ପ୍ରବୋଧ ତୀର୍କୀଙ୍କ ପ୍ରାର୍ଥୀତ୍ବ ପରିବର୍ତନ ପ୍ରସଙ୍ଗ: ମତ ରଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ – Kalinga News

[ad_1]
ଭୁବନେଶ୍ବର: ପ୍ରବୋଧ ତୀର୍କୀଙ୍କ ପ୍ରାର୍ଥୀତ୍ବ ପରିବର୍ତନ ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ ନିଜର ମତ ରଖିଛନ୍ତି। ସେ କହିଛନ୍ତି ପ୍ରବୋଧ ଜଣେ ସୁନାମଧନ୍ୟ ବ୍ୟକ୍ତି । କଂଗ୍ରେସ ଦଳ ତାଙ୍କୁ ସର୍ବଦା ସମ୍ମାନ ଦେଇଆସିଛି। କିନ୍ତୁ ତାଙ୍କର ପ୍ରାର୍ଥୀତ୍ବ ପରିବର୍ତନ ହେବା ମୋର ନିଷ୍ପତି ନୁହେଁ । ଏହା ହାଇକମାଣ୍ଡଙ୍କ ନିଷ୍ପତି ।

Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାର୍ଥୀତ୍ବ ପରିବର୍ତନ କିଛି ନୂଆ କଥା ନୁହେଁ। ଅନେକ ସମୟରେ ଅନେକ ଦଳରେ ଏହା ହୋଇଛି। ରାଜନୀତିରେ ଟିକେଟ ହିଁ ଏକମାତ୍ର ବିକଳ୍ପ ନୁହେଁ । ପ୍ରବୋଧଙ୍କୁ ଦଳ ଅନ୍ୟ କାଯ୍ୟରେ ମଧ୍ୟ ଦାୟିତ୍ବ ଦେଇପାରେ। ତାଙ୍କୁ ଦଳ କେନ୍ଦ୍ର କିମ୍ବା ରାଜ୍ୟସଭାକୁ ମଧ୍ୟ ପଠେଇପାରେ । ସେଥିରେ କିଛି ଅସମ୍ଭବ ନାହିଁ।
ଟଙ୍କା ନେଇ କଂଗ୍ରେସ ଦଳ ପାର୍ଥୀ ଘୋଷଣା କରିଥିବା ଅଭିଯୋଗ ଉପରେ ମଧ୍ୟ ସେ ମତ ରଖିଛନ୍ତି । ଶରତ କହିଛନ୍ତି ଟଙ୍କା ନେଇ ଟିକେଟ ଦେବାରେ କଂଗ୍ରେସ ବିଶ୍ୱାସ କରେନାହିଁ । ଓଡିଶା ଇତିହାସରେ ଏହା କେବେ ହୋଇନାହିଁ । ଏହା କେବଳ ଏକ ଗୁଜବ ।
ଭୟରେ ବିଜେଡି ଦଳ ହିଁ ଏଭଳି ଗୁଜବ ଜନତାଙ୍କ ପାଖରେ ପହଞ୍ଚାଉଛି । ଯଦି ଟଙ୍କା ନେଇ ପିସିସି ସଭାପତି ଟିକେଟ ଦେଉଛନ୍ତି ବୋଲି କିଏ ପ୍ରମାଣ କରିଦିଅ । ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି ବୋଲି ସେ କହିଛନ୍ତି।
[ad_2]