ଖେଳ ଖବର

ସିଲି ପଏଣ୍ଟ୍‌: ଧୋନିଙ୍କୁ ପତ୍ର ଲେଖିଲେ ଦୁବେଙ୍କ ପତ୍ନୀ – Kalinga News

[ad_1]

ଚେନ୍ନାଇ ସୁପରକିଙ୍ଗ୍ସ ଅଲରାଉଣ୍ଡର୍ ଶିବମ ଦୁବେଙ୍କ ଅଭିନେତ୍ରୀ ପତ୍ନୀ ଅଞ୍ଜୁମ ଖାନ୍ ସୋମବାର କିଂବଦନ୍ତି ମହେନ୍ଦ୍ର ସିଂହ ଧୋନିଙ୍କୁ ସାମାଜିକ ଗଣମାଧ୍ୟମରେ ଆବେଗଭରା ପତ୍ର ଲେଖିଛନ୍ତି। ଏଥିରେ ସେ ଧୋନିଙ୍କର ଜଣେ ବଡ଼ ପ୍ରଶଂସକ, ଏପରିକି ଶିବମଙ୍କଠାରୁ ଧୋନିଙ୍କ ଖେଳ ଦେଖିବାକୁ ଅଧିକ ପସନ୍ଦ କରନ୍ତି। ଧୋନିଙ୍କୁ ଭେଟିବାକୁ ସବୁବେଳେ ଚାତକ ଭଳି ଚାହି ରହିଛନ୍ତି ବୋଲି କହିଛନ୍ତି। ଅଞ୍ଜୁମଙ୍କ ଏହି ଲେଖା ପରେ ଧୋନି ପ୍ରଶଂସକ ତାଙ୍କୁ ବେଶ୍ ପ୍ରଶଂସା କରିଛନ୍ତି। ‘‘ଭାଉଜ ତୁମେ ହୃଦୟ ଜିତିନେଲ’’ ବୋଲି ଅନେକ ଲେଖିଛନ୍ତି। କିଛି ଦିନ ପୂର୍ବେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଅଧିନାୟକ କେଏଲ୍ ରାହୁଲ ମଧ୍ୟ ଧୋନିଙ୍କୁ ନେଇ ପ୍ରଶଂସକଙ୍କ ପାଗଳାମି ବିଷୟରେ ମତ ଦେଇଥିଲେ। ଧୋନିଙ୍କ ପ୍ରଶଂସକଙ୍କ ଭଳି ପ୍ରଶଂସକ ସେ ଦେଖି ନାହାନ୍ତି। ରାହୁଲ କହିଛନ୍ତି ଯେ ଅବସରର ଏତେ ଦିନ ପରେ ବି ଧୋନିଙ୍କୁ କ୍ରିକେଟପ୍ରେମୀ ଯେଭଳି ଭଲ ପାଉଛନ୍ତି, ତାହା ଅତୁଳନୀୟ।

କେଶବଙ୍କୁ ‘ଜୟ ଶ୍ରୀରାମ’ କହିଲେ ଈଶାନ

ରବିବାର ଜୟପୁରରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍‌ ପୂର୍ବ ଅଭ୍ୟାସ ବେଳେ ଏକ ରୋମାଞ୍ଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିପକ୍ଷ ଶିବିର ନ ଦେଖି ଉଭୟ ଦଳର କିଛିଜଣ ନିଜ ଦେଶର ସାଥୀମାନଙ୍କ ସହ ଏକାଠି ଦେଖିବାକୁ ମିଳିଥିଲେ। ଦୁଇ ଭାରତୀୟ ମୁମ୍ବାଇ ଓପନର୍‌ ଈଶାନ କିଶନ ଓ ରାଜସ୍ଥାନ ସ୍ପିନର ୟୁଝବେନ୍ଦ୍ର ଚହଲ ଆଲୋଚନା କରୁଥିଲା ବେଳେ ଶ୍ରୀଲଙ୍କାର ଦୁଇ ସାଥୀ କୁମାର ସାଙ୍ଗାକାରା ଓ ଲସିତ ମାଲିଙ୍ଗା ପରସ୍ପରକୁ ଆଲିଙ୍ଗନ କରିଥିଲେ। ଚହଲ ଓ ଈଶାନ ଆଲୋଚନା କରୁଥିଲା ବେଳେ ରାଜସ୍ଥାନର ସ୍ପିନର କେଶବ ଆସି ସେମାନଙ୍କ ପାଖରେ ପହଞ୍ଚିଥିଲେ। ଏହି ସମୟରେ କେଶବକୁ ହିନ୍ଦି ଜାଣିଛ କି ନାହିଁ ପଚାରିବା ପରେ ଈଶାନ ‘ଜୟ ଶ୍ରୀରାମ’ କହି ତାଙ୍କୁ ସ୍ବାଗତ କରିଥିଲେ। କେଶବ ମଧ୍ୟ ଟିକେ ଟିକେ ବୁଝେ କହିବା ସହ ‘ଜୟ ଶ୍ରୀରାମ’ କହିଥିଲେ। ରାଜସ୍ଥାନ ରୟାଲ୍ସ ଏହାର ଭିଡିଓ ‌ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି। କେଶବ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ବିଷୟରେ ପୂର୍ବରୁ ପରିଚିତ। ଆଇପିଏଲ୍‌ ପଦାର୍ପଣ ପୂର୍ବରୁ ଆଶୀର୍ବାଦ ପାଇବା ପାଇଁ ସେ ଅଯୋଧ୍ୟା ଗସ୍ତ କରି ରାମ ଲଲାଙ୍କ ଦର୍ଶନ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button