ରାଜନୀତି

ବିରୋଧୀଙ୍କ କଥା ବଡ଼, କାମ ଶୂନ: ପାଣ୍ଡିଆନ – Kalinga News

[ad_1]

ବ୍ରହ୍ମପୁର: ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଆଜି ସେ ମୋହନା ଓ ଚିକିଟି ବିଧାନସଭା କ୍ଷେତ୍ର ଗସ୍ତ କରି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ମୋହନା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ଚିକିଟି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେବଙ୍କ ପାଇଁ ପ୍ରଚାର କରିଥିଲେ।

ଏହି ଅବସରରେ ସେ କହିଥିଲେ ଯେ, ଜେଲ୍‌ ଯାଇ ବେଲ୍‌ରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ଜେଲ୍‌ ପଠାଇବା, ସଂସଦକୁ ନୁହେଁ। ଅପରାଧୀମାନଙ୍କ ପାଇଁ ସବୁଠାରୁ ଉପଯୁକ୍ତ ଓ ଭଲ ଜାଗା ହେଉଛି ଜେଲ୍। ମାତ୍ର ଏଭଳି ବ୍ୟକ୍ତିଙ୍କୁ ବିରୋଧୀ ଦଳ ପ୍ରାର୍ଥୀ କରୁଛନ୍ତି। ଆମେ ତାଙ୍କୁ କିନ୍ତୁ ତାଙ୍କର ଉଚିତ ସ୍ଥାନ ଦେଖାଇବା। ବିଜେପିର ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଲକ୍ଷ୍ୟ କରି ଏମିତି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। ସେ କହିଲେ, ବିରୋଧୀ ସବୁବେଳେ ବଡ ବଡ କଥା କହିଥାନ୍ତି। କିନ୍ତୁ କାମ ବେଳକୁ ତାଙ୍କର ଦେଖା ନ ଥାଏ । ଡବଲ ଇଞ୍ଜିନ କଥା କହୁଥିବା ବିରୋଧୀ ଦେଉଛନ୍ତି ୩୦୦ ଟଙ୍କା ଭତ୍ତା, ହେଲେ ନବୀନ ଇଞ୍ଜିନ ଦେଉଛନ୍ତି ୧୦୦୦ ଟଙ୍କା । ଚିକିଟି ସାଙ୍ଗରେ ତାଙ୍କ ସମ୍ପର୍କ ଗଭୀର । ଉଷା ଦେବୀ ତାଙ୍କୁ ପୁଅ ବୋଲି ସମ୍ବୋଧନ କରୁଥିଲେ। ତାଙ୍କ ପ୍ରତି ମୋର ସମ୍ମାନ ଅଛି। ଏଠାକୁ ବିରୋଧୀ ପ୍ରାର୍ଥୀ ଆସୁଛନ୍ତି, ଲୋକଙ୍କୁ ଠକୁଛନ୍ତି, ସେଥିପାଇଁ ସଜାଗ ରୁହନ୍ତୁ। ମୁଖ୍ୟମନ୍ତ୍ରୀ ମଠମନ୍ଦିର, ଚର୍ଚ୍ଚ, ମସଜିଦ୍‌ ସହ ସବୁ ପୂଜାସ୍ଥଳୀର ଉନ୍ନତି ପାଇଁ କାମ କରିଛନ୍ତି। ଘରର ମୁଖିଆ ଭାବରେ ମୁଖ୍ୟମନ୍ତ୍ରୀ ଗରିବଙ୍କୁ ସାହସ ଦେଇଛନ୍ତି। ତାଙ୍କ ପାଇଁ ବିଏସ୍‌କେୱାଇ କାର୍ଯ୍ୟକାରୀ କରିଛନ୍ତି।

ଜେଲ୍‌ ଯାଇ ବେଲ୍‌ରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ଜେଲ୍‌ ପଠାଇବା, ସଂସଦକୁ ନୁହେଁ
ମୋହନା ଓ ଚିକିଟିରେ ଜୋର୍‌ଦାର ପ୍ରଚାର

ପାଣ୍ଡିଆନ କହିଲେ, ଲୋକଙ୍କ ପ୍ରସ୍ତାବ ଆଧାରରେ ମୋହନାରେ ୧୮୦ କୋଟି ଟଙ୍କାର କାମ ଚାଲିଛି। ଲିଙ୍ଗଧାରା ମନ୍ଦିର ବିକାଶ ପାଇଁ ୧.୫୦ କୋଟି ଟଙ୍କା, ଛେଳିଗଡ଼ ଶିବ ମନ୍ଦିର ପାଇଁ ୫୦ ଲକ୍ଷ ଟଙ୍କା, ଆତିଲିମା କାଥୋଲିକ ଚର୍ଚ୍ଚ ପାଇଁ ୨୦ ଲକ୍ଷ ଟଙ୍କା, ଗଜପତି ଖ୍ରୀଷ୍ଟିଆନ ଆସୋସିଏସନ ମିଟିଂ ହଲ୍‌ ପାଇଁ ୨୦ ଲକ୍ଷ ଟଙ୍କା, କରୋଡାସିଂ ଠାରେ ମହେନ୍ଦ୍ରତନୟା ନଦୀ ଉପରେ ହାଇଲେଭଲ ସେତୁ ପାଇଁ ୧୯ କୋଟି ଟଙ୍କା, ସାଇଧିବା ଓ ନିଶଙ୍କପୁର ସ୍ଥାନୀୟ ନାଳ ଉପରେ ହାଇଲେଭଲ ସେତୁ ପାଇଁ ୫.୭୦ କୋଟି ଟଙ୍କା, , ରୁଇସିଙ୍ଗା ନାଳ ଉପରେ ସେତୁ ପାଇଁ ୪.୮୦ କୋଟି ଟଙ୍କା, ମୁରାଇସାହି ନାଳ ଉପରେ ସେତୁ ପାଇଁ ୪.୫୦ କୋଟି ଟଙ୍କା, ଲାଇବା-ଅଟାଇସିଂ ରାସ୍ତା ସ୍ଥାନୀୟ ନାଳ ଉପରେ ହାଇଲେଭଲ ସେତୁ ପାଇଁ ୪ କୋଟି ଟଙ୍କା, ବୋରିଅଲ-କନିମୁଣ୍ଡା ରାସ୍ତା ସ୍ଥାନୀୟ ନାଳ ଉପରେ ହାଇଲେଭଲ୍‌ ସେତୁ ପାଇଁ ୪ କୋଟି ଟଙ୍କା, ମୋହନାରେ ୪ଟି ସ୍ବତନ୍ତ୍ର ଜନଜାତି ହଷ୍ଟେଲ ପାଇଁ ଅନୁମୋଦନ, ଅନ୍ତରବା ହାଇସ୍କୁଲକୁ ଉଚ୍ଚମାଧ୍ୟମିକ ସ୍କୁଲକୁ ଉନ୍ନୀତ ଏବଂ ଅନୁଗୁରୁ ଠାରେ ୨୪୦ ସିଟ୍‌ ବିଶିଷ୍ଟ ଏକ ଜନଜାତି ହଷ୍ଟେଲ କାମ ଚାଲିଛି। ସେହିପରି ଚିକିଟିରେ ୪୫ କୋଟି ଟଙ୍କାର କାମ ଚାଲିଛି । ଏଥିସହିତ ଭୈରବୀ ଚଞ୍ଚଡ଼ା ମନ୍ଦିର ପାଇଁ ୧ କୋଟି ୯୫ ଲକ୍ଷ ଟଙ୍କା, ବାଳକୁମାରୀ ମନ୍ଦିର ପାଇଁ ୧ କୋଟି ୯୦ ଲକ୍ଷ, ରାମାୟାପାଟଣା ଠାରେ ତଟ ସୁରକ୍ଷା ପାଇଁ ୨୩ କୋଟି ଟଙ୍କା, ପାତ୍ରପୁର ଓ ଚିକିଟି ବ୍ଲକ୍‌କୁ ଭାଘଲଟି ଡ୍ୟାମ୍‌ରୁ ପାଇପ ଯୋଗେ ପାନୀୟ ଜଳଯୋଗାଣ ପାଇଁ ୪୦୦ କୋଟି ଟଙ୍କାର କାମ ଚାଲିଛି। ବିଏସ୍‌କେୱାଇରେ ଚିକିଟି ଅଞ୍ଚଳର ୬୧ ହଜାର ହିତାଧିକାରୀ ସାମିଲ ହୋଇଛନ୍ତି ବୋଲି ସେ କହିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button