ରାଜନୀତି

ଅମରେନ୍ଦ୍ରଙ୍କୁ ବିଜେପି ଦେଲା ସୁଯୋଗ: ବାଲିକୁଦା-ଏରସମାରୁ ସତ୍ୟ ସାରଥି ମହାନ୍ତି ପ୍ରାର୍ଥୀ – Kalinga News

[ad_1]

ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ନିର୍ମାଣର ପ୍ରତିଶ୍ରୁତି ଦେଲେ ଅମରେନ୍ଦ୍ର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ଓ ବାଲିକୁଦା-ଏରସମା ବିଧାନସଭା ଆସନ ପାଇଁ ବିଜେପି ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ନିକଟରେ ବିଜେପିରେ ସାମିଲ ହୋଇଥିବା ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସଙ୍କୁ ଜଗତସିଂହପୁରରୁ ପ୍ରାର୍ଥୀ କରିଛି। ସେହିଭଳି ବାଲିକୁଦା-ଏରସମାରୁ ସତ୍ୟ ସାରଥି ମହାନ୍ତିଙ୍କୁ ବିଜେପି ପ୍ରାର୍ଥୀ କରିଛି। ଅମରେନ୍ଦ୍ର ଦାସଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ତାଙ୍କର ସମର୍ଥକମାନେ ବାଣ ଫୁଟାଇ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଅମରେନ୍ଦ୍ର ଦାସ ଆଜି ଭୁବନେଶ୍ବରରୁ ଜଗତସିଂହପୁର ଫେରିବା ସମୟରେ କଇଜଙ୍ଗା ନିକଟରେ ଥିବା ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମୁଣ୍ଡିଆ ମାରିଥିଲେ।

ଅମରେନ୍ଦ୍ର କହିଛନ୍ତି ଯେ ଜିଲ୍ଲା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ବର୍ଗତ ବିଷ୍ଣୁ ଦାସଙ୍କର ସଦର ମହକୁମାରେ ଏକ ପ୍ରତିମୂର୍ତ୍ତି ତିଆରି କରାଯିବ। ତାଙ୍କ ପ୍ରତି ଜନସାଧାରଣଙ୍କର ଭଲପାଇବା ଓ ସହଯୋଗ ରହିଛି। ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ହେଉଛନ୍ତି ଏଠି ଦଳର ମୁରବୀ। ସେ ଯେମିତି ବାଟ ଦେଖାଇବେ ଆମେ ସେମିତି ଯିବୁ ବୋଲି ଅମରେନ୍ଦ୍ର କହିବା ସହିତ ତାଙ୍କୁ ସୁଯୋଗ ଦେଇଥିବାରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଥିଲେ। ଅନ୍ୟପଟେ ବାଲିକୁଦା-ଏରସମାରୁ ପ୍ରାର୍ଥୀ ହୋଇଥିବା ସତ୍ୟ ସାରଥି ମହାନ୍ତି ମଧ୍ୟ ଉଭୟ ନେତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଜେପି ଜିଲ୍ଲାର ସମସ୍ତ ଚାରି ବିଧାନସଭା ଆସନରେ ତାର ପ୍ରାର୍ଥୀ ଘୋଷଣା କରିଥିବା ‌ବେଳେ ବିଜେଡି କିନ୍ତୁ ଏଯାଏ ବାଲିକୁଦା-ଏରସମା ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। କଂଗ୍ରେସ ବି ଜଗତସିଂହପୁର ଓ ବାଲିକୁଦା-ଏରସମା ପାଇଁ ଏଯାଏ ପ୍ରାର୍ଥୀ ଘୋ‌ଷଣା କରି ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button