ଦେଶ- ବିଦେଶ

ରାହୁଲ ଆମେଥିକୁ ୧୫ ବର୍ଷ ଧରି ଅବହେଳା କରିଛନ୍ତି – Kalinga News

[ad_1]

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଏବଂ ଆମେଥି ବିଜେପି ପ୍ରାର୍ଥୀ ସ୍ମୃତି ଇରାନି ଆଜି ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ କଂଗ୍ରେସ ଦଳ ଆମେଥିକୁ ଦୀର୍ଘ ୧୫ ବର୍ଷ ଧରି ଅବହେଳା କରି ଆସିଛନ୍ତି। କେନ୍ଦ୍ରରେ ତାଙ୍କ ମାତାଜୀ ତଥା ରାହୁଲଙ୍କ ମା’ ସୋନିଆ ଗାନ୍ଧିଙ୍କ ସରକାର ଥିଲା ଏବଂ ଉତ୍ତରପ୍ରଦେଶରେ ମଧ୍ୟ ସେମାନଙ୍କ ପ୍ରତି ସମର୍ଥନ ଥିଲା। କିନ୍ତୁ ରାହୁଲ ଗାନ୍ଧି କେବେ ବି ଆମେଥିର ବିକାଶ କଥା ଚିନ୍ତା କରିନାହାନ୍ତି। ରାହୁଲଙ୍କ ଉପରେ ତୀବ୍ର ଆକ୍ରମଣ କରି ସ୍ମୃତି କହିଛନ୍ତି, କର୍ଣ୍ଣାଟକର ଜଣେ ମନ୍ତ୍ରୀ ରାହୁଲଙ୍କୁ ପ୍ରଶ୍ନ କରିଥିଲେ ,ସେ ୱାୟନାଡ଼ରୁ କାହିଁକି ନିର୍ବାଚନ ଲଢ଼ିଲେ। ରାହୁଲ ଏହାର ଜବାବ ଦେଇ କହିଥିଲେ ଯେ ୱାୟନାଡ଼ର ଲୋକମାନେ ଅଧିକ ବିଶ୍ବସ୍ତ। ଉକ୍ତ ପ୍ରସଙ୍ଗରେ ସ୍ମୃତି କହିଛନ୍ତି, ରାହୁଲ ୧୫ ବର୍ଷ ଧରି ଯେଉଁ ଅଞ୍ଚଳରେ ସାଂସଦ ଥିଲେ ସେ ଅଞ୍ଚଳର ଲୋକମାନେ କ’ଣ ବିଶ୍ବସ୍ତ ନୁହନ୍ତି। ସେମାନେ କ’ଣ ବିଶ୍ବାସଘାତକ ବୋଲି ସ୍ମୃତି ପ୍ରଶ୍ନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧିଙ୍କୁ ସ୍ମୃତି ଇରାନୀ ହରାଇଥିଲେ। ତେବେ ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button