ଖେଳ ଖବର

ବୋଲ୍ଟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ – Kalinga News

[ad_1]

ଦୁବାଇ: ଦୌଡ଼କୁଦ କିଂବଦନ୍ତି ଉସେନ ବୋଲ୍ଟ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ ହୋଇଛନ୍ତି। ବୁଧବାର ‌ଆଇସିସି ଏହି ଘୋଷଣା କରିଛି। ଜୁନ୍ ୧ରୁ ୨୯ ତାରିଖ ପର୍ଯ୍ୟନ୍ତ ୱେଷ୍ଟ୍‌ଇଣ୍ଡିଜ୍‌, ଆମେରିକାରେ ଆୟୋଜିତ ହେବ ଏହି ବିଶ୍ବକପ୍‌। ବୋଲ୍ଟଙ୍କୁ ବ୍ରାଣ୍ଡ୍‌ ଆମ୍ବାସଡର୍‌ କରି ଆଇସିସି କ୍ରିକେଟ୍‌ ଓ ଦୌଡ଼କୁଦକୁ ଗୋଟିଏ ମଞ୍ଚରେ ରଖି ବିଶ୍ବବାସୀଙ୍କ ନିକଟରେ ବିଶ୍ବକପ୍‌କୁ ପହଞ୍ଚାଇବାର ଲକ୍ଷ୍ୟ ରଖିଛି। ବୋଲ୍ଟ ୨୦୧୬ ରିଓ ଅଲିମ୍ପିକ୍ସରେ ‘ଟ୍ରିପଲ୍‌-ଟ୍ରିପଲ୍‌’ (ଲଗାତାର ୩ ଅଲିମ୍ପିକ୍‌ କ୍ରୀଡ଼ାରେ ୩ ସ୍ବର୍ଣ୍ଣ) ମାଇଲଖୁଣ୍ଟ ଛୁଇଁ ଇତିହାସ ରଚିଥିଲେ। ବୋଲ୍ଟ ବିଶ୍ବକପ୍‌ର ପ୍ରଚାର ପ୍ରସାର ସହ ଆସନ୍ତା ସପ୍ତାହରେ ଉନ୍ମୋଚିତ ହେବାକୁ ଥିବା ଏହି ପ୍ରତିଯୋଗିତାର ସଂଗୀତ ଭିଡିଓରେ ପ୍ରସିଦ୍ଧ କଳାକାର ସିନ ପଲ୍‌ ଓ କେସ୍‌ଙ୍କ ସହ ଦେଖାଦେବେ। ‌ଏହି ୮ ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍‌ ବେଳେ ମଧ୍ୟ ଉପସ୍ଥିତ ରହି‌ବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button