ରାଜନୀତି

ନ୍ୟାୟ ସମାବେଶରେ ରାଜ୍ୟ ଓ କେନ୍ଦ୍ର ଉପରେ ବର୍ଷିଲେ ରାହୁଲ: ଓଡ଼ିଶାରେ ବିଜେଡି-ବିଜେପିର ବାହାଘର ହୋଇଛି – Kalinga News

[ad_1]

କଟକ/ସାଲେପୁର/ନିଶ୍ଚିନ୍ତକୋଇଲି: ଓଡ଼ିଶାରେ ବିଜେଡି-ବିଜେପିର ବାହାଘର ହୋଇଛି। ଓଡିଶାକୁ ନବୀନ ନୁହେଁ, ପାଣ୍ଡିଆନ ଚଳାଉଛନ୍ତି। ଆଜି ଏଭଳି ସିଧାସଳଖ ଆଉ କଡ଼ା ଭାଷାରେ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର ଓ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାରକୁ ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ। କଟକ ଜିଲ୍ଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ କୁଳିଆଠାରେ ଅନୁଷ୍ଠିତ ଜନସମାବେଶକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ ଉଭୟ ଦଳ ଓଡ଼ିଶାର ଜନତାଙ୍କୁ ‘ପାନ’ ଦେଇଛନ୍ତି। ନବୀନ ବାବୁ କିଛି ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି ତ ପ୍ରଧାନମନ୍ତ୍ରୀ ମୋଦୀ ନିର୍ଦ୍ଦିଷ୍ଟ କିଛି ଲୋକଙ୍କୁ ନେଇ ସରକାର ଚଳାଇଛନ୍ତି। ରାହୁଲ କହିଲେ ଯେ ମୋଦୀ ସରକାର ଗଲା ୧୦ ବର୍ଷରେ ୨୨ ଜଣଙ୍କୁ କୋଟିପତି କରିଛନ୍ତି। କିନ୍ତୁ କଂଗ୍ରେସ ସରକାର ଆସିଲେ, କୋଟି କୋଟି ଲୋକଙ୍କୁ ଆମେ ଲକ୍ଷପତି କରିବୁ। ଉଭୟ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାର ଗଢିଲେ ପ୍ରତ୍ୟେକ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବର୍ଷକୁ ୧ ଲକ୍ଷ ଟଙ୍କା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ମିଳିବ। କଂଗ୍ରେସ ସରକାର ଯୁବଗର୍ବଙ୍କ ପାଇଁ ‘ପେହେଲି ନୌକରି ପକ୍କି’ ଯୋଜନା ଆଣିବ। ବେରୋଜଗାର ଶିକ୍ଷିତ ଯୁବକଙ୍କୁ ଚାକିରି ଗ୍ୟାରେଣ୍ଟି ମିଳିବ। ସରକାରଙ୍କ ପାଖରେ ଚାକିରି ଆବେଦନ କରିବା ମାତ୍ରେ ୧ ବର୍ଷର ଆପ୍ରେଣ୍ଟିସିପ୍ ମିଳିବ। କେନ୍ଦ୍ରରେ କଂଗ୍ରେସ ସରକାର ଗଢିଲେ ୫ ଐତିହାସିକ ନିଷ୍ପତ୍ତି ନିଆଯିବ। ରାଜ୍ୟରେ ବିଭିନ୍ନ ଯୋଜନାରେ ଯେଉଁ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି କଂଗ୍ରେସ ସରକାରକୁ ଆସିଲେ ସେ ସବୁ ଟଙ୍କା ଫେରସ୍ତ ହେବ। ପ୍ରତି ଘରକୁ ୨୦୦ ୟୁନିଟ ମାଗଣା ବିଜୁଳି, ଧାନ କୁଇଣ୍ଟାଲ ପ୍ରତି ସହାୟକ ମୂଲ୍ୟ ୩ ହଜାର ଟଙ୍କା, ମହିଳାଙ୍କୁ ୨ ହଜାର ଟଙ୍କା ଭତ୍ତା, ବେକାର ଯୁବକଙ୍କୁ ୩ ହଜାର ଟଙ୍କା, ଚାଷୀଙ୍କୁ ୩ ହଜାର ଟଙ୍କା ମାସିକ ଭତ୍ତା ମିଳିବ। ଚାଷୀଙ୍କ ଋଣ ଛାଡ଼ କରାଯିବ। ଆଶା, ଅଙ୍ଗନବାଡ଼ି ଦିଦିଙ୍କ ପାରିଶ୍ରମିକ ଦୁଇଗୁଣା ବୃଦ୍ଧି କରାଯିବ। ମନରେଗା ମଜୁରୀ ୪ ଶହ ଟଙ୍କାକୁ ବୃଦ୍ଧି କରାଯିବ। ଆଦିବାସୀଙ୍କୁ ଜଙ୍ଗଲ, ଜଳ, ଜମି ହସ୍ତାନ୍ତର କରାଯିବ ବୋଲି ରାହୁଲ କହିଥିଲେ।

ରାହୁଲ ଗାନ୍ଧୀ ଆଜି ଭୁବନେଶ୍ବର ବିମାନବନ୍ଦରରୁ ହେଲିକପ୍ଟରରେ ସତ୍ୟଭାମାପୁରସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନକୁ ଯାଇ ମଧୁ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରୁ କସ୍ତୁରବା ଆଶ୍ରମ ଯାଇ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସତ୍ୟଭାମାପୁରରୁ ହେଲିକପ୍ଟର ଯୋଗେ ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅନ୍ତର୍ଗତ କୁଳିଆ ପଡିଆକୁ ଯାଇ ଆୟୋଜିତ ନ୍ୟାୟ ସମାବେଶରେ ଯୋଗଦେଇଥିଲେ। ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ନ୍ୟାୟ ସମାବେଶରେ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ମାଲ୍ଲ ଭଟ୍ଟି, ଓଡିଶା ପ୍ରଭାରୀ ଡକ୍ଟର ଅଜୟ କୁମାର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରଚାର କମିଟି ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ, ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍‌, ପ୍ରସାଦ ହରିଚନ୍ଦନ, ଭୁବନେଶ୍ବର ‌ଲୋକସଭା ପ୍ରାର୍ଥୀ ୟାସିର୍ ନୱାଜ୍‌, କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ସିଦ୍ଧାର୍ଥ ସ୍ବରୂପ ଦାସ, ମାହାଙ୍ଗା ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର କୁମାର ସାହୁ, ସାଲେପୁର ବିଧାୟକ ପ୍ରାର୍ଥୀ ଇଂ ଆକିବ୍‌ ଖାନ୍‌, ବାରବାଟୀ-କଟକରୁ ସୋଫିଆ ଫିର୍ଦୋସ, କଟକ ଜିଲ୍ଲା କଂଗ୍ରେସ ସଭାପତି ତଥା କାର୍ଯ୍ୟକ୍ରମର ସଂଯୋଜକ ମାନସ ଚୌଧୁରୀ, କେନ୍ଦ୍ରାପଡାର ବିଧାୟକ ପ୍ରାର୍ଥୀ ସିପ୍ରା ମଲ୍ଲିକ, ଆଳିର ବିଧାୟକ ପ୍ରାର୍ଥୀ ଡାକ୍ତର ଦେବସ୍ମିତା ଶର୍ମା, ଚୌଦ୍ବାର-କଟକର ବିଧାୟକ ପ୍ରାର୍ଥୀ ମୀରା ମଲ୍ଲିକ, କଟକ ସଦରର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ଗୋଚ୍ଛାୟତ, ପାଟକୁରାର ବିଧାୟକ ପ୍ରାର୍ଥୀ ରତିକାନ୍ତ କାନୁନଗୋ, ତିର୍ତ୍ତୋଲର ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ମଲ୍ଲିକ, ରାଜନଗରର ବିଧାୟକ ପ୍ରାର୍ଥୀ ଅଶୋକ କୁମାର ପ୍ରତିହାରୀ, ବିଶ୍ବରଂଜନ ମହାନ୍ତିଙ୍କ ସମେତ ବହୁ କଂଗ୍ରେସ ନେତା ଉଦ୍‌ବୋଧନ ଦେଇ ଓଡିଆ ଅସ୍ମିତାର ସୁରକ୍ଷା ପାଇଁ ମଧୁବାବୁଙ୍କ ମାଟିରୁ ଲଢ଼େଇ ଆରମ୍ଭ‌ ହେଲା ବୋଲି କହିଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button