ଦେଶ- ବିଦେଶ

ବିମାନବନ୍ଦରରେ ବିସ୍ଫୋରଣ ପରେ ଇରାନ ବାୟୁସୀମାରେ ବିମାନର ଦିଗ ପରିବର୍ତ୍ତନ – Kalinga News

[ad_1]

ନୂଆଦିଲ୍ଲୀ : ଇରାନରେ ଗୁରୁବାର ବିଳମ୍ବିତ ରାତିରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ଼ କରିଥିବା ଜଣାପଡ଼ିଛି। ଇରାନ ସହର ଇସାଫାହାନର ଏକ ବିମାନବନ୍ଦରରେ ଗତକାଲି ବିସ୍ଫୋରଣ ହୋଇଥିଲା। କିନ୍ତୁ ବିସ୍ପୋରଣର କାରଣ କ’ଣ ଏଯାବତ ଜଣାପଡ଼ିନି। ନତାଞ୍ଜ ସମେତ ଇସଫାହାନ ପ୍ରଦେଶରେ ଇରାନର ଅନେକ ପରମାଣୁ ପ୍ରତିଷ୍ଠାନ ରହିଛି। ଇସଫାହାନ ପ୍ରଦେଶରେ ବିସ୍ଫୋରଣ ନିଶ୍ଚିତ ଭାବେ ଇରାନ ପାଇଁ ଚିନ୍ତାଜନକ। ଉଲ୍ଲେଖଯୋଗ୍ୟ ଯେ ସିରିୟାରେ ଇରାନ ଦୂତାବାସ ଉପରେ ଇସ୍ରାଏଲର ଆକ୍ରମଣର ଜବାବ ଦେଇ ଇରାନ ଇସ୍ରାଏଲ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା। ଇରାନକୁ ମଧ୍ୟ ଇସ୍ରାଏଲ କଡ଼ା ଜବାବ ଦେଇଛି। ଆଜି ଇରାନ ବିମାନବନ୍ଦରରେ ବିସ୍ଫୋରଣ ପରେ ଅନେକ ବିମାନବନ୍ଦରର ଦିଗ ପରିବର୍ତ୍ତନ କରାଯାଇଛି। ତେବେ ଇରାନ ଇସ୍ରାଏଲ ଉପରେ କରିଥିବା ଡ୍ରୋନ୍ ଏବଂ ମିସାଇଲ୍ ଆକ୍ରମଣକୁ ଇସ୍ରାଏଲ ପଣ୍ଡ କରିଦେଇଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button