ଆମେ ଜାମିନ ଦେଲେ ବି କେଜ୍ରିୱାଲ ସରକାରୀ କାର୍ଯ୍ୟ କରିପାରିବେନି : ସୁପ୍ରିମକୋର୍ଟ – Kalinga News

[ad_1]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି, ଯଦି ଜେଲ୍ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନ୍ତରୀଣ ଜାମିନରେ ବାହାରକୁ ବାହାରନ୍ତି ତେବେ ତାଙ୍କୁ ସରକାରୀ କାର୍ଯ୍ୟ କରିବାକୁ ଅନୁମତି ମିଳିବନି। କାରଣ ଏହାଦ୍ବାରା ଅତି ଖରାପ୍ ପ୍ରଭାବ ପଡ଼ିବ। ଇତି ମଧ୍ୟରେ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହାଜତ ମିଆଦ ଆସନ୍ତା ମେ’ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସୁପ୍ରିମକୋର୍ଟରେ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଦିପଙ୍କର ଦତ୍ତଙ୍କ ଖଣ୍ଡପୀଠ ଆଜି ଏହି ଶୁଣାଣି କରୁଥିଲେ। ଆଜି ଶୁଣାଣି ସମୟରେ କୋର୍ଟ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଶେକ ମନୁ ସିଂହଭିଙ୍କୁ ପଚାରିଥିଲେ ଯଦି କେଜ୍ରିୱାଲ ଜେଲରୁ ବାହାରନ୍ତି ତେବେ ସେ କ’ଣ ଅଫିସ୍ ଯିବେ ନା’ ଫାଇଲ୍ରେ ସ୍ବାକ୍ଷର କରିବେ। ଏହାର ଉତ୍ତରରେ କେଜ୍ରିୱାଲଙ୍କ ଓକିଲ କହିଥିଲେ ସେ ଏସବୁ କାର୍ଯ୍ୟ କରୁନାହାନ୍ତି। ସେ ଜଣେ ମୁଖ୍ୟମନ୍ତ୍ରୀ। ଖଣ୍ଡପୀଠ କହିଥିଲେ ଆମେ ସ୍ପଷ୍ଟ ଭାବେ ଏହା କହିବାକୁ ଚାହୁଛୁ ଯେ ମୁଖ୍ୟମନ୍ତ୍ରୀ ଜେଲରୁ ବାହାରିଲେ କୌଣସି ସରକାରୀ କାର୍ଯ୍ୟ କରିବେନାହିଁ। କାରଣ ଏହା ଅତି ଖରାପ ପ୍ରଭାବ ପକାଇବ। ଖଣ୍ଡପୀଠ କହିଥିଲେ ଆମେ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ଚାହୁନାହୁଁ। ଆପଣ ମୁଖ୍ୟମନ୍ତ୍ରୀ ରହିବାକୁ ଚାହିବା ଆପଣଙ୍କ ଇଚ୍ଛା। ଆମେ କେବଳ ନିର୍ବାଚନ ପାଇଁ ଆପଣଙ୍କ ଅନ୍ତରୀଣ ଜାମିନକୁ ବିଚାରକୁ ନେଉଛୁ। ଅନ୍ୟଥା ଆମେ ଏଥିରେ ହସ୍ତକ୍ଷେପ କରିନଥାନ୍ତୁ। ସୁପ୍ରିମକୋର୍ଟ ମଧ୍ୟ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ଙ୍କୁ କହିଥିଲେ ଯେ କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଏବଂ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବାର ଆବଶ୍ୟକତା ଥିବାରୁ ଆମେ ତାଙ୍କୁ ଜାମିନ ଆବେଦନର ଶୁଣାଣି କରୁଛୁ।
[ad_2]