ରାୟବରେଲିରୁ ଲଢ଼ିବେ ରାହୁଲ – Kalinga News

[ad_1]
ନୂଆଦିଲ୍ଲୀ: ଗାନ୍ଧୀ ପରିବାରର ଗଡ଼ କୁହାଯାଉଥିବା ଉତ୍ତରପ୍ରଦେଶର ରାୟବରେଲି ଓ ଆମେଥି ଆସନରେ ଆଜି ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ରାଏବରେଲି ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଗାନ୍ଧୀ ପରିବାରର ଅତ୍ୟନ୍ତ ବିଶ୍ବସ୍ତ ନେତା କିଶୋରୀ ଲାଲ ଶର୍ମା ଆମେଥିରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦୀର୍ଘ ୨୫ ବର୍ଷ ପରେ ଆମେଥିରୁ ଏବେ ଗାନ୍ଧୀ ପରିବାରର କେହି ଲଢ଼ୁନଥିବା ବେଳେ ରାହୁଲ ତାଙ୍କ ପାଇଁ ମା’ ସୋନିଆଙ୍କ ନିରାପଦ ଆସନକୁ ବାଛିନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାହୁଲଙ୍କ ନାମାଙ୍କନ ଦାଖଲ ସମୟରେ ତାଙ୍କ ସହିତ ମା’ ସୋନିଆ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ସକାଳେ କଂଗ୍ରେସ ନେତୃତ୍ୱ ଦୁଇଟି ହାଇପ୍ରୋଫାଇଲ୍ ଆସନ ଆମେଥି ଓ ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ। ରାହୁଲ ତିନି ଥର ଲୋକସଭାରେ ପ୍ରତିନିଧିତ୍ୱ କରିଥିବା ଆମେଥି ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ଏହି ଆସନ ପାଇଁ କିଶୋରୀ ଲାଲ ଶର୍ମାଙ୍କୁ ବାଛିବା ସମସ୍ତଙ୍କୁ ବିସ୍ମିତ କରିଛି।
[ad_2]




