ଦେଶ- ବିଦେଶ

ହାତ ର ଜୀବନ ରେଖାରୁ ଜାଣନ୍ତୁ କେତେ ରହିବ ଆପଣଙ୍କ ଆୟୁ ? Life line on Palm

ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ପ୍ରକୃତରେ ଆମେ କିପରି ଜାଣିପାରିବା ଜୀବନ ରେଖାରୁ ଆପଣଙ୍କ ବୟସ କେତେ ହେବ ଏବଂ କେତେ ଦିନ ଆପଣ ଜୀବନକୁ ବିତାଇବେ କରିବେ ଏବଂ ତା ସହିତ ସ୍ଵାସ୍ଥ୍ୟ ସମସ୍ୟା ବା କୈାଣସି ଇନ୍ଦ୍ରିୟ ହୋଇପାରିବ ? ଜଦି ଆପଣ ମହିଳା ଅଟନ୍ତି ବାମ ହାତ ଦେଖନ୍ତୁ ଏବଂ ଜଦି ଆପଣ ପୁରୁଷ ତେବେ ଡାହାଣ ହାତ ଦେଖନ୍ତୁ । ତେବେ ଆସନ୍ତୁ ଜାଣିବା ସେହି ରେଖା ବିଷୟରେ । ପ୍ରଥମେ ଆସେ ହୃଦୟ ରେଖା ତାପରେ ଆସେ ମନର‌ ରେଖା ।

ମନର ରେଖା ଶେଷରୁ ଆରମ୍ଭ ହୁଏ ଜୀବନ ରେଖା ଯାହାଦ୍ଵାରା ଆପଣ ଜାଣିବେ ଆପଣଙ୍କ ଜୀବନ କେତେ ଲମ୍ବା ହେବାର ଅଛି ଏବଂ କେତେ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଜୀବନକୁ ବ୍ୟତୀତ କରିବେ । ତେବେ ଆଙ୍ଗୁଠି ପାଖରେ ଏହି ରେଖା ହେଉଛି ଶୁକ୍ର ପର୍ବତ, ଏହାକୁ ଯେତେ ଫାଙ୍କା ମିଳିବ ଯେତିକି ପରିମାଣରେ ବୁଲିଯିବ ସେତିକି ଆପଣଙ୍କ ଜୀବନ ଲମ୍ବା ହେବ । ଜଦି କୈାଣସି ରେଖା ଏହା ମଝିରେ ହୋଇନଥାଏ ତେବେ ଆପଣଙ୍କ ଜୀବନ ସୀମା ୮୦ ବର୍ଷରୁ ଅଧିକ ରହିବ ।

ତେବେ ଜରୁରୀ ନୁହେଁ ଯେ ଆପଣଙ୍କ ହାତରେ ଏହିପରି ରେଖା ହେବ । ଅନେକ ଲୋକଙ୍କ ହାତରେ ଛୋଟ ରେଖା ହୋଇଥାଏ ମାନେ ଏହି ରେଖା ଅଧିକ ବୁଲିଯାଇ ଥିବାରୁ ଏହା ଛୋଟ ହୋଇଯାଇଥାଏ । କହି ପାରିବା ଏମାନଙ୍କ ବୟସ କମ୍ ରୁହେ କିନ୍ତୁ ଏମାନେ ଭଲ ହୃଦୟ ପାଇଁ ପ୍ରତ୍ୟେକ ମୁହୁର୍ତ୍ତ କୁ ବର୍ଷ ପରି ବଞ୍ଚନ୍ତି ।

ଆଉ ଗୋଟିଏ ପ୍ରଶ୍ନ ଉଠେ ଆମ ଜୀବନରେ ସ୍ବାସ୍ଥ୍ୟ ସମସ୍ୟା, ଅନ୍ୟ ସମସ୍ୟା ହେବାର ସମ୍ଭାବନା ରହିଛି କି ? ଆମେ କହିଥିଲୁ ଯେ ଜୀବନ ରେଖା ମଧ୍ୟରେ କିଛି ଏହି ଭଳି ରେଖା ହୋଇଥାଏ, ଜଦି ଏପରି ଥାଏ ତେବେ ଆପଣଙ୍କର ୩୦ ବର୍ଷ ମଧ୍ୟରେ ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେଇ ପାରେ ଏବଂ ଜଦି ଏହି ପରି ରେଖା ଥାଏ ଅଙ୍କାବଙ୍କା ତେବେ ଆପଣଙ୍କୁ ୬୦ ରୁ ୭୦ ବର୍ଷ ମଧ୍ୟରେ ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେଇ ପାରେ ।

ବେଳେବେଳେ ଏମିତି ହୁଏ ଯେତେବେଳେ ଏହି ରେଖା ଆରମ୍ଭ ହୋଇଥାଏ ତେବେ ଏହା ପୂରା ହୋଇପାରେନା ଏବଂ ତା ପାଖରୁ ଆଉ ଏକ ରେଖା ବାହାରି ଆଗକୁ ଚାଲି ଯାଇଥାଏ । ଯଦି ଆପଣଙ୍କର ଏହି ଭଳି ଅଧା ରେଖା ହୋଇଥାଏ ତେବେ ଏହା କଠିନ ସମସ୍ୟା ହୋଇପାରେ । ଏହା ସ୍ବାସ୍ଥ୍ୟ କିମ୍ବା ଦୁର୍ଘଟଣା ସମସ୍ୟା ହୋଇପାରେ ଜଦି ଆପଣ ସାବଧାନତା ଅବଲମ୍ବନ କରନ୍ତି ତେବେ ଏଥିରେ ରକ୍ଷା ପାଇ ପାରିବେ ।

ଏବେ ଆପଣଙ୍କୁ କହିବୁ କିଛି ଭଲ ରେଖା, ଭଲ ସଂକେତ ଯାହା ଆସନ୍ତା ସମୟରେ ଆପଣଙ୍କୁ ଭଲ ଫଳ ଦେବ । ଜୀବନ ରେଖା ଶେଷରୁ ଆରମ୍ଭ ହୋଇ ମନ ରେଖା ଶେଷରେ ମିଶିଯାଏ ଏବଂ ଆଉ ଗୋଟିଏ ରେଖା ଯାହା ଜୀବନ ରେଖା ଶେଷରୁ ଆରମ୍ଭ ହୋଇ ଶନି ପର୍ବତ ଉପରକୁ ଯାଏ ତାହା ଆପଣଙ୍କର ବଡ଼ ଧନ ଲାଭକୁ ଦର୍ଶାଏ । ଏହାପରେ ଆଉଏକ ରେଖା ଜଦି ଜୀବନ ରେଖା ଶେଷରେ ମାଛ ଆକାର ସଦୃଶ ପରି ରେଖା ବନେ ତାହା ବଡ଼ ଧନବାନ ହେବାର ଆଶଙ୍କା ଥାଏ ।

ବେଳେବେଳେ ଏମିତି ହୁଏ ଜୀବନ ରେଖା ବିଭକ୍ତ ହୋଇଯାଏ ଗୋଟିଏ ଭିତରକୁ ଏବଂ ଆଉ ଗୋଟିଏ ବାହାରକୁ ତେବେ ଆପଣଙ୍କର ବିଦେଶ ଯିବାର ସମ୍ଭାବନା ଅଛି । ଆପଣଙ୍କର ବିଦେଶ ଗସ୍ତରେ ଭଲ ଚାକିରୀ କିମ୍ବା ବ୍ୟବସାୟ କରି ବସବାସ କରି ପାରନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button