ମନୋରଞ୍ଜନ

ସାତ୍ ସୱାଲ୍ଦୁଃ: ଖରେ ଥିଲାବେଳେ ବି ରୋମାଣ୍ଟିକ୍‌ ଗୀତ ଗାଇଛି – Kalinga News

[ad_1]

ଓଡ଼ିଆ ସଂଗୀତ ଶିଳ୍ପରେ ଦେଢ଼ଦଶନ୍ଧି ଧରି ସକ୍ରିୟ ରହି ମନଜିଣା ଗୀତ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରାଇ ଆସୁଛନ୍ତି ସୁଗାୟିକା ଦୀପ୍ତିରେଖା ପାଢ଼ୀ। ଅନେକ ମନଛୁଆଁ ଗୀତ ଉପହାର ଦେଇ ଶ୍ରୋତାଙ୍କ ମନରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନଟିଏ ସୃଷ୍ଟି କରି ପାରିଛନ୍ତି ସେ। ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ଓଡ଼ିଆ ଗୀତ ଗାଇଥିବା ଏହି ଗାୟିକା ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ତରଙ୍ଗ ଓ ଜି ସାର୍ଥକ ପୁରସ୍କ‌ାର ଲାଭ କରିଛନ୍ତି। କେବଳ ଗାୟନ ନୁହେଁ, ଅଭିନୟରେ ମଧ୍ୟ ଦକ୍ଷତା ରଖନ୍ତି ଦୀପ୍ତିରେଖା। ତାଙ୍କୁ ଧାରାବାହିକରେ ମୁଖ୍ୟନାୟିକା ଭାବେ ବି ଦେଖିବାକୁ ମିଳିଛି। ଓଡ଼ିଶାର ସ୍ବନାମଧନ୍ୟ ଗାୟିକା ଦୀପ୍ତିରେଖାଙ୍କ ସହ ଅଳ୍ପ-ଆଳାପ।

ବନ୍ଦନା ମିଶ୍ର୍ର

ଧାରାବାହିକରେ ଅଭିନୟ କରିବା ପ‌ରେ ସଂଗୀତ କ୍ଷେତ୍ରରେ ଆପଣ ଟିକେ ଅଧିକ ସକ୍ରିୟ ହେଲେ। ଏବେ ପୁଣି ଏକ ଧାରାବାହିକରେ ଆପଣଙ୍କୁ ଦେଖିବାକୁ ମିଳୁଛି। ଆଗକୁ ବି ଅଭିନୟ କ୍ଷେତ୍ରରେ ସକ୍ରିୟ ରହିବାର ଯୋଜନା ଅଛି କି?
ପିଲାଟି ଦିନରୁ ମୁଁ ଗୀତ ଶିଖୁଛି। ୨୦୦୯ ମସିିହାରେ ପ୍ରଥମେ ମୁଁ ଜଣେ ପ୍ରଚ୍ଛଦପଟ ଗାୟିକା ଭାବେ ସଂଗୀତ କ୍ଷେତ୍ରରେ କାମ କରିଥିଲି। ପ୍ରେମ ଆନନ୍ଦ ସାର୍‌ଙ୍କ ‘ଲଭ୍‌ ଡଟ୍‌ କମ୍‌’ ଓ ତା’ପରେ ‘ନୂଆ ପ୍ରେମିକା’ ଆଲ୍‌ବମ୍‌ ଓ କିଛି ସିନେମାରେ କାମ କରିବା ପରେ ଯାଇ ମୋତେ ‘ରାଜକନ୍ୟା’ ସିରିୟଲ୍‌ରେ କାମ କରିବାର ସୁଯୋଗ ମିଳିଲା। ମୋ ବାପାଙ୍କର ବହୁତ ଇଚ୍ଛା ଥିଲା ମୁଁ ସେଠି କାମ କରେ, ତେଣୁ ମୁଁ କଲି। ୪ ବର୍ଷର ବ୍ୟବଧାନ ପରେ ମୁଁ ପୁଣି ‘ଚାଲ୍‌ କରିବା ଠିଆ ପାଲା’ ଗୀତ ଜରିଆରେ ସଂଗୀତ କ୍ଷେତ୍ରକୁ ଫେରିଲି। ସେହି ଗୀତଟି ଯେତେବେଳେ ଏକ ବଡ଼ ହିଟ୍‌ ହେଲା ତ ମୁଁ ଆଉ ଅଭିନୟ କ୍ଷେତ୍ରକୁ ଫେରିଲିନି। ନିକଟରେ ‘ଜୀ ସାର୍ଥକ’ର ‘ସଂଧ୍ୟା ରାଗିଣୀ’ରେ ମିଳିଥିବା ଚରିତ୍ରର ସେତିକି ଓଜନ ଥିଲା ବୋଲି ମୁଁ କରିବାକୁ ରାଜି ହୋଇଥିଲି। ଭଲ ସୁଯୋଗ ମିଳିଲେ ମୁଁ ଅଭିନୟ କରିବି। ମାତ୍ର ସଂଗୀତ ହିଁ ମୋର ପ୍ରାଥମିକତା। ଜନ୍ମରୁ ମୁଁ ସଂଗୀତ ସହ ଜଡ଼ିତ, ତାହା ଜୀବନଯାକ ରହିବ।

ଓଡ଼ିଆ ସଂଗୀତ ଦୁନିଆରେ ଆପଣ ବହୁ ପରିଚିତ। ବଲିଉଡ୍‌ ପାଇଁ ଚେଷ୍ଟା କରୁଛନ୍ତି କି?
ଓଡ଼ିଶାରେ ମୋତେ ବହୁତ ଭଲପାଇବା ମିଳିଛି। ବଲିଉଡ୍‌ କଥା ଯଦି କହିବି ତ ସେଠି କାମ କରିବା ବହୁତ କଠିନ। ତେବେ କାମ କରିବାର ଇଚ୍ଛା ଅଛି। ଯେବେ ନିର୍ବାଚନ ଆୟୋଗର ଏକ ଗୀତ ସବୁ ରାଜ୍ୟର କଣ୍ଠଶିଳ୍ପୀ ଗାଇଥିଲେ ତ ଓଡ଼ିଶାରୁ ମୁଁ ଗାଇଥିଲି। ‌ସେଠି ସୁଭା‌ଷ ଘାଇ ସାର୍‌, ସୋନୁ ନିଗମ୍‌ ସାର୍‌, ପଙ୍କଜ ତ୍ରିପାଠୀ ସାର୍‌, ଚିତ୍ରା ମ୍ୟାମ୍‌, ପାପନ୍‌ ସାର୍‌ ଏମିତି ଅନେକ ବଲିଉଡ୍‌ କଳାକାରଙ୍କୁ ଭେଟିଥିଲି ଓ ସେମାନେ ମୋ ସହ ବନ୍ଧୁ ପରି ମିଶିଥିଲେ। ସେଇଦିନଠାରୁ କେଉଁଠି ନା କେଉଁଠି ମୋର ବଲିଉଡ୍‌ରେ କାମ କରିବାକୁ ଆଗ୍ରହ ହେଲା। ହେଲେ ଏପର୍ଯ୍ୟନ୍ତ ମୁଁ ଚେଷ୍ଟା କରିନି। ଆଗକୁ କରିବାର ଯୋଜନା ଅଛି। ଆପଣମାନଙ୍କ ଭଲପାଇବା ରହିଲେ ମୁଁ ନିଶ୍ଚୟ କରିବି।

ବିବାହ ପରେ ପରିବାର ଓ ସଂଗୀତକୁ ଏକାସାଥିରେ ପରିଚାଳନା କରିବାରେ କେବେ ଅସୁବିଧାର ସାମ୍ନା କରିଛନ୍ତି କି?
ବାହାଘର ପରେ କାମ କରିବାକୁ କଷ୍ଟ ହେଇନି କହିଲେ ହେବନି। ଯଦିଓ ସୁଯୋଗ ପାଇଁ ବାହାଘର ପରେ କିଛି ବାଧା କେବେ ହୋଇନି, ତଥାପି ମୁଁ କହିବି ମୋତେ କାମ କରିବାକୁ ବହୁତ କଷ୍ଟ ହେଇଛି। ଏହାର ଅନେକ କାରଣ ରହିଛି। ସବୁକିଛି ଏକାସାଥିରେ ପରିଚାଳନା କରିବାକୁ ବେଳେ ବେଳେ ବହୁତ ‌କଷ୍ଟ ହୋଇଯାଏ। ତା’ପରେ ବି ମୋତେ ସବୁ କିଛି ପରିଚାଳନା କରିବାକୁ ପଡ଼େ।

କେବେ ଏମିତି ହୋଇଛି, ମନରେ ଦୁଃଖ ଥିବା ବେଳେ ବି ଖୁସିରେ ରୋମାଣ୍ଟିକ୍‌ ଗୀତ ଗାଇଛନ୍ତି?
ବହୁତ ଥର ହୋଇଛି। ମନ ଦୁଃଖ ଥିଲା ବେଳେ ବି ରୋମାଣ୍ଟିକ୍‌ ଗୀତ ହେଉ, ବାଣିଜ୍ୟିକ ଗୀତ ହେଉ ମୁଁ ଗାଇଛି। ମୋ ବାପାଙ୍କୁ ବ୍ରେନ୍‌ ଟ୍ୟୁମର୍‌ ହୋଇଥାଏ। ସେ ଜୀବନର ଶେଷ ପର୍ଯ୍ୟାୟରେ ଥିବା ବେଳେ ମୁଁ ୨ଟି ସିନେମାରେ ଗୀତ ଗାଇଛି। ଗୀତ ଗାଇବା ବେଳେ ଅାଖିରୁ ଲୁହ ଝରିଯାଇଛି। ତଥାପି ମୁଁ କାହାକୁ ନ ଜଣାଇ ଗୀତ ଗାଇକି ଆସିଛି। ଜଣେ କଳାକାର ପାଇଁ ଦୁଃଖ ସୁଖ କିଛି ନ ଥାଏ। ଥରେ କର୍ମସ୍ଥାନ‌କୁ ଯିବା ମାତ୍ରକେ ଆମକୁ ସେ କାମଟିକୁ ଭଲରେ କରିବାକୁ ପଡ଼ିଥାଏ। ଯେତେ ସଫଳତା ପାଇଲେ ବି ପ୍ରତ୍ୟେକ ଦିନ ଜଣେ କଳାକାର ପାଇଁ ସଂଘର୍ଷମୟ ବୋଲି ମୁଁ ଭାବେ।

ଗୀତ ରେକର୍ଡିଂ କରିବାକୁ ବେଶି ଭଲ ଲାଗେ ନା ଷ୍ଟେଜ୍‌ରେ ଲାଇଭ୍‌ ଗାଇବାକୁ?
ଗୀତ ରେକର୍ଡିଂ ଓ ଲାଇଭ୍‌ ୨ଟାଯାକ ଭିନ୍ନ। ଗୀତ ରେକର୍ଡିଂ ବେଳେ ଭୁଲ୍‌ ହେଲେ ସଂଶୋଧନ କରବାର ସୁଯୋଗ ଥାଏ। ହେଲେ ମଞ୍ଚ ଉପରେ ଆମ ପାଖରେ ସେଇ ସୁଯୋଗ ନ ଥାଏ। ସେଥିପାଇଁ ଲାଇଭ୍‌ ସୋ’ କଲା ବେଳେ ଖୁବ୍ ସତର୍କ ରହିବାକୁ ପଡ଼େ। ସେଥିରେ ବି କିଛି କିଛି ଭୁଲ୍‌ ହୋଇଯାଏ। ହେଲେ ରେକର୍ଡିଂର ମଜା ଅଲଗା। କାରଣ ସେଥିରେ ଭାବିକି, କାମଦାମ ଦେଇଛି ପୂରା ଅନୁଭବର ସହ ଗୀତ ଗାଇହୁଏ। ତେବେ ମଞ୍ଚରେ ଦର୍ଶକଙ୍କ ସମ୍ମୁଖରେ ଗୀତ ଗାଇବାର ମଜା ବି ନିଆରା।

ଭବିଷ୍ୟତରେ ସୁଯୋଗ ମିଳିଲେ ରାଜନୀତିରେ ଯୋଗ ଦେବେ?
ଭଲ ସୁଯୋଗ ମିଳିଲେ ହୁଏତ ମୁଁ ରାଜନୀତିରେ ପ୍ରବେଶ କରିପାରେ। ଏ ପର୍ଯ୍ୟନ୍ତ ତାହାକୁ ନେଇ କିଛି ଯୋଜନା ନାହିଁ। ତାହା ଭବିଷ୍ୟତ କହିବ।

ଜୀବନରେ ରାଗରେ ଆସି ଏପରି କିଛି କରିଛନ୍ତି କି ଯାହା ପାଇଁ ପଶ୍ଚାତ୍ତାପ କରନ୍ତି?
ରାଗିକି ମୁଁ ଭୁଲ୍‌ କରିଛି। ବେଳେ ‌େବ‌ଳେ ପଶ୍ଚାତ୍ତାପ କରେ। ପୁଣି ବେଳେବେଳେ ଭାବେ ଏହା ବୋଧେ ସମୟର ଇଚ୍ଛା ଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button