ରାଜନୀତି

ପ୍ରାର୍ଥିପତ୍ର ଦାଖଲ କଲେ ଅଳକା: ଚ୍ୟାଲେଞ୍ଜ ସାମ୍ନା କରିବାକୁ ପ୍ରସ୍ତୁତ – Kalinga News

[ad_1]

ଝାରସୁଗୁଡ଼ା: ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟ୍‌ ବିଜୟୀ ହୋଇଥିବା ଦିବଙ୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡ଼ି ପୁଣିଥରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି। ଆଜି ଶ୍ରୀମତୀ ମହାନ୍ତି ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି ସକାଳୁ ଶ୍ରୀମତି ମହାନ୍ତି ଓ ପୁଅ ପୁରୁଷୋତ୍ତମ ତାଙ୍କ ସମର୍ଥକଙ୍କ ସହ ବ୍ରଜରାଜନଗରର ମା’ ରାମଚଣ୍ଡୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଏହାପରେ ଝାରସୁଗୁଡ଼ା ବେହେରାମାଲରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏ ଯାଇଥିଲା।

ପ୍ରବଳ ଖରା ସତ୍ତ୍ବେ ଏହି ଶୋଭାଯାତ୍ରାରେ ପ୍ରାୟ ୧୦ ହଜାର ସମର୍ଥକ, ପାରମ୍ପରିକ ବାଦ୍ୟ, ଡିଜେ ସାମିଲ୍ ହୋଇଥିଲା। ଯେଉଁଥିରେ ‘ଅଳକା ନାନି, ଆମେ ତୁମ ଫ୍ୟାନ୍’ ଭଳି ସ୍ଲୋଗାନ ଦିଆଯାଉଥିଲା। ଏହି ଶୋଭାଯାତ୍ରାରେ ଶ୍ରୀମତି ମହାନ୍ତିଙ୍କ ପୁଅ ପୁରୁଷୋତ୍ତମ, ଜିଲ୍ଲା ବିଜେଡ଼ିର ବରିଷ୍ଠ ସଦସ୍ୟମାନେ ସାମିଲ୍ ହୋଇଥିଲେ। ଶ୍ୟାମ ସୁନ୍ଦର ଶତପଥୀ, ସନତ ସିଂ, କୁଳମଣି ଦାସ ଓ ରାଧାକାନ୍ତ ପ୍ରଧାନ ପ୍ରସ୍ତାବକ ଭାବେ ଉପସ୍ଥିତ ରହିଥିଲେ। ନାମାଙ୍କନ ଦାଖଲ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏଥର ବ୍ରଜରାଜନଗରରେ ବିଜେଡ଼ିର ବିଜୟ ସୁନିଶ୍ଚିତ ବୋଲି ଶ୍ରୀମତୀ ମହାନ୍ତି କହିଛନ୍ତି। ଏଥର ବ୍ରଜରାଜନଗର ମଇଦାନରେ ବିଜେପି ଓ କଂଗ୍ରେସର ୨ ଅଭିଜ୍ଞ ନେତା ରହିଥିବା ବେଳେ ନିର୍ବାଚନ କେତେ ସହଜ ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ, ଶ୍ରୀମତୀ ମହାନ୍ତି ଏହା ଏକ ବଡ଼ ଚ୍ୟାଲେଞ୍ଜ ବୋଲି କହିଥିଲେ।

ତେବେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସମର୍ଥକ, ଭୋଟରଙ୍କ ଆଶୀର୍ବାଦ ସହିତ ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ସେ ପ୍ରସ୍ତୁତ ବୋଲିଉତ୍ତର ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button