ରାଜ୍ୟ

ବାଛୁରୀ ବଦଳରେ ଜନ୍ମ ହେଲା ଭୂତ – Kalinga News

[ad_1]

ଦେଖିଲେ ଭୟ ଲାଗୁଛି, ଯାହାକୁ ଆଖିରେ ନଦେଖିଲେ ବିଶ୍ୱାସ ହେବନି । ଧୀରେ ଧୀରେ ଏ ଦୁନିଆରେ ଦେଖିବାକୁ ମିଳୁଛି ଅଦ୍ଭୁତ ଆଶ୍ଚର୍ଯ୍ୟ । ଅଜବ ଅଜବ ଘଟଣା ସବୁ ଏଠି ଏବେ ଘଟିଚାଲିଛି । କିଛି ଘଟଣା ଏମିତି ଘଟିଥାଏ, ଯାହା ହୋଇଥାଏ ଆମ କଳ୍ପନାର ବାହାରେ ।

ଗାଈ ଜନ୍ମ ଦେଲା ବିଚିତ୍ର ଛୁଆ । ବାଛୁରୀ ବଳଦରେ ଜନ୍ମ ହୋଇଛି ଅଜବ ଜୀବ । ଦେଖିଲେ ଭୟ ଲାଗୁଛି, ଯାହାକୁ ଆଖିରେ ନଦେଖିଲେ ବିଶ୍ୱାସ ହେବନି । ଧୀରେ ଧୀରେ ଏ ଦୁନିଆରେ ଦେଖିବାକୁ ମିଳୁଛି ଅଦ୍ଭୁତ ଆଶ୍ଚର୍ଯ୍ୟ । ଅଜବ ଅଜବ ଘଟଣା ସବୁ ଏଠି ଏବେ ଘଟିଚାଲିଛି । କିଛି ଘଟଣା ଏମିତି ଘଟିଥାଏ, ଯାହା ହୋଇଥାଏ ଆମ କଳ୍ପନାର ବାହାରେ । ଏବେ ସେମିତି କିଛି ଅଜବ ଏକ ଘଟଣା ଆମ ଓଡିଶାରେ ଘଟିଛି ।

ଗାଈ ଜନ୍ମ କଲା ବିଚିତ୍ର ଛୁଆ । ହଁ ଦର୍ଶକ ବନ୍ଧୁ ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଧୁସୂଦନପୁର ଗାଁରେ । ଏଠାରେ ଗୋଟେ ଗାଈ ଜନ୍ମ କରିଥିବା ବାଛୁରୀଟି ଭାରି ଅଦ୍ଭୁତ ପ୍ରକାରର । ଯାହାକି ସମସ୍ତଙ୍କୁ ଚକିତ କରିଥିବାବେଳେ ଦେଖିବାକୁ ସଂପୂର୍ଣ୍ଣ ଭାବେ ମାଙ୍କଡର ମୁହଁ ପରି । ବାଛୁରୀକୁ ଦେଖିଲା ପରେ ଲୋକେ କହୁଛନ୍ତି ଏହା ବାଛୁରୀ ନୁହଁ ବରଂ ମାଙ୍କଡ ଛୁଆ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଭଳି ବିରଳ ଯିବ ଜନ୍ମ ହୋଇଥିବା ବେଳେ ଜନ୍ମ ଦେଇଥିବା ଗାଈଟି ମଧୁସୁଦନପୁର ଗାଁର ଦୁର୍ଯ୍ୟୋଧନ ଦଳ ବେହେରାଙ୍କ ଗାଈ ବୋଲି ଜଣା ପଡ଼ିଛି । ତେବେ ଜନ୍ମ ହୋଇଥିବା ବାଛୁରୀ ଛୁଆଟି ଦେଖିବାକୁ ସମ୍ପୂର୍ଣ୍ଣ ମାଙ୍କଡ଼ର ମୁହଁ ଭଳି ଦେଖାଯାଉଥିବା ବେଳେ ଏହି ବିରଳ ପ୍ରଜାତିର ଜନ୍ମିତ ବାଛୁରୀ ଛୁଆକୁ ଦେଖିବାକୁ ଲାଗୁଛି ଲୋକଙ୍କ ଭିଡ । ତେବେ ଏହି ବାଛୁରୀ ଛୁଆର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କହିବାକୁ ଚାହିଁବୁ ଯେ ଶନିବାର ରାତି ପ୍ରାୟ ୮ ଘଣ୍ଟିକା ସମୟରେ ଗାଈଟି ଏଭଳି ଏକ ବିରଳ ବାଛୁରୀ ଛୁଆକୁ ଜନ୍ମ ଦେଇଛି । ରାତି ହୋଇଥିବାରୁ ଆସନ୍ତା କାଲି ଗାଈ ଓ ବାଛୁରୀ ପାଖରେ ପହଞ୍ଚି ଚିକିତ୍ସା କରାଯିବ ବୋଲି ପଶୁ ଚିକିତ୍ସା ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ଉଭୟ ଗାଈ ଓ ମାଙ୍କଡ ପରି ଦେଖା ଯାଉଥିବା ବାଛୁରୀଙ୍କ ସ୍ବାସ୍ଥ୍ୟ ଠିକ୍ ଥିବା ନେଇ ସୂଚନା ଦେଇଛନ୍ତି ଗାଈ ମାଲିକ ।

ବୌଦ୍ଧ ହରଭଙ୍ଗାରୁ ହିମାଂଶୁ ଶେଖର ସାହୁଙ୍କ ରିପୋର୍ଟ କେନ୍ୟୁଜଓଡିଶା

 

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button