ଅପରାଧ

ମଦ ନୀତି ମାମଲାରେ ଜାମିନ ପାଇଁ କାହିଁକି ଆବେଦନ କରିନାହାନ୍ତି କେଜ୍ରିୱାଲ୍‌: ସୁପ୍ରିମ୍‌କୋର୍ଟ – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ବର୍ତ୍ତମାନ ତିହାର ଜେଲ୍‌ରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌। ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚାରିଛନ୍ତି ଯେ ଏପର୍ଯ୍ୟନ୍ତ ମଦ ନୀତି ମାମଲାରେ ସେ ଜାମିନ ପାଇଁ ଆବେଦନ କାହିଁକି ଦାଖଲ କରିନାହାନ୍ତି।

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭିଙ୍କୁ ପଚାରିଥିଲେ ଯେ କେଜ୍ରିୱାଲ ଟ୍ରାଏଲ କୋର୍ଟରେ କିଛି ଜାମିନ ଆବେଦନ କରିଛନ୍ତି କି? ଉତ୍ତରରେ କେଜ୍ରିୱାଲ୍‌ଙ୍କ ପକ୍ଷର ଓକିଲ ଅଭିଷେକ ମନୁ ସିଂଭି ନା ବୋଲି କହିବା ସହ ଗିରଫକୁ ଚ୍ୟାଲେଞ୍ଜ କରି ଏକ ଆବେଦନ କରାଯାଇଥିବା ଦର୍ଶାଇଛନ୍ତି।

ଆପଣ ଜାଣନ୍ତି ଯେ ଚଳିତବର୍ଷ ମାର୍ଚ୍ଚ ୨୧ ତାରିଖରେ କେଜ୍ରିୱାଲଙ୍କୁ ଦିଲ୍ଲୀର ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ସେ ଏପ୍ରିଲ ୧ ତାରିଖରୁ ତିହାର ଜେଲରେ ରହିଛନ୍ତି ଏବଂ ମେ ୭ ତାରିଖ ପର୍ଯ୍ୟନ୍ତ ସେ ନ୍ୟାୟିକ ହେପାଜତରେ ରହିବେ।

ଶୁଣାଣି ସମୟରେ ସିଂହଭି କହିଛନ୍ତି, “ଏହି ମାମଲାରେ ତାଙ୍କୁ ସଂଯୋଗ କରୁଥିବା କୌଣସି କାଗଜପତ୍ର ଏବେ ଯାଏ ନାହିଁ। ଗିରଫ ତାରିଖ ପର୍ଯ୍ୟନ୍ତ ସେ ଜଣେ ଅଭିଯୁକ୍ତ ନଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇଛି। ତାହା ପୁଣି ମଧ୍ୟ ନିର୍ବାଚନରେ ହୋଇଛି। ଏହା ସହ ବିଷେଶ କରି ସାଧାରଣ ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା ଏବଂ ଆଦର୍ଶ ଆଚରଣ ସଂହିତା ଘୋଷଣା ପରେ ତାଙ୍କୁ ଗିରଫ କରାଯାଇଛି। “



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button