ରାଜନୀତି

ଫାରୁକ-କଂଗ୍ରେସ ଏକାଠି, ମେହବୁବା କୋଣଠେସା – Kalinga News

[ad_1]

ଶ୍ରୀନଗର: ଚଳିତ ଲୋକସଭା ନିର୍ବାଚନରେ ଜମ୍ମୁ-କଶ୍ମୀରରେ ରାଜନୈତିକ ସ୍ଥିତି ରୋଚକ ହେବା ସହିତ ନୂଆ ସମୀକରଣ ସୃଷ୍ଟି ହୋଇଛି। ଚଳିତ ଥର ଇଣ୍ଡିଆ ମେଣ୍ଟର ଦୁଇ ରାଜନୈତିକ ଦଳ ଫାରୁକ ଅବଦୁଲ୍ଲାଙ୍କ ନ୍ୟାସନାଲ କନଫରେନ୍ସ ଏବଂ କଂଗ୍ରେସ ହାତ ମିଳାଇଛନ୍ତି। ଅପରପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି)କୁ କୋଣଠେସା କରାଯାଇଛି।

ନ୍ୟାସନାଲ କନଫରେନ୍ସ ଏବଂ କଂଗ୍ରେସ ଜମ୍ମୁ-କଶ୍ମୀର ଏବଂ ଲଦାଖର ୬ ଲୋକସଭା ଆସନକୁ ପରସ୍ପର ମଧ୍ୟରେ ବାଣ୍ଟି ନେଇଛନ୍ତି। ଉଭୟ ଦଳ ତିନି ତିନି ଆସନରେ ନିଜ ନିଜ ପ୍ରାର୍ଥୀ ଦେବେ। କିନ୍ତୁ ମେହବୁବାଙ୍କ ରାଜନୈତିକ ପଥ ଅଲଗା ହେବାରୁ ଇଣ୍ଡିଆ ମେଣ୍ଟକୁ ଧକ୍କା ମଧ୍ୟ ଲାଗିଛି।

ଏହାର ଫାଇଦା ବିଜେପିକୁ ଯିବ ବୋଲି କୁହାଯାଉଛି। କୋଣଠେସା ହୋଇଥିବା ମେହବୁବା ଜମ୍ମୁ-କଶ୍ମୀରର ୩ ଲୋକସଭା ଆସନରେ ନିଜର ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ମେହବୁବା ନିଜେ ଅନନ୍ତନାଗ-ରାଜୌରି ଲୋକସଭା ଆସନରୁ ଲଢୁଛନ୍ତି।

ତେବେ ଜମ୍ମୁର ଦୁଇ ଆସନରେ ସେ କଂଗ୍ରେସକୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି। ଅପରପକ୍ଷରେ ବିଜେପି ଅନୁଚ୍ଛେଦ ୩୭୦ ରଦ୍ଦ ହେବା ପରେ ଜମ୍ମୁ-କଶ୍ମୀରରେ ନିଜର ଶକ୍ତି ଦେଖାଇବାକୁ ଉତ୍ସାହିତ ହୋଇଛି। ରାଜ୍ୟର ନୂଆ ରାଜନୈତିକ ସମୀକରଣ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଛି।

କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସ ମଧ୍ୟରେ ହୋଇଥିବା ଆସନ ବୁଝାମଣା ଅନୁସାରେ ଜମ୍ମୁ, ଉଧମପୁର, ଲଦାଖରେ କଂଗ୍ରେସ ନିର୍ବାଚନ ଲଢ଼ିବ। ସେହିପରି ନ୍ୟାସନାଲ କନଫରେନ୍ସ ଅନନ୍ତନାଗ, ଶ୍ରୀନଗର ଏବଂ ବାରମୁଳାରେ ନିଜର ପ୍ରାର୍ଥୀ ଦେବ। ଆସନ ବୁଝାମଣା ହେବାର ଔପଚାରିକତା ପୂର୍ବରୁ ଉଭୟ ଦଳ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button