ଭାରତୀୟ ପ୍ରଶାସନିକ ସେବାରୁ ନିଲମ୍ବନ ହେବାପରେ ପୁଣି ସମସ୍ୟାରେ ଝାଡ଼ଖଣ୍ଡର ଖଣି ସଚିବ – Kalinga News
[ad_1]
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ହେବାର ଦିନକ ପରେ ଭାରତୀୟ ପ୍ରଶାସନିକ ସେବାରୁ ନିଲମ୍ବନ କରାଯାଇଥିବା ଝାଡ଼ଖଣ୍ଡ ଖଣି ସଚିବ ପୂଜା ସିଂଘଲଙ୍କ ସମସ୍ୟା ବଢ଼ି ଯାଇଛି। ସୁପ୍ରିମ କୋର୍ଟ ଖଣି ସଚିବଙ୍କୁ ବଡ଼ ଝଟକା ଦେଇଛନ୍ତି। ଯେଉଁଥିପାଇଁ ପୂଜା ସିଂଘଲ ନିରାଶ ହୋଇ ଯାଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଝାଡ଼ଖଣ୍ଡ ଖଣି ସଚିବ ପୂଜା ସିଂଘଲ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏପ୍ରିଲ ୨୯ ତାରିଖ ଦିନ ସୁପ୍ରିମକୋର୍ଟରେ ବିଚାରପତି ସଞ୍ଜୀବ ଖନ୍ନା ଓ ଦୀପାଙ୍କର ଦତ୍ତାଙ୍କ ଖଣ୍ଡପୀଠ ସିଂଘଲଙ୍କ ଏହି ଆବେଦନ ଖାରଜ କରିବା ସହିତ ଏହା ଏକ ଅସାଧାରଣ ମାମଲା ବୋଲି ଟିପ୍ପଣୀ ଦେଇଛନ୍ତି। ଏହି ସହିତ ଏହି ମାମଲାର ଶୀଘ୍ର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ସୂଚନା ଦେଇ କହିଛନ୍ତି।
କୋର୍ଟ ପୂଜା ସିଂଘଲଙ୍କ ଓକିଲଙ୍କୁ କହିଛନ୍ତି, ’ଆପଣ ଜାମିନ ପାଇଁ ଆଉ କିଛିଦିନ ଅପେକ୍ଷା କରନ୍ତୁ। କାରଣ ଏହା କୌଣସି ସାଧାରଣ ମାମଲା ନୁହେଁ । ଏହି ଘଟଣାରେ ଗମ୍ଭୀର ଭାବେ ଭୁଲ କରାଯାଇଛି। ତେଣୁ ଏହି ମାମଲାର ତତ୍କାଳ ବିଚାର କରିବା ପାଇଁ ଆମେ ଇଚ୍ଛୁକ ନାହୁଁ। ଆଶା କରୁଛୁ କି ଏହି ମାମଲାର ଶୀଘ୍ର ସମାଧନ କରାଯିବ।’
ନିକଟରେ ପୂଜା ସିଂଘଲଙ୍କ ଘର ଉପରେ ଇଡି ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ତାଙ୍କ ଘରୁ ୧୯.୩୧ କୋଟି ନଗଦ ଟଙ୍କା ଜବତ ହୋଇଥିଲା। ପୂଜାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୁମନ କୁମାରଙ୍କର ୪ଟି କାର୍ ମଧ୍ୟ ଜବତ ହେବା ସହ ଇଡି ତାଙ୍କୁ ଗିରଫ ବି କରିଥିଲା।
[ad_2]