ଦେଶ- ବିଦେଶ

ଗୁଜରାଟ ହାଇୱେରେ ଜନ୍ମଦିନ କେକ୍ କାଟି ଏବଂ ବାଣ ଫୁଟାଇ ୬ ଗିରଫ – Kalinga News

[ad_1]

ନୂଆଦିଲ୍ଲୀ : ଗୁଜରାଟର ଜୁନାଗଡ଼ରେ ଏକ ହାଇୱେ ମଝିରେ ଜନ୍ମଦିନ କେକ୍ କାଟି ୬ ଜଣ ଗିରଫ ହୋଇଛନ୍ତି। ଜୁନାଗଡ଼ ଭଣ୍ଡୁରି ଗ୍ରାମ ନିକଟସ୍ଥ ଏକ ରାଜପଥ ମଛିରେ କିଛି ଯୁବକ ସେମାନଙ୍କ ସାଙ୍ଗଙ୍ଗ ଜନ୍ମଦିନ ଉତ୍ସବ ମନାଇଥିଲେ। ସେମାନେ ରାସ୍ତା ମଝିରେ କାର ବନେଟ୍ ଉପରେ ବସି କେକ୍ କାଟିଥିଲେ ଏବଂ ବାଣ ଫୁଟାଇ ଉତ୍ସବ ମନାଇଥିଲେ। ସେମାନେ ମଧ୍ୟ କେକ୍ କାଟିବାର ଭିଡିଓ ରେକର୍ଡ କରିଥିଲେ ଏବଂ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ପୁଲିସ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଛି ଏବଂ ଆଇପିସିର ଧାରା ୩୩୬ ଏବଂ ୧୪୪ ଅଧୀନରେ ୬ ଜଣଙ୍କୁ ଗିରଫ କରିଛି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button