ଟିକେଟ ଦେଇ ଫେରାଇ ନେଲା କଂଗ୍ରେସ: ଦଳ ଛାଡ଼ିଲେ ସମ୍ବଲପୁର ଲୋକସଭା କ୍ଷେତ୍ରର ପୂର୍ବ ପ୍ରାର୍ଥୀ – Kalinga News

[ad_1]
ସମ୍ବଲପୁର: କଂଗ୍ରେସ ପକ୍ଷରୁ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି। କଂଗ୍ରେସ ଟିକେଟ ଦେଇ ଫେରାଇ ନେବାକୁ ନେଇ ଅସନ୍ତୁଷ୍ଟ ଥିବା ଦୁଲାଲ ଚନ୍ଦ୍ର ପ୍ରଧାନ ଦଳ ଛାଡ଼ିଛନ୍ତି। ସେ ନିଜର ଇସ୍ତଫାପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିକଟକୁ ପଠାଇଥିବା ଜଣାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଗତକାଲି ଭାରତୀୟ ଜାତୀୟ କଂଗ୍ରେସ ରବିବାର ୨ଟି ଲୋକସଭା ଆସନ ଓ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ କଂଗ୍ରେସ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା। ସେହିପରି ବାରପଦା ଓ ଖଣ୍ଡପଡ଼ା ବିଧାନସଭାରେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା।
କଂଗ୍ରେସ ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଏକ ପ୍ରେସ ବିଜ୍ଞପ୍ତିରେ କହିଥିଲେ, କଟକରେ ସୁରେଶ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ସେହିପରି ସମ୍ବଲପୁର ଲୋକସଭା କ୍ଷେତ୍ରରେ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି। ଏଣେ ବାରିପଦାରେ ବାଦଲ ହେମ୍ବ୍ରମଙ୍କ ସ୍ଥାନରେ ପ୍ରମୋଦ କୁମାର ହେମ୍ବ୍ରମ ଓ ଖଣ୍ଡପଡ଼ାରେ ମନୋଜ କୁମାର ପ୍ରଧାନଙ୍କ ସ୍ଥାନରେ ବୈଜୟନ୍ତୀମାଳା ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି।
[ad_2]