ସ୍ୱାସ୍ଥ୍ୟ

କେଶ ଝଡିବା ପାଇଁ ଚିନ୍ତିତ ! କେଶ ଝଡିବାରୁ ମୁକ୍ତି ପାଇବା ପାଇଁ ଏହି ଉପାୟ କରି ଦେଖନ୍ତୁ…ଚୁଟି ଝଡିବା ବନ୍ଦ

ବନ୍ଧୁଗଣ ବର୍ତ୍ତମାନ ଅଧିକାଂଶ ଲୋକଙ୍କୁ କେଶ ଝଡିବାର ସମସ୍ଯା ସାମ୍ନା କରିବାକୁ ପଡୁଛି । ଯାହାକି ସେମାନଙ୍କ ପାଇଁ ଏକ ଚିନ୍ତାର କାରଣ ପାଲଟି ଯାଇଛି । ପୁଅ ହେଉ ଅବା ଝିଅ ସମସ୍ତଙ୍କୁ ନିଜ ନିଜ କେଶ ଝଡିବା, ଶୀଘ୍ର ନ ବଢିବା ଭଳି ଆଦି କେଶ ଜନିତ ସମସ୍ଯା ଭୋଗିବାକୁ ପ୍ରାୟତଃ ପଡିଥାଏ । ତେଣୁ ଏହି ଚୁଟି ଝଡିବା ବନ୍ଦ କରିବା ପାଇଁ ଆମେ ଆପଣଙ୍କୁ ଏକ ବହୁତ ଭଲ ଘରୋଇ ଉପଚାର ବିଷୟରେ କହିବା ପାଇଁ ଯାଉଛୁ । ଯାହା ଆପଣଙ୍କ କେଶର ଝଡିବା ରୋକିବା ସହ ଆପଣଙ୍କ କେଷକୁ ଘନ, ସୁନ୍ଦର ତଥା ମଜଭୁତ କରିଥାଏ ।

1- କେଶ ଧୋଇବା ପାଇଁ ଅଧିକାଂଶ ଲୋକ ସାମ୍ପୁର ବ୍ୟବହାର କରିଥାନ୍ତି । ତେବେ ସେହି ସବୁ ସାମ୍ପୁରେ ଅନେକ କେମିକାଲ ମଧ୍ୟ ମିଶ୍ରୀତ ହୋଇ ରହିଥାଏ । ଯାହା ଆମ କେଶ ପାଇଁ କ୍ଷତି କାରକ ହୋଇଥାଏ । ତେଣୁ କେଶ ଧୋଇବା ପାଇଁ ଯେତେ ସମ୍ଭବ ହର୍ବାଲ ତଥା ପ୍ରାକୃତିକ ସାମ୍ପୁର ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ।

ଯାହା କେଶ ପାଇଁ ଲାଭକାରୀ ହୋଇଥାଏ । 2- କେଶକୁ ଧୋଇବା ସମୟରେ ଯଦି ସାମ୍ପୁରେ ଏହି କିଛି ଜିନିଷର ଆଡ୍ କରି କେଶକୁ ଧୋଇବେ । ତେବେ ତାହା ଆହୁରି ଭଲ ହେବ । ଯେପରି 1 ଚାମଚ ଅଁଳା ରସ, 1 ଚାମଚ ଧନିଆ ରସ, 1 ଚାମଚ କ୍ଷୀର ଏହି ସମସ୍ତକୁ ମିଶ୍ରଣକୁ ସାମ୍ପୁରେ ମିଶାଇ କେଶ ଧୁଅନ୍ତୁ ।

ଯଦି କେଶ ଅଧିକ ଝଡୁଥାଏ । ଏଥିସହ ସେହି ସ୍ଥାନରେ ନୂତନ କେଶ ଆଣିବାକୁ ଚାହୁଁଥାନ୍ତି ।  ତେବେ ଏଥିପାଇଁ ଆପଣଙ୍କୁ ଏକ ଉପଚାର ପ୍ରସ୍ତୁତ କରି ବ୍ୟବହାର କରିବାକୁ ପଡିବ । ଏଥିପାଇଁ ଲେମ୍ବୁର ମଞ୍ଜି ଓ କଳା ଜୀରାର ଆବଶ୍ୟକ ରହିଛି । 1 ଚାମଚ ଲେମ୍ବୁ ମଞ୍ଜି ଓ 1 ଚାମଚ କଳା ଜୀରା ନେଇ ତାହାକୁ ଗ୍ରାଇଣ୍ଡରରେ ମିକ୍ସ କରି ସେଥିରେ ଅଳ୍ପ ପାଣି ମିଶାଇ ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ଏହି ପେଷ୍ଟ ପ୍ରସ୍ତୁତ କରି ମୁଣ୍ଡର ଯେଉଁ ସ୍ଥାନରୁ ଅଧିକ ଚୁଟି ଉପୁଡିଯାଇଥିବ । ସେହି ସ୍ଥାନରେ ଲଗାନ୍ତୁ । ତାପରେ ସେହି ସ୍ଥାନରେ ନୂତନ କେଶ ଉଠିବା ଆରମ୍ଭ କରିବ । କେଶକୁ ସ୍ମୁଥ ଆଉ ସାଇନିଙ୍ଗ କରିବାକୁ ଚାହୁଁଥିଲେ । କେଶ ଧୋଇବା ପୂର୍ବରୁ କେଶରେ ପ୍ରାକୃତିକ ଭାବେ ଆଲୋଭେରା ଜେଲ ଲଗାଇ ତା’ ର କିଛି ସମୟ ପରେ କେଶକୁ ସଫା କରି ଦିଅନ୍ତୁ ।

ଏହା ଦ୍ଵାରା କେଶ ଜନିତ ଅନେକ ସମୟ ଦୂର ହୋଇଯାଇଥାଏ । ଏହି ପେଷ୍ଟକୁ ଲଗାଇବା ପରେ ସେହି ସ୍ଥାନରୁ ନୂତନ କେଶ ଆସିବାକୁ ଲାଗିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button