ଦେଶ- ବିଦେଶ

କର୍ମଚାରୀଙ୍କୁ ଲାଗିବ ବଡ଼ ଝଟକା ! ଫଟାଫଟ ଜାଣନ୍ତୁ ତାଜା ଅପ୍‌ଡେ

ଯଦି ଆପଣ ମଧ୍ୟ ଜଣେ ସରକାରୀ କର୍ମଚାରୀ, ତେବେ ସରକାରଙ୍କ ଦ୍ବାରା ଆପଣଙ୍କ ଶୀଘ୍ର ବଡ଼ ଉପହାର ମିଳିବାକୁ ଯାଉଛି। ଅଷ୍ଟମ ବେତନ୍ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍…


8th Pay Commission: ପ୍ରତି ୧୦ ବର୍ଷରେ କର୍ମଚାରୀଙ୍କ ବେତନ ଏବଂ ଭତ୍ତାର ସମୀକ୍ଷା ପାଇଁ ସରକାର ଏକ ବେତନ ଆୟୋଗ ଗଠନ କରନ୍ତି।

ତେଣୁ ବର୍ତ୍ତମାନ ଦେଶରେ ଅଷ୍ଟମ ବେତନ ଆୟୋଗ ଗଠନ ହେବ। ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦେଶରେ ଲକ୍ଷ ଲକ୍ଷ କୋଟି କର୍ମଚାରୀ ସେମାନଙ୍କ ବେତନ ବୃଦ୍ଧି ସମୀକ୍ଷାକୁ ଅପେକ୍ଷା କରିଛନ୍ତି ।


8th Pay Commission: NDA ସରକାର କେନ୍ଦ୍ରକୁ ପୁଣି ଫେରିଛନ୍ତି। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କୁ ସୁବିଧା ଦେବା ପାଇଁ ଶୀଘ୍ର ଅଷ୍ଟମ ବେତନ ଆୟୋଗ ଗଠନ କରାଯାଇପାରିବ। ସମ୍ପ୍ରତି ଗଣମାଧ୍ୟମ ରିପୋର୍ଟରେ ଏହା କୁହାଯାଉଛି ଯେ ସରକାର ଖୁବ୍ ଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଆଲୋଚନା ହେଉଛି କିନ୍ତୁ ସବୁ ଆଶା ଆଶାରେ ରହିଯିବା ଭଳି ମନେ ହେଉଛି ।


8th Pay Commission: ଅଷ୍ଟମ ବେତନ ଆୟୋଗ ଗଠନ କରିବାକୁ ସରକାରଙ୍କ ମନ ବଳାଉ ନାହାନ୍ତି । ଯାହା କର୍ମଚାରୀଙ୍କ ପାଇଁ ଏକ ବଡ ଝଟକା ହେବ । କିଛି ଦିନ ପୂର୍ବେ ଆଶା କରାଯାଉଥିଲା ଯେ ମୋଦି ସରକାର ନୂତନ ବେତନ ଆୟୋଗ ବିଷୟରେ କିଛି ଭଲ ଖବର ଦେବେ, କିନ୍ତୁ ଜଣେ ସରକାରୀ ସଚିବ ଏହାକୁ ଅସ୍ୱୀକାର କରି ଆଶାକୁ ଏକ ବଡ ଝଟକା ଦେଇଛନ୍ତି ।


8th Pay Commission: ଏହା ବ୍ୟତୀତ, ଶୀଘ୍ର DA ବୃଦ୍ଧି ବିଷୟରେ ଆଲୋଚନା ଚାଲିଛି । ଏଥର ମଧ୍ୟ ସରକାର DA 4 ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର । ଯେଉଁ କାରଣରୁ ବେତନରେ ଉପଯୁକ୍ତ ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ଗୋଟିଏ ପଟେ ନିରାଶ ଖବର ମିଳୁଥିବା ବେଳେ ଅନ୍ୟ ପଟେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀମାନେ ଖୁସି ଖବର ପାଇବେ, ଯାହା ଏକ ବଡ ଉପହାର ଭଳି ହେବ ।


8th Pay Commission: ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ଏଥିରୁ ଉପକୃତ ହେବେ । ବର୍ଦ୍ଧିତ DA ହାର ଜୁଲାଇ ୧, ୨୦୨୪ ରୁ କାର୍ଯ୍ୟକାରୀ ହେବ ବୋଲି ରିପୋର୍ଟ ଆସୁଛି । DA ବୃଦ୍ଧି ବିଷୟରେ ଅଫିସିଆଲ୍‌ ଭାବେ କିଛି କୁହାଯାଇ ନାହିଁ, ମିଡିଆ ରିପୋର୍ଟରେ ଏଭଳି ଦାବି କରାଯାଉଛି ।


8th Pay Commission: କେନ୍ଦ୍ର ସରକାର ପ୍ରାୟ ସ୍ପଷ୍ଟ କରି ସାରିଛନ୍ତି ଯେ, ବର୍ତ୍ତମାନ କୌଣସି ସ୍ଥିତିରେ ଅଷ୍ଟମ ବେତନ ଆୟୋଗ ଗଠନ ହେବ ନାହିଁ । କର୍ମଚାରୀ ସଂଗଠନ ଦୀର୍ଘ ଦିନ ଧରି ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ ଦାବି କରିଆସୁଥିଲେ ମଧ୍ୟ ଏଭଳି ଲୋକଙ୍କୁ ଝଟକା ଲାଗିଛି । ଏହାପୂର୍ବରୁ ୨୦୧୬ ମସିହାରେ ସପ୍ତମ ବେତନ ଆୟୋଗ କାର୍ଯ୍ୟକାରୀ କରାଯାଇଥିଲା । ଯଦି ସରକାର ବର୍ତ୍ତମାନ ଅଷ୍ଟମ ବେତନ ଆୟୋଗ ଗଠନ କରନ୍ତି, ତେବେ ଏହା ୨୦୨୬ ମସିହାରେ କାର୍ଯ୍ୟକାରୀ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button