ଆରମ୍ଭରୁ ମାହାଙ୍ଗା ଅଶାନ୍ତ: ବିଜେପି ରୋଡ୍ ସୋ’ରେ ମାରପିଟ୍, ଗାଡ଼ି ଭଙ୍ଗାରୁଜା – Kalinga News

[ad_1]
ତିନି ଆହତ; ଜଣଙ୍କୁ ଟେକିନେଇ ନଈକୂଳରେ ଫିଙ୍ଗିଦେଲେ
ମାହାଙ୍ଗା: ନିର୍ବାଚନ ପ୍ରଚାର ଆରମ୍ଭରୁ ଅଶାନ୍ତ ହୋଇଛି ମାହାଙ୍ଗା। ଆଜି ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ମାହାଙ୍ଗାର ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇଙ୍କ ରୋଡ୍-ସୋ କାର୍ଯ୍ୟକ୍ରମରେ ଦୁଇ ଗୋଷ୍ଠୀ ମଧ୍ୟରେ ବଡ଼ ଧରଣର ଗଣ୍ଡଗୋଳ ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ଘଟି ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗଣ୍ଡଗୋଳରେ ଗାଡ଼ି ଭଙ୍ଗାରୁଜା ହୋଇଛି। ଗୋଟିଏ ଗୋଷ୍ଠୀ ଅପର ଗୋଷ୍ଠୀର ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇ ନଈ କୂଳରେ ଫିଙ୍ଗି ଦେଇଛନ୍ତି। ଗୋଟିଏ ପଟେ ଏହା ବିଜେପି ଭିତରେ ସୃଷ୍ଟି ହୋଇଥିବା ଗୋଷ୍ଠୀ ବିବାଦର ଫଳ ବୋଲି କୁହାଯାଉଥିବା ବେଳେ ଅନ୍ୟପଟେ ବିଧାୟକ ପ୍ରାର୍ଥୀ ସୁମନ୍ତ ଏହି ଘଟଣା ପାଇଁ ବିଜେଡିକୁ ଦାୟୀ କରିଛନ୍ତି। ଆଜି ବିଜେପିର ସାଂସଦ ଓ ବିଧାୟକ ପ୍ରାର୍ଥୀ କୁରୁଜଙ୍ଗା ମେଳଣ ପଡିଆରୁ ଶୋଭାଯାତ୍ରାରେ ବାହାରି ଗୋପାଳପୁର, ଭଦ୍ରେଶ୍ବର, ନାହାଙ୍ଗ, ଉମର, ଭଉଁରିଆ, ପଲ୍ଲୀସାହି, ଓଷଙ୍ଗ, ଗୋକନ, ଏରକଣା ଦେଇ ପୋଡାମରାଇ ହାଟ ପଡିଆରେ ପହଞ୍ଚି ଥିଲେ। ପୋଡାମରାଇ ଠାରେ ଗାଡି ପାର୍କିଂକୁ ନେଇ ପ୍ରଥମେ ବଚସା ଆରମ୍ଭ ହୋଇ ତାହା ଗଣ୍ତଗୋଳର ରୂପ ନେଇଥିଲା। ଗାଡ଼ି ଭଙ୍ଗାରୁଜା ସହିତ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତିରେ ୩ ଜଣ ଆହତ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ପୋଡାମରାଇ ଗ୍ରାମର କମଳାକାନ୍ତ ସେଠୀଙ୍କର ଗୋଡ଼ ଭାଙ୍ଗି ଯାଇଥିଲା। ତାଙ୍କୁ ମେଡିକାଲକୁ ନେବା ସମୟରେ ମାହାଙ୍ଗା ଥାନା ସାଇ ମନ୍ଦିର ନିକଟରେ ତାଙ୍କ ସାନ ଭାଇ ଖଗେଶ୍ବରଙ୍କୁ କିଛି ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରି କମଳାକାନ୍ତଙ୍କୁ ଉଠାଇ ନେଇ ଜରିଆ ନଦୀ କୂଳରେ ଫିଙ୍ଗି ଫେରାର ହୋଇ ଯାଇଥିବା ସଂପର୍କରେ ଖଗେଶ୍ବର ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏହି ଘଟଣା ପାଇଁ ଖଗେଶ୍ବର ସୁମନ୍ତଙ୍କ ସମର୍ଥକଙ୍କୁ ଦାୟୀ କରିଛନ୍ତି। ମାହାଙ୍ଗା ପୁଲିସ କମଳାକାନ୍ତଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ବିଜେପି ପକ୍ଷରୁ ଫଟୋ ଉତ୍ତୋଳନ କରୁଥିବା ଜଣେ ଯୁବକ ମଧ୍ୟ ଆହତ ହୋଇଛନ୍ତି। ଗଣ୍ଡଗୋଳ ପଛରେ ବିଜେଡି ସମର୍ଥକଙ୍କ ହାତ ରହିଛି ବୋଲି ବିଜେପି ପ୍ରାର୍ଥୀ ସୁମନ୍ତ ଘଡେଇ କହିବା ସହିତ ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି। ମାହାଙ୍ଗାରେ ସୁମନ୍ତ ଘଡେଇଙ୍କୁ ବିଜେପି ପ୍ରାର୍ଥୀ କରିବା ପରଠାରୁ ଦଳ ଭିତରେ ଗୋଟିଏ ଗୋଷ୍ଠୀ ତୀବ୍ର ବିରୋଧ କରି ଆସୁଛନ୍ତି। ୨୦୧୯ ନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇଥିବା ସାରଦା ପ୍ରଧାନ (ବୁଲୁ) ଓ ତାଙ୍କ ସମର୍ଥକ ସୁମନ୍ତଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିବା ସହିତ ଟିକେଟ ପରିବର୍ତ୍ତନ ପାଇଁ ଦାବି କରୁଛନ୍ତି। ଏମିତିକି ବୁଲୁ ବିଭିନ୍ନ ପଞ୍ଚାୟତକୁ ଯାଇ ନିଜ ବ୍ୟାନରରେ ଜନ ସମର୍ଥନ ସମାବେଶ ଆୟୋଜନ କରୁଛନ୍ତି। ଆଜିର ଘଟଣା ପରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ଆଗକୁ ଏ ବିବାଦ ଉଗ୍ରରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି।
[ad_2]




