ଛାଡ଼ପତ୍ର ପରେ ଚିନ୍ତାରେ ଚାରୁ, ଝିଅ ପାଇଁ କାମ ଛାଡ଼ିଲେ ଅଭିନେତ୍ରୀ – Kalinga News

[ad_1]
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୁଶ୍ମିତା ସେନଙ୍କ ପୂର୍ବତନ ଭାଉଜ ଛାଡ଼ପତ୍ର ପରେ ଚିନ୍ତାରେ ପଡ଼ିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ଚାରୁ ଅସୋପା ନିଜ କାମ ଛାଡ଼ିବା ପ୍ରସଙ୍ଗକୁ ନେଇ କହିଛନ୍ତି, ’ମୁଁ ମୋର ୨ବର୍ଷର ଝିଅ ପାଇଁ ସୋ’ ଛାଡ଼ିବା ପାଇଁ ବାଧ୍ୟ ହେଉଛି। କାରଣ ମୋ ଉପରେ ଅଧିକରୁ ଅଧିକ ଚାପ ରହୁଛି। କାମ ସହିତ ଘରକୁ ଦେଖିବା ଝିଅର ଯତ୍ନ ନେବା ଇତ୍ୟାତି କାମ ଭାବିଥିଲି ତୁଲାଇ ଦେବି।କିନ୍ତୁ ସମୟ ସମୟରେ ସୁଟିଂରେ ଯାଇଥିବା ବେଳେ ଘରେ ଏମିତି ଜରୁରୀ ପରିସ୍ଥିତି ଥାଏ କି ସେଟରେ କାମକୁ ଅଧାରୁ ବନ୍ଦ କରି ଆସିବାକୁ ହୋଇଥାଏ। ଏହାଦ୍ବାରା ସେଟରେ ଥିବା ଅନ୍ୟ ସଦସ୍ୟଙ୍କୁ ବି ଅସୁବିଧା ହୋଇଥାଏ।
ମୁଁ ଚିନ୍ତା କଲି ଝିଅ ଜିୟାନାଙ୍କ ଯତ୍ନ ନେବା ସହିତ ସୋ’ କରି ହେବନାହିଁ। ଜିୟାନା ଏବେ ସବୁକିଛି ଅନୁକରଣ କରୁଛି ଏଭଳି ସ୍ଥିତିରେ ମୁଁ ତାକୁ ସେଟକୁ ନେଇ ଯିବା ଉଚିତ ଭାବୁ ନାହିଁ। ଏବେ ମୁଁ ମୋର ସମସ୍ତ ସମୟ ଜିୟାନାକୁ ଦେବାକୁ ସ୍ଥିର କରିଛି। କାରଣ ମୋ ଜୀବନରେ ଝିଅ ମୋର ପ୍ରଥମ ପ୍ରାଧାନ୍ୟ କାମ ପାଇଁ ମୁଁ ତାକୁ ଅବହେଳା କରି ପାରିବି ନାହିଁ।
ଜଣେ ସିଙ୍ଗଲ ମଦର ହୋଇଥିବାରୁ ମୋତେ ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ୁଛି। ତେଣୁ କାମକୁ ଛାଡ଼ିବା ନିଷ୍ପତ୍ତି ନେବା ପାଇଁ ମୋତେ ୬ମାସର ସମୟ ଲାଗି ଯାଇଛି। ଜାଣିଛି ଏଭଳି ନିଷ୍ପତ୍ତି ହେତୁ ଆଗକୁ ଯାଇ ମୋତେ ଆର୍ଥିକ ସମସ୍ୟା ଦେଖା ଦେଇପାରେ। କିନ୍ତୁ ଝିଅ ପାଇଁ ସବୁକିଛି ସମସ୍ୟାର ସାମ୍ନା କରିବାକୁ ସ୍ଥିର କରିଛି। ଘରେ ରହି କଣ୍ଟେଣ୍ଟ କ୍ରିଏଟର, ୱେବ ସିରିଜ ଆଦି କାମ କରିବାର ଯୋଜନା ରହିଛି।
ଚାରୁ ଅସୋପାଙ୍କ ବିବାହ ୨୦୧୯ରେ ସୁଶ୍ମିତା ସେନଙ୍କ ଭାଇ ରାଜୀବ ସେନଙ୍କ ସହିତ ହୋଇଥିଲା। ୨୦୦୩ରେ ଚାରୁ ଓ ରାଜୀବଙ୍କ ଛାଡ଼ପତ୍ର ହୋଇଯାଇଥିଲା।
[ad_2]