କଂଗ୍ରେସକୁ ପୁଣି ଏକ ଝଟକା: ବିଜେପିରେ ଯୋଗ ଦେଲେ ଲୁଧିଆନା ଲୋକସଭା ସାଂସଦ ରବନିତ ସିଂ ବିଟ୍ଟୁ – Kalinga News

[ad_1]
ନୂଆଦିଲ୍ଲୀ: କଂଗ୍ରେସକୁ ପୁଣି ଏକ ଝଟକା। ଦଳର ଲୁଧିଆନା ଲୋକସଭା ସାଂସଦ ରବନିତ ସିଂ ବିଟ୍ଟୁ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ସେ ଦଳରେ ସାମିଲ ହୋଇଛନ୍ତି। ସେ ବିନୋଦ ତାୱଡେ ଏବଂ ବିଶାଲ ସିଂଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ରବନିତ ସିଂ ସାଂସଦ ଭାବେ ବିଟ୍ଟୁ ହାଟ୍ରିକ୍ କରିବା ଲକ୍ଷ୍ୟରେ ଅଛନ୍ତି। ୪୮ ବର୍ଷୀୟ ଶ୍ରୀ ବିଟ୍ଟୁଙ୍କ ଯୋଗ ଦାନ ଫଳରେ ବିଜେପି ଅଧିକ ମଜଭୁତ ହେବ ବୋଲି କୁହାଯାଉଛି।
ଜନସଂଖ୍ୟା ଦୃଷ୍ଟିରୁ ପଞ୍ଜାବର ବୃହତ୍ତମ ଜିଲ୍ଲା ଲୁଧିଆନାର ୧୭ଟି ବିଧାନସଭା ବିଭାଗରେ ୧୭ ଲକ୍ଷରୁ ଅଧିକ ଭୋଟର ଥିବାରୁ ଲୁଧିଆନା ଲୋକସଭା ନିର୍ବାଚନମଣ୍ଡଳୀ କଂଗ୍ରେସ ତଥା ଶିରୋମଣି ଅକାଳୀ ଦଳର ଗଡ଼ ପାଲଟିଛି। ଏହି ଶିଖ୍ ପ୍ରାଧାନ୍ୟ ଆସନରେ ରବନିତ ସିଂ ବିଟ୍ଟୁ ଦୁଇ ଥର ଜିତିଥିଲେ। ଶ୍ରୀ ବିଟ୍ଟୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଶ୍ବସ୍ତ ବୋଲି କୁହାଯାଏ, ମାତ୍ର ସେ ହାତ ଛାଡ଼ିଛନ୍ତି। ସେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଅନ୍ତ ସିଂଙ୍କ ନାତି। ଯେତେବେଳେ କଂଗ୍ରେସ ଲୋକସଭାରେ ଦଳର ନେତା ଅଧୀର ରଂଜନ ଚୌଧୁ୨୦୧୨ରେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିଲେ। ସେହି ସମୟରେ ୨୦୧୨ରେ ସ୍ବଳ୍ପ ସମୟ ପାଇଁ ଶ୍ରୀ ବିଟ୍ଟୁ ଲୋକସଭାରେ କଂଗ୍ରେସ ଦଳର ନେତା ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କୁଟଲୋକସଭାରେ ପାର୍ଟି ସଚେତକ ଭାବରେ ନିଯୁକ୍ତ କରାଯାଇଥିଲା। ୨୦୨୩ରେ ତାଙ୍କୁ ହ୍ବାଟସ୍ ଅପ୍ କଲ ମାଧ୍ୟମରେ ବୋମା ଧମକ ମିଳିଥିଲା।
[ad_2]