ମନୋରଞ୍ଜନ

ହ୍ରିତିକଙ୍କ ପୂର୍ବରୁ ଏହି ଅଭିନେତାଙ୍କୁ ଡେଟ୍ କରୁଥିଲେ ସବା – Kalinga News

[ad_1]

ନୂଆଦିଲ୍ଳୀ: ପ୍ରଥମ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ ଏବେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍ କରୁଥିବା କଥା ଆପଣ ଜାଣିଥିବେ ନିଶ୍ଚୟ। ଦୁହେଁ ଗତ କିଛି ବର୍ଷ ହେଲାଣି ପରସ୍ପରକୁ ଡେଟ କରୁଛନ୍ତି। ସବା, ହ୍ରିତିିକଙ୍କ ପରିବାର ସହ ସମୟ କଟାଇବା ସହ ଛୁଟି କଟାଇବା ପାଇଁ ବିଦେଶ ଯାଉଥିବା ଦେଖିବାକୁ ମିଳିଥାଏ। ତେବେ ‌ଏତେ ବଡ଼ ଷ୍ଟାରଙ୍କୁ ଡେଟ୍ କରିବା ପୂର୍ବରୁ ସବା କେଉଁ ଅଭିନେତାଙ୍କୁ ଡେଟ୍ କରୁଥିଲେ ଆପଣ ଜାଣନ୍ତି କି?

ଆପଣ ଜାଣିଥିବେ ଯେ ସବା ଏହା ପୂର୍ବରୁ ଏକ ଇଲେକ୍‌ଟ୍ରୋ ଫଙ୍କ୍‌ ବ୍ୟାଣ୍ଡ୍‌ରେ କାମ କରି ସାରିଛନ୍ତି। ତାଙ୍କ ସହ ସେଠାରେ କାମ କରୁଥିଲେ ବଲିଉଡ ଅଭିନେତା ନସିରୁଦ୍ଦିନ ଶାହାଙ୍କ ପୁଅ ଇମାଦ ଶାହ। ସବା ତାଙ୍କୁ ଡେଟ୍‌ କରୁଥିଲେ ବୋଲି ସୂଚନା ରହିଛି। ମାତ୍ର ୨୦୨୦ ମସିହାରେ ଦୁହେଁ ବ୍ରେକ୍‌-ଅପ୍‌ କରି ଦେଇଥିଲେ। ଇମାଦଙ୍କଠାରୁ ଅଲଗା ହେବା ପରେ ସବା, ହ୍ରିତିକଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ।

ଉଲ୍ଲେଖଯୋଗ୍ୟ, ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ପରସ୍ପରକୁ ଡେଟ୍ କରୁଥିବା ଗ୍ରହଣ କରିଥିଲେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଓ ଅଭିନେତ୍ରୀ ସବା ଆଜାଦ। ପ୍ରେମ ସମ୍ପର୍କ ଥିବା ନେଇ ଖୁଲାସା କରିବା ପରେ ଗତବର୍ଷ ଦୁହେଁ ବିବାହ କରିବାକୁ ଯୋଜନା କରୁଥିବା ସୂଚନା ମିଳିଥିଲା। ହେଲେ ପରେ ଏହା ଏକ ଗୁଜବ ବୋଲି ସ୍ପଷ୍ଟ ହୋଇଥିଲା। ଦୁହେଁ ବିବାହ କରିନଥିଲେ ବି ସାଥିରେ ସମୟ କଟାଉଥିବା ଜଣାପଡ଼ିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button