ଅପରାଧ

୩ ବର୍ଷ ହେଲା ମାଲକାନଗିରି ଜଙ୍ଗଲରେ ଗଂଜେଇ ଚାଷ କରୁଥିଲେ କର୍ଣ୍ଣାଟକର ଯୁବକ, ବାନ୍ଧିଲା ପୁଲିସ – Kalinga News

[ad_1]

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ପୁଲିସ ହାବୁଡ଼ରେ ଜଣେ ହାଇଟେକ ଗଂଜେଇ ବେପାରୀ ଧରାପଡ଼ିଛନ୍ତି। ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତ କୁର୍ମାନୁର ଜଂଗଲରେ ପ୍ରାୟ ୩ବର୍ଷ ହେଲା ହାଇଟେକ ପଦ୍ଧତିରେ ଗଂଜେଇ ଚାଷ କରୁଥିବା କର୍ଣ୍ଣାଟକର ମହୀଶୁର ଅଂଚଳର ୪୧ବର୍ଷୀୟ ଲୋହିତ ଆଥଗୁର ସଦାଶିବ ନାମକ ଏହି ଗଂଜେଇ ବେପାରୀକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଏହି ଗଂଜେଇ ବେପାରୀ ଜଣେ ଆଇଟି କର୍ମଚାରୀ ବୋଲି ଜଣାପଡିଛିି। ଏସଡ଼ିପିଓଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ମହୀଶୂୁର ଯାଇ ଏହି ଗଂଜେଇ ବେପାରୀକୁ ଗିରଫ କରିବାରେ ସଫଳ ହୋଇଥିବାର ଜଣାପଡ଼ିଛି।

ଅନଲାଇନରୁ ଗଂଜେଇ ମଂଜି ମଗାଇ ହାଇଟେକ ପଦ୍ଧତିରେ ଗୁରାଲୁର ଜଂଗଲରେ ଗଂଜେଇ ଚାଷ କରୁଥିବାବେଳେ ସେ ଏମଭି-୯୦ ଗ୍ରାମର ଅସୀତ ମଣ୍ଡଳ ନାମକ ଜଣେ ଗଂଜେଇ ବେପାରୀଙ୍କ ସହିତ ମିଶି ଏହି ଚୋରା ଗଂଜେଇ ଚାଷ ୩ବର୍ଷ ହେଲା କରିଆସୁଥିଲା। ହାଇଟେକ ପଦ୍ଧତିରେ ଚାଷ କରାଯାଉଥିବା ଏହି ଗଂଜେଇର ମୂଲ୍ୟ ଖୋଲା ବଜାରରେ ଢ଼େର ଅଧିକ ବୋଲି ଜଣାପଡ଼ିଛି। ଏପରିକି ଏକ କିଲେ ଗଂଜେଇର ମୂଲ୍ୟ ୧ଲକ୍ଷ ଟଙ୍କାରେ ବିକ୍ରି କରାଯାଉଥିଲା ବୋଲି ଜଣାପଡ଼ିଛି।

ଗତ ଜାନୁଆରି ୨୮ ତାରିଖରେ କାଲିମେଳା ପୁଲିସ ଗୁରାଲୁର ଜଂଗଲରେ ପ୍ରାୟ ୪ଏକର ପାହାଡ଼ିଆ ଜମିରେ ଏହି ଗଂଜେଇ ଚାଷ କରାଯାଇଥିବାବେଳେ ପ୍ରାୟ ୭ହଜାର ଗଂଜେଇ ଗଛକୁ ନଷ୍ଟ କରିଦେଇଥିଲା। ସେହି ଗଂଜେଇ ଚାଷ ଏମଭି-୯୦ ଗ୍ରାମର ଅସୀତ ମଣ୍ଡଳ ନାମକ ଜଣେ ଯୁବକ କରୁଥିବାବେଳେ ତାଙ୍କ ସହିତ ମିଶି ଏହି ଆଇଟି କର୍ମଚାରୀ ଜଣଙ୍କ ହାଇଟେକ ପଦ୍ଧତିରେ ଗଂଜେଇ ଚାଷ କରି ଆସୁଥିଲେ। ଗିରଫ ଲୋହିତ ଅର୍ଥ ଓ ଟେକନୋଲୋଜି ବ୍ୟବହାର କରୁଥିବାବେଳେ ଅସୀତ ଶ୍ରମିକ ଯୋଗାଇଆସୁଥିଲା। ଅସୀତ ପୁର୍ବରୁ ଗିରଫ ହୋଇ ଜେଲରେ ଥିବାବେଳେ ଏବେ ରାଜ୍ୟ ବାହାରୁ ଜଣେ ଗଂଜେଇ ବେପାରୀକୁ ଗିରଫ କରିବା ଘଟଣା ଜିଲ୍ଲାରେ ପ୍ରଥମ ବୋଲି ପୁଲିସ କହିଛି। ଏହି ଠାରେ ଚାଷ କରାଯାଉଥିବା ଗଂଜେଇ ସବୁ ବାହାର ରାଜ୍ୟକୁ ଚୋରା ଚାଲାଣ କରାଯାଉଥିଲା ରାଜ୍ୟ ବାହାରର ଆଉ କିଏ ସଂପୃକ୍ତ ଅଛନ୍ତି ସେ ଉପରେ ଅନୁସଂଧାନ କରାଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସଡ଼ିପିଓ ସଚିନ ପଟେଲ ସୂଚନା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button