ରାଜନୀତି

ଓଡ଼ିଶାରେ ଶାସନ ବ୍ୟବସ୍ଥାକୁ ଆଉଟ ସୋର୍ସିଂ କରା ନ ଯାଉ: ଅପରାଜିତା ଷଡ଼ଙ୍ଗୀ – Kalinga News

[ad_1]

ଭୁବନେଶ୍ୱର: ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ  ଗତ ୨୪ ବର୍ଷ ହେବ ଏକ ନିଷ୍କ୍ରିୟ ସରକାର ଚାଲିଛି। କରୋନା ପରଠାରୁ ମୁଖ୍ୟମନ୍ତ୍ରୀଙ୍କୁ ବେଶି ଦେଖିବାକୁ ମିଳୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ସେକ୍ରେଟାରିଏଟକୁ ପ୍ରାୟତଃ ଯାଉ ନାହାନ୍ତି। ସବୁ ବିଭାଗର କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରିବା କଥା। କିନ୍ତୁ ତାହା ହେଉନାହିଁ। ଏଠାରେ ବିଜେଡି ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ଦେଖାପାଉନଥିବାରୁ ଦଳ ଛାଡ଼ୁଛନ୍ତି। ଏପରିକି ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ବି ଭେଟି ପାରୁନାହାନ୍ତି। କୌଣସି ରାଜ୍ୟରେ ଏପରି ବିଚିତ୍ର ବ୍ୟବସ୍ଥା ନାହିଁ।

ସେ ଆହୁରି କହିଛନ୍ତି, ଜଣେ ସାନ ବାବୁ ବଡ଼ ବାବୁ ହେବାକୁ ବିଫଳ ପ୍ରୟାସ କରୁଛନ୍ତି। ସାନ ବାବୁ ବୁଲୁଛନ୍ତି। ଭୋଟ ପାଇଥିବା ନେତା ଯାଉ ନାହାନ୍ତି। ମୋର ଅନୁରୋଧ ଶାସନ ବ୍ୟବସ୍ଥାକୁ ଆଉଟ ସୋର୍ସିଂ କରା ନ ଯାଉ। ଓଡ଼ିଆ ଅସ୍ମିତା ବିପଦରେ ଅଛି ବୋଲି ସମସ୍ତେ ଅନୁଭବ କରୁଛନ୍ତି। ରାଜ୍ୟର ସବୁ ବଡ଼ ବଡ଼ କାମ ଅଣଓଡ଼ିଆ କଣ୍ଟ୍ରାକ୍ଟରଙ୍କୁ ଦିଆଯାଉଛି। ଛୋଟ ଛୋଟ କାମକୁ ମିଶାଇ ଟେଣ୍ଡର କରି କାମ ଦିଆଯାଉଛି। ଷ୍ଟେଜ୍‌ ଉପରକୁ ଓଡ଼ିଆ ନେତା ଚଢ଼ିପାରିବେନି, ଏହା କି ଅସ୍ମିତା? ରାଜ୍ୟରେ ‘ଲକ୍ଷ୍ମୀ’ ବସ୍‌ ସେବା ବାହାର ଲୋକ ବୁଝିବା କାରଣ କ’ଣ? ପ୍ରତି ବର୍ଷ ୩ ମାସ ଇକୋ ଟୁରିଜିମ୍‌ କଥା କିଏ ବୁଝୁଛି ବୋଲି ପଚାରିଛନ୍ତି ଅପରାଜିତା।

ମୁଖ୍ୟମନ୍ତ୍ରୀ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ିବା ପ‌ଛରେ ସାନବାବୁଙ୍କୁ ବ୍ୟାକଡୋର୍ ଏଣ୍ଟ୍ରି ଲାଗି ପ୍ରୟାସ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button