଲ ୨୪ ପୂର୍ବରୁ ଏହି ନୋଟିସ ଉପରେ ଜବାବ ରଖିବାକୁ ୨ ଜଣିଆ ଖଣ୍ଡପୀଠ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ତିହାର ଜେଲରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କ ୧୪ ଦିନର ହାଜତ ମିଆଦ ମଧ୍ୟ ଆଜି ଶେଷ ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button