ଅପରାଧ

ପୁଅ ଚାଲିଯିବା ପରେ ବୋହୂ ଓ ନାତୁଣୀମାନେ କରୁଛନ୍ତି ଅତ୍ୟାଚାର: ପରିସ୍ରା ଯିବାକୁ ବି ଲାଗୁଛି ଭୟ – Kalinga News

[ad_1]

ନୂଆଦିଲ୍ଲୀ: ରାଜସ୍ଥାନର ଅଲୱରରେ ବସବାସ କରୁଥିବା ବୃଦ୍ଧ ଦମ୍ପତି ନିଜର ବୋହୂ ଓ ନାତୁଣୀମାନଙ୍କ ଅତ୍ୟାଚାର ସହି ପାରୁ ନଥିବା ନେଇ ନିକଟରେ ଅଭିଯୋଗ କରିଛନ୍ତି।

ବୃଦ୍ଧ ଦମ୍ପତି ବୀରବଲ ସେନି(୭୬) ଓ ଲାଲି ଦେବୀ(୭୦) ଥାନାରେ ଅଭିଯୋଗ କରି କହିଛନ୍ତି, ‘ଆମ‌େ ବିବେକାନନ୍ଦ ନଗରରେ ବସବାସ କରୁ। ଏହି ଘରେ ଆମର ବଡ଼ ବୋହୂ ମିନା ଓ ତାର ତିନିଜଣ ଝିଅ ବି ରହୁଛନ୍ତି। ପୁଅର ୬ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଛି। ପୁଅର ମୃତ୍ୟୁ ପରେ ମିନା ଆମ ବୁଢ଼ାବୁଢ଼ୀ ଦୁଇଜଣଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରି ଦେଇଛି।

ପ୍ରତିଦିନ ମାଡ଼ ମାରିବା ସହିତ ସେ ଘରକୁ ତାର ତିନିଜଣ ଝିଅଙ୍କ ନାମରେ କରିଦେବାକୁ ଜୋର କରୁଛି। ସେ ଆମକୁ ଯେତେବେଳେ ଦେଖିଛୁ ସେତେବେଳେ ମାଡ଼ ମାରୁଛି। ଏଭଳି କ୍ଷେତ୍ରରେ ରାତିରେ ପରିସ୍ରା ଲାଗିଲେ ବି କଠୋରି ବାହାରକୁ ଯିବାକୁ ଭୟ  ଲାଗୁଛି। କାଳେ ପୁଣି ରାତିରେ ମାଡ଼ ମାରିବ।

ତାର ଏହି ଅତ୍ୟାଚାର କୌଣସି ପ୍ରମାଣ ଆମ ପାଖରେ ନ୍‌ଥିଲା। ତେଣୁ  ଥାନାରେ ଅଭିଯୋଗ ପରେ ବି କୌଣସି ପ୍ରକ‌ାର ପଦକ୍ଷେପ ନିଆଯାଉ ନଥିଲା। ତେଣୁ ବୋହୂର ଅଜଣାତରେ ଆମେ ଘରେ ସିସିଟିଭି ଲଗାଇଥିଲୁ। ଏଥିରେ ତ‌ାର ନିର୍ଯାତନାର ଭିଡିଓ ରେକର୍ଡ ହେବାପରେ ଥାନାରେ ସୀମା ବିରୋଧରେ ପୁଣି ଅଭିଯୋଗ କରିଛୁ।’

ବୃଦ୍ଧ ଦମ୍ପତିଙ୍କ ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଯାଞ୍ଚ ଆରମ୍ଭ କରିଛି। ସୀମାକୁ ଥାନାକୁ ଡକାଇ ପଚରାଉଚରା କରିଛି। ଯଦି ଏହି ଘଟଣାରେ ସୀମା ଦୋଷୀ ସାବ୍ୟସ୍ତ ହୁଅନ୍ତୁ ତେବେ ତାଙ୍କୁ ଉଚିତ ଦଣ୍ଡ ମିଳିବ ବୋଲି ପୁଲିସ ବୃଦ୍ଧ ଦମ୍ପତିଙ୍କୁ ପ୍ରତିଶ୍ରୃତି ବି ଦେଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button