ମନୋରଞ୍ଜନ

ସଲମାନଙ୍କ ଘର ବାହାରେ ଗୁଳି ଫୁଟାଇ ଶେଷ ଚେତାବନୀ ଦେଲା ଲରେନ୍ସର ଭାଇ – Kalinga News

[ad_1]

ମୁମ୍ବାଇ: ଆଜି ସକାଳେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଫୁଟିଥିଲା। କିଛି ଅଜଣା ଦୁର୍ବୃତ୍ତ ଆଜି ଗୁଳି ଫୁଟାଇ ସେଠାରୁ ଫେରାର ହୋଇଯାଇଥିଲେ। ଏବେ ଏହା ପଛରେ କାହାର ହାତ ଥିଲା ତାହା ସାମ୍ନାକୁ ଆସିଛି। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିବା ଦାବି କରିଛି। ଆମେରିକାରେ ଲରେନ୍ସର ଭାଇ ଅନମୋଲ ରହୁଥିବା ବେଳେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସଲମାନଙ୍କ ଘର ବାହାରେ ଗୁଳି ଚଳାଇଥିବା ସ୍ପଷ୍ଟ କରିଛି। ପୋଷ୍ଟରେ ଲେଖାଯାଇଛି ଯେ, ଏହା କେବଳ ଟ୍ରେଲର ଥିଲା ଏବଂ ତୁମ ପାଇଁ ପ୍ରଥମ ଓ ଶେଷ ଚେତାବନୀ।

ସୂଚନା ମୁତାବକ, ରବିବାର ସକାଳେ ସଲମାନ ଖାନଙ୍କ ମୁମ୍ବାଇ ଘର ବାହାରେ ମୋଟରସାଇକେଲ ଯୋଗେ ଆସି ଦୁଇଜଣ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇଥିଲେ। ଏହି ଘଟଣା ପରେ ପୁଲିସ ତାଙ୍କ ବାସଭବନରେ ସୁରକ୍ଷାକୁ କଡାକଡି କରିଛି। ପୁଲିସ କହିଛି ଯେ ସକାଳ ପ୍ରାୟ ୫ଟା ସମୟରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଅବସ୍ଥିତ ‘ଗାଲାକ୍ସି ଆପାର୍ଟମେଣ୍ଟ’ ବାହାରେ ଦୁଇଜଣ ବ୍ୟକ୍ତି ଗୁଳି ଚଳାଇ ପଳାଇ ଯାଇଥିଲେ। ଏହି ଘଟଣା ଘଟିବା ସମୟରେ ସଲମାନ ଘରେ ଥି‌ଲେ। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବର୍ତ୍ତମାନ ଘର ଚାରିପାଖରେ ଲଗାଯାଇଥିବା ସିସିଟିଭି ଫୁଟେଜକୁ ସ୍କାନ କରୁଛି।

ଗତ ବର୍ଷ ଜେଲରୁ ଲରେନ୍ସ କହିଥିଲା ଯେ, “ସଲମାନ ଖାନଙ୍କୁ କ୍ଷମା ମାଗିବାକୁ ପଡ଼ିବ। ସେ ବିକାନେରରେ ଥିବା ଆମ ମନ୍ଦିରକୁ ଯାଇ କ୍ଷମା ମାଗିବା ଉଚିତ୍। ମୋ ଜୀବନର ଲକ୍ଷ୍ୟ ହେଉଛି ସଲମାନ ଖାନଙ୍କୁ ହତ୍ୟା କରିବା। ଯଦି ତାଙ୍କ ସୁରକ୍ଷା ହଟାଯାଏ ତେବେ ମୁଁ ସଲମାନ ଖାନଙ୍କୁ ହତ୍ୟା କରିବି। ଯଦି ସେ କ୍ଷମା ମାଗନ୍ତି, ତେବେ ବିବାଦ ଶେଷ ହେବ। ସଲମାନ ହେଉଛନ୍ତି ଅହଙ୍କାରୀ, ସିଦ୍ଧୁ ମୁସେୱାଲା ମଧ୍ୟ ସେପରି ଥିଲେ। ସଲମାନ ଖାନଙ୍କ ଅହଙ୍କାର ରାବଣଙ୍କଠାରୁ ବି ବଡ।”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button