ଅପରାଧ

ଆକ୍ରମଣକାରୀ ମୋ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରି ଦେବା ଉଦ୍ଦେଶ୍ୟରେ କରିଥିଲେ ଗୁଳି: ସପା ନେତା – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଦଶାଶ୍ୱମେଧ ଅଞ୍ଚଳରେ ଗତରବିବାର ସମାଜବାଦୀ ପାର୍ଟିର ଜଣେ ନେତାଙ୍କ ଘର ଉପରକୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ ହୋଇଥିବା ସମାଜବାଦୀ ପାର୍ଟିର ନେତାଙ୍କ  ତଥା ପୂର୍ବତନ କର୍ପୋରେଟରଙ୍କ ନାମ ବିଜୟ ଯାଦବ। ବିଜୟ ତାଙ୍କ ଘର ଉପରକୁ ଗୁଳିମାଡ଼ ହୋଇଥିବା ପୁଲିସରେ ଅଭିଯୋଗ କରିଛନ୍ତି।  ଏହି ଗୁଳିମାଡ଼ରେ ବିଜୟ ଯାଦବଙ୍କ ପରିବାରର ୬ ଜଣ ସଦସ୍ୟ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବିଜୟ ଯାଦବ ପୁଲିସରେ ଏହି ଗୁଳିକାଣ୍ଡ ଘଟଣାକୁ ନେଇ ଅଭିଯୋଗ କରି କହିଛନ୍ତି, ‘ଆକ୍ରମଣକାରୀ ମୋ ପରିବାର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ମୋର ପରିବାର ସମସ୍ତ ସଦସ୍ୟ ନର୍ଭୟ ଯାଦବ(୬), କିରଣ ଯାଦବ, ଉମେଶ ଯାଦବ, ଦୀନେଶ ଯାଦବ ଓ ଶୁବମନ ଓରଫ ଗୋଲୁ ସାମାନ୍ୟ ଆହତ ହୋଇ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି। ଡାକ୍ତର ସେମାନଙ୍କ ଚିକିତ୍ସା ଜାରି ରଖିଛନ୍ତି। ’

ପୁଲିସ ବିଜୟ ଯାଦବଙ୍କ ଅଭିଯୋଗକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟଣାରେ ସାମିଲ ଥିବା  ଅଙ୍କିତ ଯାଦବ, ଗୋବିନ୍ଦ ଯାଦବ, ଶୋଭିତ ବର୍ମା, ଶାହିଲ ଯାଦବ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗୁଳିମାଡ଼ କରିଥିବା ଲୋକଙ୍କୁ ଧରିବା ପାଇଁ ପୁଲିସ ଯାଞ୍ଚ ଆରମ୍ଭ କରି ଦେଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button