ରାଜନୀତି

ଆଉ ୫ ବିଧାୟକଙ୍କ ଟିକେଟ କଟିଲା: ବଡ଼ଚଣାରେ ବର୍ଷା, ଚମ୍ପୁଆରେ ସନାତନ – Kalinga News

[ad_1]

ବାସନ୍ତୀ ହେମ୍ବ୍ରମ୍‌ଙ୍କୁ ମିଳିଲା ଟିକେଟ, କେନ୍ଦ୍ରାପଡ଼ାରେ ଗଣେଶ୍ବର

ଭୁବନେଶ୍ବର: ଏକାଥରେ ୫ ଜଣ ବିଧାୟକଙ୍କ ଟିକେଟ କାଟି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ାର ଶଶୀ ଭୂଷଣ ବେହେରା, ବଡ଼ଚଣାର ଅମର ଶତପଥୀ, ସିମୁଳିଆର ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଆନନ୍ଦପୁରର ଭାଗୀରଥି ସେଠୀ ଓ ଚମ୍ପୁଆର ମୀନାକ୍ଷୀ ମହାନ୍ତଙ୍କ ଟିକେଟ କଟିଛି। ଶ୍ରୀ ପଟ୍ଟନାୟକ ଆଜି ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏହି ତାଲିକାରେ ୯ଟି ଆସନ ରହିଛି। କେନ୍ଦ୍ରାପଡ଼ାରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ବରିଷ୍ଠ ନେତା ଗଣେଶ୍ବର ବେହେରାଙ୍କୁ ଦଳ ପ୍ରାର୍ଥୀ କରିଛି। ଚମ୍ପୁଆରେ ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଏଥର ବିଜେଡି ଟିକେଟରେ ଲଢ଼ିବେ। ୨୦୧୪ରେ ସେ ଚମ୍ପୁଆରୁ ସ୍ବାଧୀନ ଭାବେ ଲଢ଼ି ବିଜୟୀ ହୋଇଥିଲେ। ସିମୁଳିଆରେ ସୁବାସିନୀ ସାହୁ ଓ ଆନନ୍ଦପୁରରେ ଅଭିମନ୍ୟୁ ସେଠୀଙ୍କୁ ବିଜେଡି ଟିକେଟ ଦେଇଛି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣାରୁ ପ୍ରାର୍ଥୀ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ବିଜେଡି ସୁପ୍ରିମୋ। ବର୍ଷା ଦୁଇ ଦିନ ତଳେ ବିଜେଡିରେ ମିଶିଥିଲେ। ବଡ଼ଚଣାରେ ବିଧାୟକ ଅମର ଶତପଥୀ ଓ ଅନ୍ୟ ଆଶାୟୀଙ୍କ ମଧ୍ୟରେ ଟିକେଟ ପାଇଁ ଛକାପଞ୍ଝା ଚାଲିଥିଲା। କିନ୍ତୁ ଏଠାରେ ଆଦୌ ଚର୍ଚ୍ଚାରେ ନଥିବା ବର୍ଷାଙ୍କୁ ଭରସା କରିଛି ବିଜେଡି। ଏହାସହିତ ଚଳିତ ନିର୍ବାଚନରେ ବିଜେଡିରୁ ପ୍ରଥମ କଳାକାର ଭାବେ ମଇଦାନକୁ ଓହ୍ଲାଇଛନ୍ତି ବର୍ଷା।

କରଞ୍ଜିଆରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ପୁନର୍ବାର ସୁପ୍ରିମୋ ଭରସା କରିଛନ୍ତି। ଏବେ ମନ୍ତ୍ରିମଣ୍ଡଳରେ କେବଳ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଟିକେଟ ଝୁଲିଛି। କାକଟପୁରରେ ଏକାଧିକ ଆଶାୟୀ ଥିବାରୁ ଅଡ଼ୁଆ ତୁଟିପାରିନି। ଚିଲିକାରେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ନେଇ ଜୋର୍ ଚର୍ଚ୍ଚା ଚାଲିଥିଲା ବେଳେ ଶେଷରେ ବାଜି ମାରି ନେଇଛନ୍ତି ପୂର୍ବତନ ବିଧାୟକ ରଘୁନାଥ ସାହୁ। ୨୦୦୯ରେ ଶ୍ରୀ ସାହୁ ଚିଲିକାରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସାରସକଣାରୁ ଦେବାଶିଷ ମାର୍ଣ୍ଡି ଓ ରେମୁଣାରୁ ବିଦୁସ୍ମିତା ମହାଳିକ ବିଜେଡିର ପ୍ରାର୍ଥୀ ହୋଇଛନ୍ତି। ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ବିଜେଡି ୧୩୫ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ଆଉ ଦୁଇ ତିନି ଭିତରେ ଅବଶିଷ୍ଟ ୧୨ଟି ଆସନରେ ପ୍ରାର୍ଥୀ ଘୋଷଣା ହେବେ ବୋଲି ସୂଚନା ମିଳିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button