ଖାଦ୍ୟ, ପାନୀୟ ଓ ଔଷଧ ନେଇ ପହଞ୍ଚିଥିବା ଲାଲୁଙ୍କ ଝିଅଙ୍କୁ ଇଡ଼ି କାର୍ଯ୍ୟାଳୟ ଗେଟ ପାଖରୁ ଫେରାଇ ଦିଆଗଲା – Kalinga News

[ad_1]
ପାଟ୍ନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ତଥା ତତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ରେଳବାଇରେ ହୋଇଥିବା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା ଜାରି ରଖିଛନ୍ତି। ଲାଲୁ ତାଙ୍କ ଝିଅ ତଥା ସହ-ଅଭିଯୁକ୍ତ ମିଶା ଭାରତୀଙ୍କ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଜି ସକାଳେ ପହଞ୍ଚିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ଥିବା ଲାଲୁଙ୍କ ପାଇଁ ଘରୁ ଖାଦ୍ୟ, ପାନୀୟ ଓ ଔଷଧ ନେଇ ଆସିଥିବା ଝିଅ ମିଶାଙ୍କୁ କାର୍ଯ୍ୟାଳୟ ବାହାରୁ ଫେରାଇ ଦିଆଯାଇଥିଲା।
ମିଶା ଅନେକ ସମୟ ଧରି ସୁରକ୍ଷାଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଅନୁରୋଧ କରି କହିଥିଲି କି, ‘ବାପା ସ୍ବାସ୍ଥ୍ୟ ଭଲ ନାହିଁ। ସେ ବାହାର ଜିନିଷ ଖାଉ ନାହାନ୍ତି। ତେଣୁ ଘରୁ ତାଙ୍କ ପାଇଁ ଆଣିଥିବା ଖାଦ୍ୟ, ପାନୀୟ ଓ ଔଷଧ ପହଞ୍ଚାଇ ଦିଅନ୍ତୁ।’
ସୁରକ୍ଷାକର୍ମାୀ ମିଶାଙ୍କ କୌଣସି କଥା ନଶୁଣି ତାଙ୍କୁ କାର୍ଯ୍ୟାଳୟ ଗେଟ ପାଖରୁ ଫେରାଇ ଦେଇଥିଲେ। ଏହି ଘଟଣାକୁ ନେଇ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ‘ବାପାଙ୍କ ସ୍ବାସ୍ଥ୍ୟ ଏବେ ଯେଭଳି ରହିଛି ତାଙ୍କୁ ଠିକ ସମୟରେ ଖାଦ୍ୟ, ପାନୀୟ ଓ ଔଷଧ ଆବଶ୍ୟକ। ଏହା ତାଙ୍କ ପାଖରେ ପହଞ୍ଚାଇବାକୁ ଅନୁମତି ଦିଆଗଲା ନାହିଁ। ଆଗକୁ ଯଦି ବାପାଙ୍କର କିଛି ହୋଇଥାଏ ମୋ ଠାରୁ ଖରାପ କେହି ହେବେ ନାହି।’
[ad_2]