ରାଜନୀତି

ଭିଭିପିଏଟି-ଇଭିଏମ୍ ଯାଞ୍ଚ ମାମଲା: ସବୁ ଆବେଦନ ଖାରଜ – Kalinga News

[ad_1]

ବ୍ୟବସ୍ଥା ଉପରେ ଅନ୍ଧଭାବେ ଅବିଶ୍ବାସ କରନାହିଁ, ବିଶ୍ୱାସର ସଂସ୍କୃତି ଦରକାର

ନୂଆଦିଲ୍ଲୀ: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ସ୍ଲିପ୍ ସହ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବ୍ୟବହାର କରି ଦିଆଯାଇଥିବା ଭୋଟ୍‌ର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ହୋଇଥିବା ସମସ୍ତ ଆବେଦନକୁ ସୁପ୍ରିମ୍‌କୋର୍ଟ ଆଜି ଖାରଜ କରିଦେଇଛନ୍ତି। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ନିର୍ବାଚନରେ ବାଲଟ୍ ପେପରକୁ ଫେରିବା ଦାବିକୁ ମଧ୍ୟ ଖାରଜ କରିଦେଇଛନ୍ତି। ଗତ ଏପ୍ରିଲ ୧୮ ତାରିଖରେ ଅଦାଲତ ଦୁଇଦିନର ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ ଏବଂ ବୁଧବାର ଇଭିଏମ୍ କାର୍ଯ୍ୟ ସମ୍ପର୍କିତ ୫ଟି ପ୍ରଶ୍ନ ଉପରେ ସ୍ପଷ୍ଟୀକରଣ ଦେବାକୁ ନିର୍ବାଚନ କମିସନଙ୍କୁ କହିଥିଲେ। ନିର୍ବାଚନ ଆୟୋଗର ଜଣେ ଅଧିକାରୀ କୋର୍ଟଙ୍କ ପ୍ରଶ୍ନର ଉତ୍ତର ଦେବା ପରେ ଖଣ୍ଡପୀଠ କହିଥିଲେ ଯେ ଆମେ ନିର୍ବାଚନକୁ ନିୟନ୍ତ୍ରଣ କରିପାରିବୁ ନାହିଁ, ଏହା ଅନ୍ୟ ସାମ୍ବିଧାନିକ କର୍ତ୍ତୃପକ୍ଷ ନିର୍ବାଚନ କମିସନଙ୍କ ନିୟନ୍ତ୍ରଣାଧୀନ।

ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର), ଅଭୟ ଛାଜେଦ ଓ ଅରୁଣ କୁମାର ଅଗ୍ରୱାଲ ଭିଭିପିଏଟି ଯାଞ୍ଚ ପାଇଁ ରିଟ୍ ପିଟିସନ୍ ଦାଖଲ କରିଥିଲେ। ଶୁଣାଣି ସମୟରେ ଖଣ୍ଡପୀଠ ନିର୍ବାଚନ କମିସନଙ୍କୁ ଦୁଇଟି ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ହେଉଛି, ନିର୍ବାଚନୀ ଚିହ୍ନ ଲୋଡିଂ ପ୍ରକ୍ରିୟା ଶେଷ ହେବା ପରେ ସିମ୍ବଲ ଲୋଡିଂ ୟୁନିଟ୍ (ଏସ୍‌ଏଲ୍‌ୟୁ)କୁ ସିଲ୍ କରିବା। ଅନ୍ୟଟି ହେଉଛି ଏସ୍‌ଏଲ୍‌ୟୁକୁ ଅତି କମ୍‌ରେ ୪୫ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖିବା। କ୍ରମିକ ନମ୍ବର ୨ ଓ ୩ରେ ଥିବା ପ୍ରାର୍ଥୀ ଯଦି ଚାହିବେ ତେବେ ସେମାନଙ୍କ ଅନୁରୋଧକ୍ରମେ ଫଳାଫଳ ଘୋଷଣା ପରେ ଇଭିଏମ୍‌ର ମାଇକ୍ରୋକଣ୍ଟ୍ରୋଲର ମେମୋରିକୁ ଏକ ଇଞ୍ଜିନିୟରଙ୍କ ଦଳ ଯାଞ୍ଚ କରିବେ। ତେବେ ଫଳ ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ଏଭଳି ଅନୁରୋଧ କରିବାକୁ ପଡ଼ିବ।

କାଗଜ ସ୍ଲିପ୍ ଗଣତି ପାଇଁ ଏକ ଇଲେକ୍ଟ୍ରୋନିକ୍ ମେସିନ୍‌ର ଆବଶ୍ୟକତା ଅଛି କି ନାହିଁ ସେ ନେଇ ଆବଶ୍ୟକ ପ୍ରସ୍ତାବ ଦେବା ଏବଂ ନିର୍ବାଚନୀ ସଂକେତ ସହିତ ପ୍ରତ୍ୟେକ ଦଳ ପାଇଁ ଏକ ବାର୍ କୋଡ୍ ରହିପାରିବ କି ନାହିଁ ତାହା ଯାଞ୍ଚ କରିବାକୁ ଜଷ୍ଟିସ୍ ଖାନ୍ନା ନିର୍ବାଚନ ଆୟୋଗକୁ କହିଛନ୍ତି। ଜଷ୍ଟିସ ଖାନ୍ନା କହିଛନ୍ତି ଯେ ଅନୁରୋଧ କରିଥିବା ପ୍ରାର୍ଥୀମାନେ ଯାଞ୍ଚ ଖର୍ଚ୍ଚ ବହନ କରିବେ, ଯଦି ଇଭିଏମ୍‌ରେ ତ୍ରୁଟି ହୋଇଥିବା ଜଣାପଡ଼େ, ତେବେ ଖର୍ଚ୍ଚ ଫେରସ୍ତ କରାଯିବ। ଜଷ୍ଟିସ୍ ଦତ୍ତ କହିଛନ୍ତି, କୌଣସି ବ୍ୟବସ୍ଥା ଉପରେ ଅନ୍ଧଭାବେ ଅବିଶ୍ୱାସ କରିବା ଅଯଥା ସନ୍ଦେହ ସୃଷ୍ଟି କରିପାରେ ଏବଂ ଗଣତନ୍ତ୍ରର ସମସ୍ତ ସ୍ତମ୍ଭ ମଧ୍ୟରେ ସୌହାର୍ଦ୍ଦ୍ୟ ଓ ବିଶ୍ୱାସ ବଜାୟ ରହିବା ଆବଶ୍ୟକ। ବିଶ୍ୱାସ ଓ ସହଯୋଗର ସଂସ୍କୃତିକୁ ପ୍ରୋତ୍ସାହିତ କରି ଆମେ ଗଣତନ୍ତ୍ରର ସ୍ୱରକୁ ସୁଦୃଢ଼ କରିପାରିବା ବୋଲି ସେ କହିଛନ୍ତି। ବର୍ତ୍ତମାନ ଗୋଟିଏ ସଂସଦୀୟ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ କେବଳ ୫ଟି ଇଭିଏମ୍‌ରେ ଭିଭିପିଏଟି ଯାଞ୍ଚ କରାଯାଉଛି। ନିର୍ବାଚନ କମିସନ କହିଥିଲେ ଯେ କୌଣସି ପରିସ୍ଥିତିରେ ଇଭିଏମ୍‌ରେ ତ୍ରୁଟି କରାଯାଇପାରିବ ନାହିଁ ଏବଂ ସମସ୍ତ ଭିଭିପିଏଟି ସ୍ଲିପ୍‌ର ସମ୍ପୂର୍ଣ୍ଣ ଗଣନା ବାସ୍ତବରେ ସମ୍ଭବ ନୁହେଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button