ଖେଳ ଖବର

ପନ୍ତ ପରାକ୍ରମରେ ଜିତିଲା ଦିଲ୍ଲୀ – Kalinga News

[ad_1]

ଦିଲ୍ଲୀ: ଡେମିଡ୍ ମିଲର (୫୫ ରନ୍, ୨୩ ବଲ୍) ଓ ରସିଦ ଖାନ୍‌ (୨୧ ରନ୍, ୧୧ ବଲ୍)ଙ୍କ ଧୂଆଁଧାର ବ୍ୟାଟିଂକୁ ପ୍ରତିହତ କରି ଆଇପିଏଲ୍‌ର ୪୦ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। ଅଧିନାୟକ ଋଷଭ ପନ୍ତ ଦିଲ୍ଲୀ ପାଳିର ଶେଷ ଓଭର‌ରେ ଅମଳ କରିଥିବା ୩୧ ରନ୍‌ ଗୁଜରାଟ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପନ୍ତଙ୍କ ପରାକ୍ରମୀ ବ୍ୟାଟିଂ ବଳରେ ଦିଲ୍ଲୀ ବୁଧବାର ୨୨୫ ରନ୍‌ର ବଡ଼ ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ଗୁଜରାଟ ଶତକୀୟ ମ୍ୟାଚ୍ ଖେଳୁଥିବା ଅଧିନାୟକ ଶୁବମନ ଗିଲ୍‌ (୬)ଙ୍କୁ ୧୩ ରନ୍‌ରେ ହରାଇଥିଲା। ତଥାପି ରିଦ୍ଧିମାନ ସାହାଙ୍କ ୩୯ ଓ ସାଇ ସୁଦର୍ଶନଙ୍କ ୬୫ ରନ୍ ସହାୟତାରେ ବିଜୟ ଆଶା ଉଜ୍ଜୀବିତ ରଖିଥିଲା। ଏପରିକି ମିଲର ଓ ରସିଦ ନିଜ ଲଢ଼ୁଆ ବ୍ୟାଟିଂ ବଳରେ ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇ ଦେଇଥିଲେ। ହେଲେ ଶେଷ ଓଭରରେ ୧୯ ରନ୍‌ର ଦରକାର ଥିଲା ବେଳେ ୧୪ ରନ୍ କରି ଗୁଜରାଟ ମ୍ୟାଚ୍ ହାତଛଡ଼ା କରିଥିଲା। ଅନ୍ୟପକ୍ଷରେ ଦିଲ୍ଲୀ ସାହସ ନହରାଇ ସ୍ମରଣୀୟ ବିଜୟ ପାଇଥିଲା। ନବମ ମ୍ୟାଚ୍‌ରୁ ଦିଲ୍ଲୀର ଏହା ଚତୁର୍ଥ ବିଜୟ ଥିଲା। ଅନ୍ୟପକ୍ଷରେ ଗୁଜରାଟ ସେହି ନବମ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରିଥିଲା।

ପୂର୍ବରୁ ପନ୍ତ ୪୩ ବଲ୍‌ରୁ ୮ ଛକା ଓ ୬ ଚୌକା ବଳରେ ୮୮ ରନ୍‌ର ପରାକ୍ରମୀ ପାଳି ଖେଳି ପ୍ରଥମ ୧୦ ଓଭରରେ ସଂଘର୍ଷ କରିଥିବା ଦିଲ୍ଲୀର ସ୍କୋର୍‌କୁ ୨୨୪/୪ ରେ ପହଞ୍ଚାଇ ଦେଇଥିଲେ। ମୋହିତ ଶର୍ମାଙ୍କ ଶେଷ ଓଭରରେ ଚାରିଟି ଦର୍ଶନୀୟ ଛକା ମାରିବା ତାଙ୍କ ପାଳିର ଅନ୍ୟତମ ଆକର୍ଷଣ ହୋଇଛି। ଏହି ପାଳି ଖେଳି ସେ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତର ପ୍ରଥମ ପସନ୍ଦର ୱିକେଟ୍ ରକ୍ଷକ ହେବା ଦାବିକୁ ଆହୁରି ସୁଦୃଢ଼ କରିଛନ୍ତି।ଗିଲ୍ ଆଜି ଟସ୍ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ପାୱାର ପ୍ଲେରେ ସନ୍ଦୀପ ୱାରିୟର୍ ଦିଲ୍ଲୀର ୩ ୱିକେଟ୍ ନେଇ ତାଙ୍କ ନିଷ୍ପତ୍ତିର ସମ୍ମାନ ବି ରଖିଥିଲେ। ଏପରିକି ଗୁଜରାଟ ବୋଲିଂ ବାହିନୀ ପ୍ରଥମ ୧୦ ଓଭର ପର୍ଯ୍ୟନ୍ତ ଦିଲ୍ଲୀ ଉପରୁ ଚାପ ହଟିବାକୁ ଦେଇ ନଥିଲେ। ହେଲେ ୧୧.୪ ଓଭରରେ ୧୦୦ ରନ୍ ପୂରଣ କରିଥିବା ଦିଲ୍ଲୀ ଶେଷ ୮.୨ ଓଭରରେ ଧମାକାଦାର ବ୍ୟାଟିଂ ସହ ୧୨୪ ରନ୍ ଯୋଡ଼ି ସବୁକିଛି ଓଲଟ ପାଲଟ କରି ଦେଇଥିଲା। ଦିଲ୍ଲୀ ୨୦୦ ଟପିବାର ଶ୍ରେୟ ପନ୍ତଙ୍କୁ ଯାଉଥିଲେ ମଧ୍ୟ ଅଲରାଉଣ୍ଡର୍ ଅକ୍ଷର ପଟେଲ (୬୬ ରନ୍, ୪୩ ବଲ୍) ଓ ଟ୍ରିଷ୍ଟନ୍ ଷ୍ଟବ୍ସ (୨୬* ରନ୍, ୭ ବଲ୍) ମଧ୍ୟ ଉପଯୋଗୀ ଅବଦାନ ଦେଇଥିଲେ। ଅନ୍ୟପକ୍ଷରେ ମୋହିତ ନିଜ ୪ ଓଭରରେ ୭୩ ରନ୍ ବ୍ୟୟ କରି ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ବୋଲର୍‌ ହେବାର ଅଲୋଡ଼ା ରେକର୍ଡ କରିଥିଲେ।

ସଂକ୍ଷିପ୍ତ ସ୍କୋର୍: ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୨୨୪/୪ (ଋଷଭ ପନ୍ତ-୮୮*, ଅକ୍ଷର ପଟେଲ୍-୬୬, ଟ୍ରିଷ୍ଟନ୍ ଷ୍ଟବ୍ସ-୨୬*, ସନ୍ଦୀପ ୱାରିୟର୍ ୩/୧୫)। ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୨୨୦/୮ (ସାଇ ସୁଦର୍ଶନ-୬୫, ଡେଭିଡ୍‌ ମିଲର-୫୫, ରିଦ୍ଧିମାନ ଶାହ-୩୯, ରସିଖ ଇସଲାମ-୩/୪୪, କୁଲଦୀପ ଯାଦବ-୨/୨୯)।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button