ଖେଳ ଖବର

ପରାଗ ବିସ୍ଫୋରଣ: ପନ୍ତଙ୍କୁ ହରାଇଲେ ସାମ୍‌ସନ୍‌, ରୟାଲ୍ସର ଦ୍ବିତୀୟ ବିଜୟ – Kalinga News

[ad_1]

ଜୟପୁର: ଦୁଇ ଭାରତୀୟ ୱିକେଟ୍‌କିପର ଅଧିନାୟକଙ୍କ ମଧ୍ୟରେ ହୋଇଥିବା ମୁକାବିଲାରେ ଋଷଭ ପନ୍ତ୍‌ଙ୍କୁ ମାତ୍ ଦେଇଛନ୍ତି ସଂଜୁ ସାମ୍‌ସନ୍। ଗୁରୁବାରର ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୧୨ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଏଥି ସହିତ ସାମସନ୍‌ଙ୍କ ଦଳ ଦୁଇରୁ ଦୁଇ ବିଜୟ ହାସଲ କରିଛି। ରିୟାନ୍ ପରାଗ (୪୫ ବଲ୍‌ରୁ ୮୪* ରନ୍)ଙ୍କ ବିଳମ୍ବିତ ପ୍ରହାର କାରଣରୁ ରାଜସ୍ଥାନ ରୟାଲ୍ସ ସଙ୍କଟରୁ ବାହାରି ୧୮୫ ରନ୍ ସ୍କୋର୍‌ କରିଥିଲା। ଜବାବରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ କାରଣରୁ ଦିଲ୍ଲୀ କ୍ୟାପିଟାଲ୍ସ ୧୭୩/୫ରେ ଅଟକିଯାଇଥିଲା। ଦିଲ୍ଲୀର ଦୁଇ ବିଦେଶୀ ଖେଳାଳି ଡେଭିଡ୍ ୱାର୍ଣ୍ଣର (୪୯ ରନ୍, ୩୪ ବଲ୍‌) ଏବଂ ତ୍ରିଷ୍ଟାନ୍ ଷ୍ଟବ୍ସ (୪୪* ରନ୍, ୨୩ ବଲ୍‌) କେବଳ ଭଲ ସ୍କୋର୍‌ କରିପାରିଥିଲେ। ନାନ୍ଦ୍ରେ ବର୍ଗର ଓ ୟୁଜବେନ୍ଦ୍ର ଚହଲ ୨ ଲେଖାଏଁ ୱିକେଟ୍ ନେଇ ଦିଲ୍ଲୀକୁ ରୋକିଥିଲେ। ଶେଷ ଓଭରରୁ ୧୭ ରନ୍ ଆବଶ୍ୟକ ଥିବାବେଳେ ଆୱେସ ଖାନ୍‌ ଦୁଇ ବ୍ୟାଟର୍‌ ଅକ୍ଷର ପଟେଲ୍‌ ଓ ତ୍ରିଷ୍ଟାନ୍ ଷ୍ଟବ୍ସଙ୍କୁ ଏହା କରାଇ ‌ଦେଇ ନଥିଲେ। ଏଥି ସହିତ ନବମ ମ୍ୟାଚ୍‌ ସୁଦ୍ଧା ସମସ୍ତ ଦଳ ନିଜ ନିଜ ଘରୋଇ ପଡ଼ିଆରେ ଜିତିବା ଏକ ନୂଆ ଧାରା ସୃଷ୍ଟି କରିଛି।

ସବାଇ ମାନସିଂହ ଷ୍ଟାଡିୟମ୍‌ରେ ଟସ୍‌ରେ ପରାଜିତ ହେବା ପରେ ଘରୋଇ ଦଳ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। କିନ୍ତୁ ଆରମ୍ଭରୁ ରୟାଲ୍ସ ବ୍ୟାଟର୍‌ ସଂଘର୍ଷ କରିଥିଲେ। ଯଶସ୍ବୀ ଜୟସ୍ବାଲ (୫)ଙ୍କୁ ମୁକେଶ କୁମାର ବୋଲ୍ଡ କରିବା ପରେ ସଞ୍ଜୁ ସାମ୍‌ସନ୍ (୩୦) ଓ ଜୋସ୍‌ ବ‌ଟ୍‌ଲର୍ (୧୧) ଶୀଘ୍ର ପାଭିଲିଅନ୍‌ ଫେରିଥିଲେ। ପାୱାରପ୍ଲେରୁ ମାତ୍ର ୩୧ ରନ୍‌ ସଂଗ୍ରହ ହେବା ପରେ ଦଳର ମଙ୍ଗ ଧରିଥିଲେ ଆସାମୀ ବ୍ୟାଟର୍‌ ରିୟାନ ପରାଗ। ପରବର୍ତ୍ତୀ ୯ ଓଭର ଭିତରେ ରବିଚନ୍ଦ୍ରନ ଅଶ୍ବିନ (୨୯) ଓ ଧ୍ରୁବ ଜୁରେଲ୍‌ (୨୦)ଙ୍କ ସହ ମିଶି ପରାଗ ଦୁଇଟି ଅର୍ଦ୍ଧଶତକୀୟ ଭାଗୀଦାରି (୫୪ ଓ ୫୨ ରନ୍‌) ଗଢିବା ସହ ଦଳୀୟ ସ୍କୋରରେ ୭୭ ରନ୍‌ ଯୋଡ଼ିଥିଲେ। କିନ୍ତୁ ଶେଷ ୫ ଓଭରରେ ପରାଗ ଓ ସିମ୍ରନ ହେଟମାୟର ଚୌକା, ଛକା ବର୍ଷା କରି ଆଉ ୭୭ ରନ୍‌ ଉଠାଇଥିଲେ। ଚଳିତ ଋତୁରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଆନରିକ ନର୍ଖିୟାଙ୍କୁ ଶେଷ ଓଭରରୁ ପରାଗ ୨୫ ରନ୍‌ (୪, ୪, ୬, ୪, ୬, ୧) ଆଦାୟ କରି ଦଳକୁ ବଡ଼ ସ୍କୋର୍‌ ପ୍ରଦାନ କରିଥିଲେ। ପରାଗ (୮୪* ରନ୍‌, ୪୫ ବଲ୍‌, ୭ ଚୌକା, ୬ ଛକା) ରାଜସ୍ଥାନ ରୟାଲ୍ସ ପାଇଁ ଚତୁର୍ଥ ସ୍ଥାନରେ ସର୍ବୋଚ୍ଚ ରନ୍‌ କରିଥିଲେ।
ସଂକ୍ଷିପ୍ତ ସ୍କୋର: ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୮୫/୫ (ରିୟାନ ପରାଗ-୮୪*, ରବିଚନ୍ଦ୍ରନ ଅଶ୍ବିନ-୨୯, ଧ୍ରୁବ ଜୁରେଲ-୨୦, ଅକ୍ଷର ପ‌ଟେଲ-୧/୨୧, ଖଲିଲ ଅହମଦ-୧/୨୪)। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୭୩/୫ (ଡେଭିଡ୍‌ ୱାର୍ଣ୍ଣର-୪୯, ତ୍ରିଷ୍ଟାନ ଷ୍ଟବ୍ସ-୪୪*, ଋଷଭ ପନ୍ତ-୨୮, ୟୁଝବେନ୍ଦ୍ର ଚହଲ-୨/୧୯, ନାଦ୍ରେ ବର୍ଗର-୨/୨୯, ଆୱେସ ଖାନ୍‌-୧/୨୯)।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button