ରାଜ୍ୟ

ଗରମ ଡାଲିରେ ଶିଶୁ କନ୍ୟା ପଡିବା ଅଘଟଣ, କଟକ ମେଡିକାଲରେ ମୃତ – Kalinga News

[ad_1]

ମୋହନା : ଗରମ ଡାଲିରେ ପଡି ଶିଶୁ କନ୍ୟା ମୃତ  l ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଦମାଦୁଆ ଅଞ୍ଚଳରେ ଏହି ଅଘଟଣ ୧୬ତାରିଖରେ ଘଟିଥିଲା । ଗୁରୁତର ଶିଶୁକନ୍ୟାକୁ ପ୍ରଥମେ ମୋହନା ଏବଂ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଶରୀରର ୭୦ଭାଗରୁ ଉର୍ଦ୍ଧ ଅଂଶ ପୋଡ଼ିଯାଇଥିବା ଯୋଗୁଁ ଚିକିତ୍ସାଧିନ ଅବସ୍ଥାରେ ଗତକାଲି କଟକରେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି  l

ସୂଚନାନୁଯାୟୀ, ଗତ ୧୬ତାରିଖରେ ନମିତା ଆଶ୍ରମ ବିଦ୍ୟାଳୟ ଅନ୍ତେବାସୀଙ୍କ ନିମନ୍ତେ ରାତ୍ରି ଭୋଜନ ପ୍ରସ୍ତୁତି ପାଇଁ ବିଦ୍ୟାଳୟର ରୋଷେଇ ଶାଳକୁ ନିଜ ପାଞ୍ଚ ବର୍ଷର ଶିଶୁ କନ୍ୟାକୁ ନେଇ ଯାଇଥିଲେ l ରୋଷେଇ ସାରି ନିଜ ଛୁଆ ପାଇଁ ଭାତ ବାଢିବା ପାଇଁ ଯାଇଥିବା ବେଳେ ଶିଶୁକନ୍ୟାଟି ଉତ୍ତପ୍ତ ଡାଲି ହଣ୍ଡା ମଧ୍ୟରେ ପଡିଯାଇଥିଲା  l

ସଙ୍ଗେ ସଙ୍ଗେ ଗୁରୁତର ଶିଶୁକନ୍ୟାକୁ ପ୍ରଥମେ ମୋହନା ଏବଂ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା l ତେଵେ ଶରୀରର ୭୦ଭାଗରୁ ଉର୍ଦ୍ଧ୍ଵ ଅଂଶ ପୋଡ଼ିଯାଇଥିବା ଯୋଗୁଁ ଚିକିତ୍ସାଧିନ ଅବସ୍ଥାରେ ସୋମବାର ତାର ମୃତ୍ୟୁ ହୋଇଛି l ଏନେଇ ସ୍କୁଲ କର୍ତ୍ତୃପକ୍ଷ କିମ୍ୱା ଜ଼ିଲ୍ଲା ମଙ୍ଗଳ ବିଭାଗର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

The post ଗରମ ଡାଲିରେ ଶିଶୁ କନ୍ୟା ପଡିବା ଅଘଟଣ, କଟକ ମେଡିକାଲରେ ମୃତ appeared first on KNews Odisha.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button